29.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଆଗାମୀ ୨୫ ବର୍ଷ ପାଇଁ ଆମକୁ ‘ପଞ୍ଚପ୍ରାଣ’ ଉପରେ ଧ୍ୟାନ ଦେବାକୁ ପଡ଼ିବ: ପ୍ରଧାନମନ୍ତ୍ରୀ ମୋଦୀ

ଆଗାମୀ ୨୫ ବର୍ଷ ପାଇଁ ଆମକୁ ‘ପଞ୍ଚପ୍ରାଣ’ ଉପରେ ଧ୍ୟାନ ଦେବାକୁ ପଡ଼ିବ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଗାମୀ ୨୫ ବର୍ଷ ପାଇଁ ଆମକୁ ‘ପଞ୍ଚପ୍ରାଣ’ (ପାଞ୍ଚ ପ୍ରତିଜ୍ଞା) ଉପରେ ଧ୍ୟାନ ଦେବାକୁ ପଡ଼ିବ ବୋଲି ଆଜି ଭାରତର ୭୬ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଲାଲ୍ କିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରି ଦେଇଥିବା ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ‘ପଞ୍ଚପ୍ରାଣ’ର ପ୍ରଥମଟି ହେଉଛି ବୃହତ୍ତର ପ୍ରତିଜ୍ଞା ଏବଂ ବିକଶିତ ଭାରତର ପ୍ରତିଜ୍ଞା ସହ ଅଗ୍ରସର ହେବା; ଦ୍ବିତୀୟଟି ହେଉଛି, ଦାସତ୍ବର ସମସ୍ତ ଚିହ୍ନ ପୋଛି ଦେବା; ତୃତୀୟଟି ହେଉଛି, ଆମର ଐତିହ୍ୟ ପାଇଁ ଗୌରବାନ୍ବିତ ମନେକରିବା; ଚତୁର୍ଥଟି ହେଉଛି, ୧୩୦କୋଟି ଜନତାଙ୍କ ମଧ୍ୟରେ ଏକତାକୁ ସୁଦୃଢ଼ କରିବା ଏବଂ ପଞ୍ଚମଟି ହେଉଛି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ନାଗରିକମାନେ କର୍ତ୍ତବ୍ୟ ପ୍ରତି ଦୃଷ୍ଟି ଦେବା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତ ହେଉଛି ଏକ ଆକାଂକ୍ଷୀ ସମାଜ ଯେଉଁଠି ପରିବର୍ତ୍ତନ ସମ୍ମିଳିତ ଶକ୍ତିରେ ସମ୍ଭବ ହୁଏ। ଭାରତୀୟମାନେ ସକାରାତ୍ମକ ପରିବର୍ତ୍ତନ ଚାହୁଁଛନ୍ତି ଓ ସେଥିପ୍ରତି ଅବଦାନ ଦେବାକୁ ମଧ୍ୟ ଆଗ୍ରହୀ। ପ୍ରତ୍ୟକ ସରକାର ଏହି ଆକାଂକ୍ଷୀ ସମାଜର ସମସ୍ୟା ବୁଝିବା କଥା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking