31.1 C
Bhubaneswar
Tuesday, May 7, 2024
Homeଓଡିଶାବାଇକ ଉପରେ ମାଡ଼ିଗଲା ଭାରୀଯାନ, ୨ ମୃତ

ବାଇକ ଉପରେ ମାଡ଼ିଗଲା ଭାରୀଯାନ, ୨ ମୃତ

ରାଉରକେଲା: ଜାତୀୟ ରାଜପଥ-୧୪୩ ଘଟିଥିଲା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଆପାଚି ବାଇକ(ନଂ ଓଆର ୧୪ୱାଇ ୩୩୪୩) ଉପରେ ଏକ ଅଜଣା ଭାରୀଯାନ ମାଡ଼ିଯିବାରୁ ଘଟଣାସ୍ଥଳରେ ଦୁଇ ଜଣ ଯୁବକଙ୍କ ପ୍ରାଣବାୟୁ ଉଡ଼ି ଯାଇଛି । ମୃତ ଯୁବକ ଦ୍ୱୟ ହେଲେ କୁଆଁରମୁଣ୍ଡା ଅଂଚଳର ଅବିନାଶ କାଙ୍ଗାଡ଼ି(୨୩) ଓ ଟିମଯୋରର କରନ କୁଜୁର(୨୪) ।  ଦୁର୍ଘଟଣାରେ କରନଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ, ଅବିନାଶଙ୍କୁ ଗୁରୁତର ଆହତ ଅବସ୍ଥାରେ ରାଉରକେଲା ସରକାରୀ ହାସପାତାଳ(ଆରଜିଏଚ) ନିଆଯାଇଥିଲେହେଁ, ଚିକିତ୍ସାଧିନ ଅବସ୍ଥାରେ ଡାକ୍ତର ଅବିନାଶଙ୍କୁ ମୃତ ଘୋଷଣା କରିଥିଲେ ।

ଦୁର୍ଘଟଣା ପରେ ସ୍ଥାନୀୟ ଜଲଦା ଫାଣ୍ଡି  ପୁଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା ପରେ ସାଧାରଣ ଜନତାଙ୍କ ଭିଡ଼ ଘଟଣା ସ୍ଥଳରେ ଦେଖିବାକୁ ମିଳିଥିଲା, ଫଳସ୍ୱରୂପ ଜାତୀୟ ରାଜପଥରେ କିଛି ସମୟ ଧରି ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ପୁଲିସ ପହଂଚିବା ପରେ ଯାନବାହାନ ସ୍ୱାଭାବିକ ହୋଇଥିବା ଖବର ମିଳିଛି । ମିଳିଥିବା ସୂଚନା ଅନୁଯାୟୀ,  ଅବିନାଶ ଓ କରନ ରାଉରକେଲାରେ ନିଜ କାର୍ଯ୍ୟ ସମ୍ପନ୍ନ କରି  ଏକ ଆପାଚି ବାଇକରେ ଟିମଯୋର ଫେରୁଥିବା ସମୟରେ ସଂଧ୍ୟାରେ ଘଟିଥିଲା ଏହି ମର୍ମନ୍ତୁଦ ଦୁର୍ଘଟଣା । ଜାତୀୟ ରାଜପଥ-୧୪୩ ଉପରେ ବୀପରୀତ ଦିଗରୁ ଆସୁଥିବା ଏକ ଅଜଣା ଭାରୀଯାନ ଜାତୀୟ ରାଜପଥ  ସଂଲଗ୍ନ କାରମେଲ ସ୍କୁଲ ଠାରୁ କିଛି ଦୂରରେ ଉଭୟ ଯୁବକଙ୍କୁ ଧକ୍କା ଦେଇଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଏକ ଭାରୀଯାନ କରନଙ୍କ ଉପରେ ମାଡ଼ିଯିବାରୁ ତାଙ୍କ ଶରୀରର ଅନ୍ତବୁଜୁଳା ପଦାକୁ ବାହାରି ଆସିଥିଲା । ଦୁର୍ଘଟଣା ପରେ ଭାରୀଯାନର ଚାଳକ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ପ୍ରକାଶ । ଦୁର୍ଘଟଣାର ଖବର ପାଇ ଜଲଦା ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଂଚି ଦୁର୍ଘଟଣାଗ୍ରସ୍ତ ଆପାଚିକୁ ଜବତ କରି ଘଟଣାର ଅନୁସନ୍ଧାନ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking