33.1 C
Bhubaneswar
Sunday, May 5, 2024
Homeଓଡିଶାଗତ ୧୩ ଦିନ ମଧ୍ୟରେ ପେଟ୍ରୋଲ-ଡିଜେଲ ଦର ରହିଛି ସ୍ଥିର

ଗତ ୧୩ ଦିନ ମଧ୍ୟରେ ପେଟ୍ରୋଲ-ଡିଜେଲ ଦର ରହିଛି ସ୍ଥିର

ନୂଆଦିଲ୍ଲୀ: ଦେଶରେ ଗତ ୧୩ ଦିନ ଧରି ଲଗାତର ଭାବେ ତୈଳ ଦରରେ କୌଣସି ପ୍ରକାର ପରିବର୍ତନ କରାଯାଇନାହିଁ । ତୈଳ ମାର୍କେଟିଂ କମ୍ପାନୀମାନେ ତୈଳ ଦର ସ୍ଥିର ରଖିଛନ୍ତି । ଶୁକ୍ରବାର ଅର୍ଥାତ ୧୨ ମାର୍ଚ୍ଚ ରେ ବି ପେଟ୍ରୋଲ କିମ୍ବା ଡିଜେଲ ଦରରେ କୌଣସି ପରିବର୍ତନ କରାଯାଇନାହିଁ । କହିରଖୁଛୁ, ତେଲ ଦର ଦେଶରେ ପୁଣି ରେକର୍ଡ ସ୍ତରରେ ରହିଛି । ଦେଶର ସମସ୍ତ ମେଟ୍ରୋ ସହରରେ ପେଟ୍ରୋଲ ସବୁଠୁ ମହଙ୍ଗା ଦରରେ ବିକ୍ରି ହେଉଛି । ୨୭ ଫେବୃୟାରୀରେ ହୋଇଥିବା ଶେଷ ପରିବର୍ତନ ଆଧାରରେ ବର୍ତମାନ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୧.୧୭ ଟଙ୍କା ରହିଥିବା ବେଳେ ଡିଜେଲ ଲିଟର ପିଛା ୮୧.୪୭ ଟଙ୍କା ରହିଛି । ସେହିଭଳି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୯୭.୫୭ ଟଙ୍କା ରହିବା ସହ ଡିଜେଲ ୮୮.୬୦ ଟଙ୍କା ପ୍ରତି ଲିଟର ରହିଛି । ଦିଲ୍ଲୀ, ମୁମ୍ବାଇ, କଲିକତା, ଚେନ୍ନାଇରେ ପେଟ୍ରୋଲ ଦର ସବୁଠୁ ଅଧିକ ରହିଛି । କୋଲକାତାରେ ପେଟ୍ରୋଲ ଲିଟର ପିଛା ୯୧.୩୫ ଟଙ୍କା ଓ ଡିଜେଲ ୮୪.୩୫ ଟଙ୍କା ଲିଟର ପିଛା ରହିଛି । ସେହିଭଳି ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ଗତକାଲି ୯୧.୭୪ ଟଙ୍କା ରହିଥିବା ବେଳେ ଆଜି ୯୧.୯୦ ରହିଛି ଏବଂ ଡିଜେଲ ଲିଟର ପିଛା ଗତକାଲି ୮୮.୬୩ ଟଙ୍କା ଥିବା ବେଳେ ଆଜି ଏହା ୮୮.୭୯ ଟଙ୍କା ରହିଛି ।
ଦେଶରେ ପ୍ରତିଦିନ ସକାଳ ୬ଟାରେ ତୈଳ ଦର ରିଭାଇଜ କରାଯାଏ । କାରଣ କ୍ରୁଡ ଅଏଲର ଦାମ ଓ ବିଦେଶୀ ମୁଦ୍ରା ଦର ଆଧାରରେ ଦେଶରେ ପ୍ରତିଦିନ ପେଟ୍ରୋଲ-ଡିଜେଲ ମୂଲ୍ୟରେ ପରିର୍ତ୍ତନ ହୋଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking