29.1 C
Bhubaneswar
Wednesday, May 1, 2024
Homeଓଡିଶାତଳେ ପଡି ଥିବା ବିଦ୍ୟୁତ ତାର ସଂସ୍ପର୍ଶ ରେ 5ବର୍ଷ ର ନାବାଳିକା ର ମୃତ୍ୟୁ

ତଳେ ପଡି ଥିବା ବିଦ୍ୟୁତ ତାର ସଂସ୍ପର୍ଶ ରେ 5ବର୍ଷ ର ନାବାଳିକା ର ମୃତ୍ୟୁ

ଯାଜପୁର ଜିଲ୍ଲାର ଅନ୍ତ ଗ୍ରତ ବ୍ୟାସ ନଗର ପୌରପରିଷଦର ସତର ନମ୍ବର ଔଡ ସାପଗଡିଆ ସୁଇପର ସାହିରେ ଆଜି ଦିନ ଏକ ଘଟିକା ତିରିଶି ମିନିଟ ରେ ଏକ ଅଭାବନିୟ ଘଟଣା ଘଟି ଯାଇଛି l ଘଟଣା ରୁ ପ୍ରକାଶ 5ବର୍ଷ ନାବାଳିକା ପବନ ରେ ତଳେ ଛିଣ୍ଡି ପଡ଼ିଥିବା ବିଦ୍ୟୁତ ତାର ସଂସ୍ପର୍ଶ ଆସି ମୃତ୍ୟୁ ହୋଇଛି l ଆଜି ସୁଇପର ସାହିର ପପି ପାତ୍ର ଙ୍କ ଝିଅ ସରୋଜିନୀ ପାତ୍ର ବୟସ ପାଂଚ ବର୍ଷ ସେ ତାଙ୍କ ସାହିରେ ଥିବା ଏକ ପାଣି କୁଣ୍ଡ ରେ ଗାଧୋଇ ସାରି ଘରକୁ ଫେରୁଥିବା ଅବସ୍ଥା ରେ ସୋମବାର ବର୍ଷା ପବନରେ ଏକ ଲାଇନ୍ ତାର ଛିଡି ପଡିଥିଲା। ହାତରେ ଧରି ଯାଉଥିବା ଓଦା ପେଣ୍ଟ ସେହି ଲାଇନ୍ ତାରରେ ଲାଗି ଯାଇଥିଲା ଫଳରେ ଛୁଆଟି ସେଇଟାରେ ମୃତ୍ୟୁ ହୋଇଯାଇଥିଲାନାବାଳିକା କୁ ଯାଜପୁର ରୋଡ ଡାକ୍ତର ଖାନା କୁ ନେଇ ଥିଲେ ଡାକ୍ତର ମୃତ୍ୟୁ ଘୋଷଣା କରି ଥିଲେ l ବିଦ୍ୟୁତ ବିଭାଗ ର ଦାଇତ୍ୱ ହୀନତା ଜଗୁ ଛୋଟ ଝିଅ ଟି ର ଜୀବନ ଚାଲିଗଲା ଏଥି ପାଇଁ ବିଦ୍ୟୁତ ବିଭାଗ କୁ ଦାୟୀ କରାଯାଇଛି l ରାତି ରେ ବିଦ୍ୟୁତ ତାର ଛିଣ୍ଡି ତଳେ ପଡି ଥିଲା ବିଦ୍ୟୁତ ବିଭାଗ ର ଜୁନିଅର ଇଂଜିନିୟର ଓ ଲାଇନ ମେନ କିପରି ଜାଣି ପାରିଲେ ନାହଁ ତାହା ପ୍ରଶ୍ନ ବାଚୀ ସୃଷ୍ଟି କରିଛି l ବିଦ୍ୟୁତ ତାର ତଳେ ପଡି ରହୁଛି ତାହାକୁ ମରା ମତି କରାଯାଉ ନାହିଁ ବିଦ୍ୟୁତ ଦେୟ ଆଦାୟ କରି ବା ପାଇଁ ବିଦ୍ୟୁତ ବିଭାଗ ର ଯେତେ ତତ୍ପର ସେହି ପରି ବିଦ୍ୟୁତ ସେବା ଯୋଗାଇବା ପାଇଁ କର୍ତ୍ତୃ ପକ୍ଷ ତତ୍ପର ପ୍ରକାଶ କରୁ ନାହାନ୍ତି l ଗ୍ରାମ ଅଞ୍ଚଳ ରେ ବିଦ୍ୟୁତ ତାର ତଳେ ଜୁଲୁ ଥିଲେ ମଧ୍ୟ ମରାମତି କରା ଯାଉ ନାହଁ l ମୁତକ ବାଳିକା ର କ୍ଷତି ପୂରଣ ଦେବା ପାଇଁ ଦାବୀ ହେଉଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking