39.1 C
Bhubaneswar
Friday, April 26, 2024
Homeଓଡିଶାସେପ୍ଟେମ୍ବର ୩୦ରେ ପିପିଲି ଉପନିର୍ବାଚନ

ସେପ୍ଟେମ୍ବର ୩୦ରେ ପିପିଲି ଉପନିର୍ବାଚନ

ଭୁବନେଶ୍ୱର: ବାଜିଛି ପିପିଲି ଉପନିର୍ବାଚନ ବିଗୁଲ । ସେପ୍ଟେମ୍ବର ୩୦ ତାରିଖରେ ପିପିଲି ଉପନିର୍ବାଚନ ଅନୁଷ୍ଠିତ ହେବ । ଅକ୍ଟୋବର ୩ ତାରିଖରେ ଭୋଟ ଗଣତି ହେବ । ଉପନିର୍ବାଚନ ନେଇ ଆଜି ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ସେହିଭଳି ପିପିଲି ପାଇଁ ଆଜିଠାରୁ ଲାଗୁ ହୋଇଛି ନିର୍ବାଚନ ଆଚରଣବିଧି । ଆସନ୍ତା ୨୦ ତାରିଖରୁ ନିର୍ବାଚନ ପ୍ରଚାର ନେଇ ଅନୁମତି ମିଳିବ ।  ଇନଡୋର ମିଟିଂରେ କ୍ଷମତାର ୩୦ ପ୍ରତିଶତ କିମ୍ବା ୨୦୦ରୁ କମ ଜଣଙ୍କୁ ଅନୁମତି ରହିଛି । ଷ୍ଟାର କ୍ୟାମ୍ପେନର ଥିବା ଆଉଟଡୋର ମିଟିଂରେ ୧ ହଜାରଙ୍କୁ ଅନୁମତି ରହିଛି । ଅନ୍ୟ ଆଉଟଡୋର ପ୍ରଚାର ବେଳେ ୫୦୦ ଲୋକଙ୍କୁ ଅନୁମତି ରହିବ । ଷ୍ଟାର କ୍ୟାମ୍ପେନର ତାଲିକା ୨୦ରେ ସୀମିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ରୋଡ୍ ଶୋ, ବାଇକ ଓ ସାଇକେଲ ରାଲି ମନା କରାଯାଇଛି । ଡୋର ଟୁ ଡୋର କ୍ୟାମ୍ପେନ ବେଳେ ପ୍ରାର୍ଥୀଙ୍କ ସହ ୫ ଜଣଙ୍କୁ ଅନୁମତି ମିଳିବ । ମତଦାନର ୭୨ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ କରିବାକୁ ନିର୍ଦ୍ଦେଶ ରହିଛି । ତେବେ ପିପିଲି ଉପନିର୍ବାଚନ ପାଇଁ ୧୦ ଜଣଙ୍କ ପ୍ରାର୍ଥୀପତ୍ର କାଏମ ରହିଛି । ୧୦ ପ୍ରାର୍ଥୀଙ୍କ ମଧ୍ୟରେ ୩ ପ୍ରମୁଖ ଦଳ ବିଜେପି, କଂଗ୍ରେସ ଓ ବିଜେଡିର ପ୍ରାର୍ଥୀ ରହିଛନ୍ତି । ବିଜେପିରୁ ଆଶ୍ରିତ ପଟ୍ଟନାୟକ ପ୍ରାର୍ଥୀ ହୋଇଛନ୍ତି । କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ବିଶ୍ୱକେସନ ହରିଚନ୍ଦନ ମହାପାତ୍ର ଏବଂ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ରୁଦ୍ର ପ୍ରତାପ ମହାରଥୀ । ୩ ସ୍ୱାଧୀନ ପ୍ରାର୍ଥୀଙ୍କୁ ମିଶାଇ ଅନ୍ୟାନ୍ୟ ଦଳରୁ ୭ ପ୍ରାର୍ଥୀ ହୋଇଛନ୍ତି । ପିପିଲି ସହିତ ପଶ୍ଚିମବଙ୍ଗର ୩ଟି ଆସନ ପାଇଁ ଉପନିର୍ବାଚନ ହେବ । ତେବେ ଏଠାରେ ସୂଚନାଯୋଗ୍ୟ , କରୋନା କାରଣରୁ ପିପିଲି ଉପନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା । ପୂର୍ବରୁ ମେ ମାସ 16 ତାରିଖରେ ହେବାକୁ ଥିବା ଉପ ନିର୍ବାଚନ ସ୍ଥଗିତ ରଖାଯାଇଥିଲା । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ନିର୍ବାଚନ ସ୍ଥଗିତ ରଖିଥିଲେ ନିର୍ବାଚନ କମିଶନ । କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ପିପିଲିରେ ନିର୍ବାଚନ ସ୍ଥଗିତ ରଖିବାକୁ ଦାବି କରୁଥିଲା କଂଗ୍ରେସ । ଏ ନେଇ ନିର୍ବାଚନ ଅଧିକାରୀଙ୍କୁ ଭେଟି ନିର୍ବାଚନ କମିଶନଙ୍କ ଉଦେଶ୍ୟରେ ଦାବି ପତ୍ର ଦେଇଥିଲା କଂଗ୍ରେସ । ରାଜ୍ୟରେ ବଢ଼ୁଥିବା ସଂକ୍ରମଣ ଦୃଷ୍ଟିରେ ରଖି ପଦକ୍ଷେପ ନେଇଥିଲେ ନିର୍ବାଚନ କମିଶନ । କରୋନା ସଂକ୍ରମଣକୁ ଦେଖି ନିର୍ବାଚନ ସ୍ଥଗିତ ରଖିବା ପାଇଁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାଖଲ ହୋଇଥିଲା । ପିପିଲି ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ପରେ ଏପ୍ରିଲ 17ରେ ନିର୍ବାଚନ ହେବା ନେଇ ନିର୍ଣ୍ଣୟ ନିଆଯାଇଥିଲା । ତେବେ ନିର୍ବାଚନକୁ 2 ଦିନ ଥିବା ବେଳେ କୋଭିଡ ସଂକ୍ରମିତ ହୋଇ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କର ଦେହାନ୍ତ ହେଲା । ଏଥି ଯୋଗୁଁ ଏହା ଘୁଞ୍ଚିଥିଲା । ଫଳରେ ନିର୍ବାଚନ ସ୍ଥଗିତ ହୋଇଥିଲା । ପୁଣି ମେ 13 ରେ ନିର୍ବାଚନ ନେଇ ଘୋଷଣା ହୋଇଥିଲେ ସତ୍ତ୍ବେ ଇଦୁଲଫିତର ଯୋଗୁଁ ମେ 16 ରେ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା । ତେବେ କୋରୋନା ଯୋଗୁଁ ଏହାକୁ ଘୁଞ୍ଚାଇବାକୁ ଦାବି ତେଜିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking