31.1 C
Bhubaneswar
Tuesday, April 23, 2024
Homeଓଡିଶାକ୍ଷତିପୁରଣ ଦାବୀରେ ବନଖଣ୍ଡ ଅଧିକାରୀଙ୍କ ଦ୍ୱାରସ୍ଥ

କ୍ଷତିପୁରଣ ଦାବୀରେ ବନଖଣ୍ଡ ଅଧିକାରୀଙ୍କ ଦ୍ୱାରସ୍ଥ

ଢେଙ୍କାନାଳ  : ଢେଙ୍କାନାଳ ଜିଲ୍ଲା ଭାପୁର ପଂଚାୟତରେ ଦିନକୁ ଦିନ ବଣୁଆ ହାତୀଙ୍କ ଉପଦ୍ରବ ବଢିବାରେ ଲାଗିଛି । ହାତୀ ମାନଙ୍କ ଦ୍ୱାରା ଏକର ଏକର ଜମିର ଫସଲ ଖାଇବା ସହିତ ଦଳି ନଷ୍ଟ କରିଦେଇଛନ୍ତି । ତେଣୁ ଅଚଂଳବାସୀ କ୍ଷତିପୁରଣ ପାଇବା ଦାବୀରେ ଜିଲ୍ଲାବନଖଣ୍ଡ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି । ମିଳିଥିବା ସୁଚନା ମୁତାବକ, ଢେଙ୍କାନାଳ ଜିଲ୍ଲା ଭାପୁର ପଂଚାୟତ ଅଧିନରେ ଥିବା ଛଦେଶ ଅଚଂଳରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ଉକ୍ତ ଅଚଂଳର ଲୋକମାନେ ବିଶେଷତଃ ଚାଷ କାର୍ଯ୍ୟ ଉପରେ ନିର୍ଭର କରି ରହିଥାନ୍ତି । ଚଳିତ ବର୍ଷା ଅଭାବରୁ ବହୁ କଷ୍ଟରେ ଧାନ ଚାଷ କରାଯାଇଛି ।

ଭଲ ନହେଲ ବି କିଛି ମାତ୍ରାରେ ଧାନ ଚାଷ କରାଯାଇଛି । ତେବେ ଛଦ୍ଦେଶ ଅଚଂଳରେ ଶହ ଶହ ଏକରରେ ହୋଇଥିବା ଧାନ ଫସଲକୁ ବଣୁଆ ହାତୀ ଖାଇବା ସହିତ ଦଳି ଚକଟି ନଷ୍ଟ କରିଦେଉଛନ୍ତି । ଯାହାକୁ ନେଇ ସମଗ୍ର ଚାଷିକୁଳ ଚିନ୍ତାରେ ପଡିଯାଉଛନ୍ତି । ତେବେ ଉକ୍ତ ଅଚଂଳରେ ୫ଟି ପଂଚାୟତ ଚାଷୀ ଭାଇ ମାନେ କ୍ଷତିପୁରଣ ପାଇବା ପାଇଁ ଜିଲ୍ଲା ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ଗୋଗିନେନୀଙ୍କ ଦ୍ୱାରସ୍ଥ ହୋଇଛନ୍ତି । ତେବେ ପ୍ରଶାସନ ଉକ୍ତ ସମସ୍ୟାକୁ ଦୃଷ୍ଟି ଦେବା ସହ ସୋଲାର ଫିନିସିଂ ଲଗାଇବା ପାଇଁ ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking