31.1 C
Bhubaneswar
Friday, March 29, 2024
Homeଓଡିଶାପ୍ରଳମ୍ୱାସୁର ବଧ ବେଶରେ ପ୍ରଭୁ ଶ୍ରୀଜଗନ୍ନାଥ

ପ୍ରଳମ୍ୱାସୁର ବଧ ବେଶରେ ପ୍ରଭୁ ଶ୍ରୀଜଗନ୍ନାଥ

ପୁରୀ : ଆଜି ହେଉଛି ଭାଦ୍ରବ କୃଷ୍ଣପକ୍ଷ ଦ୍ୱାଦଶୀ ତିଥି। ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁ ବିଭିନ୍ନ ସ୍ୱର୍ଣ୍ଣଅଳଙ୍କ।ରରେ ବିଭୂଷିତ ହୋଇ ପ୍ରଳମ୍ୱାସୁର ବଧ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ତେବେ ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ବଢ଼ିବା ପରେ ଏହି ବେଶ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ। କାଷ୍ଠ, ବେତ, କଳାକନା, ଧଳାକନା ଓ ନୀଳକନାରେ ୪ଫୁଟର ଏକ ବିରାଟକାୟ କାଷ୍ଠ ନିର୍ମିତ ଏହି ପ୍ରଳମ୍ୱାଶୁର ମୂର୍ତ୍ତିକୁ ରତ୍ନସିଂହାସନସ୍ଥ ବଳଭଦ୍ରଙ୍କ ନିମ୍ନ ଭାଗରେ ସଜାଯାଏ । ପ୍ରଳମ୍ୱାସୁର ବଧ ବେଶରେ ପ୍ରଭୁ ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ସାଧାରଣ ବେଶରେ ବିରାଜମାନ କରିଥିବା ବେଳେ ଅସୁରର ସ୍କନ୍ଧ ଏବଂ ଦୁଇ ଭୂଜରେ ପ୍ରଭୁ ଶ୍ରୀ ବଳଭଦ୍ର ବସିଥିବା ଭଳି ଦୃଶ୍ୟ ହୁଏ।

ଶ୍ରୀକୃଷ୍ଣ ଲୀଳାର ପ୍ରଥମେ ବନଭୋଜୀ ବେଶ ପରେ କାଳୀୟ ଦଳନ ବେଶ କରାଯିବ । ଏହାପରେ ପ୍ରଳାମ୍ବସୁର ବଧ ବେଶ ଅନୁଷ୍ଠିତ ହେବ। ପରମ୍ପରା ମୁତାବକ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ରତ୍ନସିଂହାସନ ଉପରେ ମହାପ୍ରଭୁ ଏହି ବେଶରେ ବିଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ । ଗୋପପୁରରେ ଭଗବାନ ଶ୍ରୀକୃଷ୍ଣ ଓ ବଡଭାଇ ବଳରାମ ଓ ସାଙ୍ଗସାଥୀଙ୍କ ସହ ଖେଳ କସରତ କରୁଥିବା ବେଳେ ଗୋପ ବାଳକ ବେଶରେ ପ୍ରଲମ୍ୱାସୁର ଦୁଇଭାଇଙ୍କୁ ବଧ କରିବା ପାଇଁ ଛଦ୍ମବେଶରେ ଆସିଥିଲା । ଏହା ଜାଣିପାରି ଶ୍ରୀବଳରାମ ପ୍ରଳମ୍ୱାସୁରକୁ ମୁଷ୍ଟିକ ପ୍ରହାର କରି ବଧ କରିଥିଲେ। ସେହି ସ୍ମୃତିରେ ଶ୍ରୀମନ୍ଦିରରେ ପ୍ରଳମ୍ୱାସୁର ବଧ ବେଶ ଅନୁଷ୍ଠିତ ହୋଇଥାଏ। ସୂଚନା ଯେ, ପବିତ୍ର ଜନ୍ମାଷ୍ଟମୀ ଠାରୁ ଆରମ୍ଭ ହୋଇଥିବା ଶ୍ରୀକୃଷ୍ଣଲୀଳାର ଦ୍ୱିତୀୟ ବେଶ କାଳୀୟ ଦଳନ ବେଶ ଶ୍ରୀମନ୍ଦିର ଅନୁଷ୍ଠିତ ହୋଇଯାଇଥିଲା। ନବକଳେବର ପରେ ପ୍ରଥମ ଥର ପାଇଁ ମହାପ୍ରଭୁ ବିଭିନ୍ନ ସୁବର୍ଣ୍ଣ ଅଳଙ୍କ।ରରେ ବିଭୂଷିତ ହୋଇ କାଳୀୟ ଦଳନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ମଧ୍ୟାହ୍ନ ଧୂପ ପରେ ମଦନମୋହନ, ରାମକୃଷ୍ଣ ଆଜ୍ଞାମାଳ ପାଇ ପାଲିଙ୍କିରେ ବିରାଜମାନ ହୋଇ ଲବଣୀ ଖିଆ ମଣ୍ଡପରେ ବିଜେ ହୋଇଥିଲେ । ସେଠାରେ ବନ୍ଦାପନା ନୀତି ସମ୍ପର୍ଣ୍ଣ ହେବା ପରେ ମହାଭୋଇ ମହିଳା ସେବାୟତଙ୍କ ଦ୍ୱାରା ପ୍ରସ୍ତୃତ ସର ଲବଣୀକୁ ଭୋଗ କରାଯାଇଥିଲା। ପରେ ମାର୍କଣ୍ଡେୟ ପୁଷ୍କରଣୀରେ କାଳୀୟ ଦଳନ ଲୀଳା ସମ୍ପର୍ଣ୍ଣ ହୋଇଥିଲା। ସେଠାରେ ବିଧିବିଧାନ ମୁତାବକ ଗରୁଡଙ୍କ ଦ୍ୱାରା ପ୍ରଦତ୍ତ ଅମୃତ ଲଡୁ ସେବନ କରିଥିଲେ ଶ୍ରୀକୃଷ୍ଣ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking