39.4 C
Bhubaneswar
Thursday, April 18, 2024
Homeଓଡିଶାଟ୍ରାଫିକ ବାବୁଙ୍କ ନିଆରା ଷ୍ଟାଇଲ

ଟ୍ରାଫିକ ବାବୁଙ୍କ ନିଆରା ଷ୍ଟାଇଲ

ବୈପାରିଗୁଡା – କୋରାପୁଟ ଜିଲ୍ଲା ବୋରିଗୁମ୍ମା ମୁଖ୍ୟ ଛକରେ ଟ୍ରାଫିକ ନିୟନ୍ତ୍ରଣ କରୁଥିବା ଏପରି ଏକ ପୋଲିସ କନଷ୍ଟବେଳକୁ ଦେଖିବେ ଯାହା ଅପଣଙ୍କୁ କେବଳ ଆମୋଦିତ କରିବନାହିଁ ତାଙ୍କର ନିଷ୍ଠା ଦେଖିଲେ ମନରେ ସମ୍ମାନ ବି ଆସିବ । ଭିନ୍ନ ଭିନ୍ନ ଅଂଗ ଭଂଗିରେ ସେ ଟ୍ରାଫିକକୁ ନିକୟନ୍ତ୍ରଣ କରିଥାନ୍ତି । ଗୋଟିଏ ଯାଗାରେ ଛିଡାହୋଇ ନୁହେଁ ଲୋକଙ୍କ ସୁରକ୍ଷା ପାଇଁ ସେ ରାସ୍ତାର ଏପଟ ସେପଟ ଦୌଡିଥାନ୍ତ ଓ ଡେନ୍ସି ଷ୍ଟାଇଲେ ଟ୍ରାଫିକ କଂଟ୍ରୋଂଲ କରିଥାନ୍ତି । ବୋରିଗୁମ୍ମା ର ଏହି ଟ୍ରାଫିକ ପୋଲିସଙ୍କ ନିଆରା ଟ୍ରାଫିକ ଡ୍ୟୁଟିକୁ ନେଇ ଆମର ଏହି ସ୍ୱତନ୍ତ୍ର ରିପୋର୍ଟ ।
ରାସ୍ତା ମଝୀରେ ଭିନ୍ନ ଭିନ୍ନ ମୁଦ୍ରାରେ ଚାଲିଛି ଟ୍ରାଫିକ ନିୟନ୍ତ୍ରଣ । କେତେବେଳେ ରାସ୍ତାରେ ବସିପଡି ତ ଆଉ କେତେବେଳେ ରାସ୍ତାର ଏପଟୁ ସେପଟ ଦୌଡି ଦୌଡି ଟ୍ରାଫିକକୁ ନିୟନ୍ତ୍ରଣ କରୁଛନ୍ତି ପୋଲିସ କନଷ୍ଟେବଳ ଜଣକ । ପୁରା ଡେନ୍ସିଂ ଷ୍ଟାଇଲରେ ଚାଲିଛି ବାବୁଙ୍କ ଟ୍ରାଫିକ ଡ୍ୟୁଟି । ଏ ହେଉଛନ୍ତି କିଶୋର ଚନ୍ଦ୍ର ମିଶ୍ର । ଓଡିଶା ପୋଲିସର ଜଣେ କନଷ୍ଟେବଳ ଭାବେ ବୋରିଗୁମ୍ମା ପୋଲିସରେ ସେ କାର୍ଯ୍ୟରତ । ଆଉ ଏବେ ସେ ବୋରିଗୁମ୍ମା ସହରର ବ୍ୟସ୍ତ ବହୁଳ ଚାରି ଛକରେ କରୁଛନ୍ତି ଟ୍ରାଫିକ ଡ୍ୟୁଟି । ପ୍ରତି ମିନିଟରେ ଶହ ଶହ ଗାଡି ମୋଟର ଯାଉଥିବା ଏହି ଛକରେ ଅତି ସହଯରେ ଟ୍ରାଫିକ ପରିଚାଳନା କରୁଛନ୍ତି । ଭିନ୍ନ ଭିନ୍ନ ଅଂଗ ଭଂଗିରେ ଗାଡିଗୁଡିକୁ ଗୋଟିଏ ପଟରୁ ଅନ୍ୟ ପଟକୁ ଛାଡୁଛନ୍ତି ସେ । ରମେଶଙ୍କ ଏଭଳି ନିଆରା ଷ୍ଟାଇଲ ଲୋକଙ୍କୁ ବେଶ ମନୋରଂଜନର ଖୋରାକ ଯୋଗାଇବା ସହ ଲୋକେ ଧର୍ଯ୍ୟର ସହକାରେ ଟ୍ରାଫିକରେ ଅଟକୁଛନ୍ତି ଓ ଟ୍ରାଫିକ ନିୟମକୁ ପାଳନ କରୁଥିବା କହିଛନ୍ତି ।
କିଶୋର ଚନ୍ଦ୍ର ମିଶ୍ର ଓଡିଶା ପୋଲିସରେ ଚାକିରି କରୁଥିବାବେଳେ ଅନେକ ବର୍ଷ ହେଲା ସେ ଟ୍ରାଫିକ୍ ଡ୍ୟୁଟି କରୁଛନ୍ତି ସେ ଖରା ହେଉ କି ବର୍ଷା ସେ ନିଜ ଦାଇତ୍ଵ ସୁଚାରୁ ରୂପେ ତୁଲାଇଥାନ୍ତି। ଆଉ ଦୁଇ ବର୍ଷ ପରେ ସେ ଚାକିରୀ ରୁ ଅବସର ଗ୍ରହଣ କରିବେ।ତେବେ ତାଙ୍କର ଏଭଳି ଷ୍ଟାଇଲକୁ ଲୋକେ ପସନ୍ଦ କରୁଥିବାରୁ ସେ ଏହାକୁ ଜାରି ରଖିଥିବା ପ୍ରକାଶ କରିଛନ୍ତି । ଲୋକମାନେ ଟାଣ ଖରାରେ ଛିଡାହେଲେ ମଧ୍ୟ ତାଙ୍କର ଏଭଳି ଷ୍ଟାଇଲକୁ ଦେଖି ବୋରିଂ ନହୋଇ ଟ୍ରାଫିକ ନିୟମ ମାନୁଥିବାରୁ ସେ ଏବେ ବେଶ ଖୁସିରେ ଡ୍ୟୁଟି କରୁଥିବା ପ୍ରକାଶ କରିଛନ୍ତି ।
କିଶୋର ଚନ୍ଦ୍ର ମିଶ୍ର(ଟ୍ରାଫିକ ପୋଲିସ ବୋରିଗୁମ୍ମା)
ଫାଭିଓ- ଟ୍ରାଫିକ ପୋଲିସଙ୍କ ଏଭଳି ନିଆରା ଟ୍ରାଫିକ ଡ୍ୟୁଟିକୁ ଦେଖି ଲୋକେ ଟ୍ରାଫିକ ନିୟମ ଠିକ ଭାବେ ମାନିବା ସହ ପ୍ରସଂଶା କରୁଥିବା ଦେଖିବାକୁ ମିଳିଛି।କୋରାପୁଟ ଜିଲ୍ଲା ବୈପାରିଗୁଡା ରୁ ବନଲତା ଲେଙ୍କା ଙ୍କ ରିପୋର୍ଟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking