30.1 C
Bhubaneswar
Monday, May 6, 2024
Homeକରୋନାବିଶ୍ୱରେ ଆଉ ୬,୪୫,୫୧୭ ସଂକ୍ରମିତ

ବିଶ୍ୱରେ ଆଉ ୬,୪୫,୫୧୭ ସଂକ୍ରମିତ

ନୂଆଦିଲ୍ଲୀ : ବିଶ୍ୱରେ କାୟା ମେଲାଇ ଥିବା ମହାମାରୀ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଅସିପାରୁ ନାହିଁ । ସଂକ୍ରମଣ ଆମେରିକା ଓ ଭାରତ ପରେ ୩ୟ ରାଷ୍ଟ୍ର ଭାବେ ବ୍ରାଜିଲରେ କାୟା ବିସ୍ତାର କରିଛି । ସେଥିପାଇଁ ବିଶ୍ୱବାସୀଙ୍କର ଚିନ୍ତା ବଢ଼ିଯାଉଛି । ଏହାରି ମଧ୍ୟରେ ଶନିବାର ଗତ ୨୪ ଘଣ୍ଟା ମଧ୍ୟରେ ୬ଲକ୍ଷ ୪୫ହଜାର ୫୧୭ ଜଣ ସଂକ୍ରମିତ ହୋଇଥିବା ବେଳେ ୯ହଜାର ୬୧୫ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୨କୋଟି ୫ଲକ୍ଷ ୭୭ହଜାର ୭୩୮ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୫ଲକ୍ଷ ୬୬ହଜାର ୧୨ ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୯କୋଟି ୭୦ଲକ୍ଷ ୭୬ହଜାର ୧୦୩ ଜଣ ସୁସ୍ଥ ହୋଇ ଥିବାବେଳେ ୧କୋଟି ୮୯ଲକ୍ଷ ୩୫ହଜାର ୬୨୩ ଜଣ ସକ୍ରିୟ ମାମଲା ରହିଛି ।

ଆମେରିକାରେ ମୋଟ ୪କୋଟି ୬ଲକ୍ଷ ୯୭ହଜାର ୭୨୬ ସଂକ୍ରମିତ ଓ ୬ଲକ୍ଷ ୬୪ହଜାର ୯୧୩ ଜଣ ମୃତ ଥିବାବେଳେ
ବ୍ରାଜିଲରେ ୨କୋଟି ୮ ଲକ୍ଷ ୫୬ହଜାର ୬୦ ସଂକ୍ରମିତ ଓ ୫ଲକ୍ଷ ୮୨ ହଜାର ୭୫୩ମୃତ, ଋଷିଆରେ ୬୯ ଲକ୍ଷ ୭୫ ହଜାର ୧୭୪ ସଂକ୍ରମିତ ଓ ୧ଲକ୍ଷ ୮୫ ହଜାର ୬୧୧ ମୃତ, ୟୁକେରେ ୬୯ ଲକ୍ଷ ୪ ହଜାର ୯୬୯ ସଂକ୍ରମିତ ଓ ୧ ଲକ୍ଷ ୩୩ ହଜାର ୪୧ ମୃତ, ଫ୍ରାନ୍ସରେ ୬୮ ଲକ୍ଷ ୧୨ ହଜାର ୭୦୬ ସଂକ୍ରମିତ ଓ ୧ ଲକ୍ଷ ୧୪ ହଜାର ୭୭୩ ମୃତ, ତୁର୍କୀରେ ୬୪ ଲକ୍ଷ ୫୮ହଜାର ୬୩୦ ସଂକ୍ରମିତ ଓ ୫୭ ହଜାର ୫୫୯ ମୃତ, ଆର୍ଜେଣ୍ଟିନାରେ ୫୧ ଲକ୍ଷ ୯୯ହଜାର ୯୧୯ ସଂକ୍ରମିତ ଓ ୧ ଲକ୍ଷ ୧୨ ହଜାର ୩୫୬ମୃତ, ଇରାନରେ ୫୦ ଲକ୍ଷ ୮୩ ହଜାର ୧୩୩ ସଂକ୍ରମିତ ଓ ୧ ଲକ୍ଷ ୯ ହଜାର ୫୪୯ମୃତ, କଲୋମ୍ବିଆରେ ୪୯ ଲକ୍ଷ ୧୪ ହଜାର ୮୮୧ ସଂକ୍ରମିତ ଓ ୧ ଲକ୍ଷ ୨୫ ହଜାର ୧୫୮ମୃତ, ସ୍ପେନରେ ୪୮ ଲକ୍ଷ ୭୭ ହଜାର ୭୫୫ ସଂକ୍ରମିତ ଓ ୮୪ ହଜାର ୭୯୫ମୃତ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking