31.1 C
Bhubaneswar
Tuesday, May 7, 2024
Homeଓଡିଶାବଡ ବନ୍ୟା ଟାଳିବାକୁ କସରତ

ବଡ ବନ୍ୟା ଟାଳିବାକୁ କସରତ

ଭୁବନେଶ୍ୱର : ବନ୍ୟା ସ୍ଥିତି ନେଇ ଏସଆରସି ପ୍ରଦୀପ ଜେନାଙ୍କ ସୂଚନା । ହୀରାକୁଦ ତଳ ମୁଣ୍ଡରେ ବର୍ଷା କମିଥିଲେ ବି ଉପର ମୁଣ୍ଡରେ ହେଉଛି । ମହାନଦୀର ଅନେକ ଉପନଦୀରୁ ବର୍ତ୍ତମାନ ପାଣି ମହାନଦୀରେ ମିଶୁଛି । ଉପରମୁଣ୍ଡ ପାଣି ଓ ତଳମୁଣ୍ଡ ପାଣି ମିଶି ମହାନଦୀ ଜଳସ୍ତର ବଢୁଛି । ଏବେ ମୁଣ୍ଡଳି ଦେଇ ୯.୧ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି । ଅଧିକ ପାଣି ଆସୁଥିବାରୁ ନିୟନ୍ତ୍ରଣ ପାଇଁ ହୀରାକୁଦର ୮ ଟି ଗେଟ ବନ୍ଦ କରିବା ନେଇ କହିଛନ୍ତି ଏସଆରସି ପ୍ରଦୀପ ଜେନା । ୮ଟି ଗେଟ ବନ୍ଦ କରିଦେଲେ ପ୍ରାୟ ୧,୨୦ ଲକ୍ଷ କ୍ୟୁସେକ ଜଳ କମିଯିବ । କାଲି ସକାଳ ୯ ଟା ଯାଏଁ ୮ ଟି ଗେଟ ବନ୍ଦ କରାଯିବ । ଏବେ ହୀରାକୁଦ ଡ୍ୟାମ ଜଳସ୍ତର ୬୨୧ ଫୁଟ ପାଖ ପାଖି ରହିଛି । ୮ଟି ଗେଟ ବନ୍ଦ କରି ମୁଣ୍ଡଳିରେ ୧୦.୫/୧୧ ଲକ୍ଷ ଭିତରେ ରଖିବୁ ବୋଲି କହିଛନ୍ତି ଏସଆରସି । ୮ଟି ଗେଟ ବନ୍ଦ ନ କଲେ ମୁଣ୍ଡଳିରେ ୧୨.୫ ଲକ୍ଷ ହୋଇଯାଇପାରେ । ଏବେ ମୁଣ୍ଡଳିରେ ୯.୧ ଲକ୍ଷ କ୍ୟୁସେକ ଅଛି , କାଲି ସନ୍ଧ୍ୟାରେ ୧୧ ଲକ୍ଷ ହୋଇପାରେ ।

ଭଟ୍ଟାରିକା ପୀଠରେ ୧୪୪

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking