28.1 C
Bhubaneswar
Saturday, April 27, 2024
Homeଓଡିଶାଲୋକନାଥ ମାର୍କେଟରୁ ଚୋରି ସାମଗ୍ରୀ ଉଦ୍ଧାର,  ପୁଲିସ ତଦନ୍ତ ଜାରି

ଲୋକନାଥ ମାର୍କେଟରୁ ଚୋରି ସାମଗ୍ରୀ ଉଦ୍ଧାର,  ପୁଲିସ ତଦନ୍ତ ଜାରି

ରାଉରକେଲା: ଟାଙ୍ଗରପାଲୀ ପୁଲିସ ଘରୁ ଚୋରି ହୋଇଥିବା କିଛି ସାମଗ୍ରୀ ଉଦ୍ଧାର କରିବା ସହ ଏହି ଚୋରି ସାମଗ୍ରୀକୁ ସେକ୍ଟର-୩ ଥାନା ପୁଲିସକୁ ହସ୍ତାନ୍ତର କରିଛି । ପ୍ରକାଶ ଥାଉକି, ଗତ କିଛି ଦିନ ତଳେ ସେକ୍ଟର-୩ ଥାନା ଅନ୍ତର୍ଗତ ସେକ୍ଟର ଅଂଚଳରୁ ଚୋରି
ହୋଇଥିଲା ।  ଟାଙ୍ଗରପାଲୀ ଥାନା ପୁଲିସ ସହାୟତାରେ ସେକ୍ଟର-୩ ଥାନାର ପୁଲିସ କର୍ମୀ ମାନେ ସାରନଗରୀ ପହଂଚି ଉଦ୍ଧାର ହୋଇଥିବା ଚୋରି ସାମଗ୍ରୀ ଏକ ଅଟୋରେ ନେଇଯାଇଥିଲେ ।ମିଳିଥିବା ସୂଚନା ଅନୁଯାୟୀ, ସେକ୍ଟର-୩ ଥାନା ପୁଲିସର ସୂଚନାକ୍ରମେ ଆଜି ସ୍ଥାନୀୟ ଟାଙ୍ଗରପାଲୀ ଥାନା ପୁଲିସ ସାରନଗରୀର ଲୋକନାଥ ମାର୍କେଟ ଠାରେ ଥିବା ଏକ ଗୁହାଳ ଘରେ ଏକ ସାଇକେଲ, ସୁନା ଅଳଙ୍କାର, ଟିଭି ଉଦ୍ଧାର ହୋଇଥିବା ସୂଚନା ମିଳିଛି । ଲୋକନାଥ ମାର୍କେଟରେ ଚୋରି ସାମଗ୍ରୀ ଉଦ୍ଧାର ଘଟଣା ହେବା ପରେ ସାଧାରଣ ଜନତାଙ୍କ ଭିଡ଼ କିଛି ସମୟ ପାଇଁ ଦେଖିବାକୁ ମିଳିଥିଲା । ଅପରପକ୍ଷରେ, ଚୋରି କରିଥିବା ଯୁବକ ଜଣଙ୍କ ଲୋକନାଥ ମାର୍କେଟ ଅଂଚଳର ବୋଲି ଶୁଣିବାକୁ ମିଳୁଛି । ସେକ୍ଟର-୩ ଥାନା  ପୁଲିସ  ଏହି ଚୋରି ଘଟଣାର ଅନୁସନ୍ଧାନ ଜାରି ରଖିଛି । ଏହି ଘଟଣା ସାରନଗରୀ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଲୁହାରଡ଼ ଚୋରି କରିବା ଅଭିଯୋଗରେ ଦୁଇ ଯୁବକ ଗିରଫ

ରାଉରକେଲା:  ଏକ ଘର ସାମନାରୁ ଲୁହାରଡ଼ ଚୋରି କରିବା ଅଭିଯୋଗରେ ଟାଙ୍ଗରପାଲୀ ଥାନା ପୁଲିସ ଦୁଇ ଜଣ ଯୁବକଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଗିରଫ ଯୁବକ ଦ୍ୱୟ ହେଲେ ଅନୀଲ ମୁଣ୍ଡା ଓ ବିଭୂତି ଭୂଷଣ ବେହେରା । ଏହି ଦୁଇ ଜଣ ଦକ୍ଷିଣ ରାଉରକେଲା ଅନ୍ତର୍ଗତ ନବକୃଷ୍ଣନଗର ଅଂଚଳର ଗୀର୍ଜା ବସ୍ତିର ବାସିନ୍ଦା । ପୁଲିସ ସେମାନଙ୍କ ଠାରୁ ୪ କୁଇଟାଂଲ ଲୁହାରଡ଼ ଜବତ କରିଛି । ମିଳିଥିବା ସୂଚନା ଅନୁଯାୟୀ, ଦକ୍ଷିଣ ରାଉରକେଲା ଅନ୍ତର୍ଗତ ନବକୃଷ୍ଣନଗର ଅଂଚଳରେ ରହୁଥିବା ଚିଂଟୁ ପ୍ରଧାନ ନିଜ ଘର ନିର୍ମାଣ କାର୍ଯ୍ୟ ଲାଗି ଲୁହା ରଡ ବଣ୍ଡଲ଼ ଘର ସମ୍ମୁଖରେ ରଖିଥିଲେ, ସେହି ବଣ୍ଡଲ ଗୁଡ଼ିକୁ ଅନୀଲ ଓ ବିଭୂତି ଚୋରି କରିବା ପରେ ଟୁରୀ ବସ୍ତିରେ ଥିବା ବୁଦା ମଧ୍ୟରେ ଲୁଚାଇ ରଖିଥିଲେ, ଯାହାକୁ ପୁଲିସ ଅନୁସନ୍ଧାନ କାଳରେ ଜବତ କରିଛି । ଚୋରି ଘଟଣା ସମ୍ପର୍କରେ ଗୃହକର୍ତା ଚିଂଟୁ ଥାନାରେ ଏତଲା ଦେବା ପରେ ଟାଙ୍ଗରପାଲୀ ଥାନା ପୁଲିସ ଘଟଣାର ତଦନ୍ତ କରି ଯୁବକ ଦ୍ୱୟଙ୍କୁ ଗିରଫ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking