32.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶସମସ୍ତ ବୟସ୍କଙ୍କୁ ଦିଆଯିବ କୋରନା ଟୀକା : ଜୋ ବାଇଡେନ

ସମସ୍ତ ବୟସ୍କଙ୍କୁ ଦିଆଯିବ କୋରନା ଟୀକା : ଜୋ ବାଇଡେନ

ୱାସିଂଟନ : ଅମେରିକାରେ କୋରନା ଟୀକାକରଣ କାର୍ଯ୍ୟକ୍ରମ ଜାରି ରହିଛି । ଏବେ ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ, ଆମେରିକାରେ ସମସ୍ତ ବୟସ୍କ ମାନଙ୍କୁ ମେ’ ୧ରୁ କୋରନା ଟୀକା ଦିଆଯିବ । ଜୋ ବାଇଡେନ କହିଥିଲେ ଯେ, ସେ ରଷ୍ଟ୍ରପତି ପଦ ପାଇଁ ନିର୍ବାଚନ ପ୍ରଚାରରେ କହିଥିଲେ , ସେ ରାଷ୍ଟ୍ରପତି ହେବା ପରେ ୧୦୦ ଦିନ ମଧ୍ୟରେ ୧୦ କୋଟି ଲୋକଙ୍କୁ ଟୀକା ଲଗାଇବାର ବ୍ୟବସ୍ଥା କରିବେ । ଏହି ଲକ୍ଷକୁ ପୂରଣ ହେବା ପାଇଁ ଆଉ ୬୦ ଦିନ ବାକି ଅଛି । ତେଣୁ ଜୋ ବାଇଡେନ ମେ’ ୧ ସୁଦ୍ଧା ବୟସ୍କ ମାନଙ୍କୁ କୋଭିଡ ଟୀକା ଲଗାଇବା ପାଇଁ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି ।

ଆମେରିକାରେ ଏବେ ଯାଏଁ ୩ କୋଟିରୁ ଅଧିକ ଲୋକଙ୍କୁ କୋଭିଡ ଟୀକା ଲଗାଯାଇ ସାରିଛି ଓ ପ୍ରତି ଦିନ ପ୍ରାୟ ୨୦ ଲକ୍ଷ ଲୋକଙ୍କୁ ଟୀକା ଦିଆଯାଉଛି । ଆମେରିକା ପରେ ଭାରତ ଟୀକାକରଣ ରେ ଦ୍ୱିତୀୟ ସ୍ଥାନରେ ରହିଛି । ଯେଉଁଠି ୨.୫୬ କୋଟି ଲୋକଙ୍କୁ ଟୀକା ଦିଆଯାଇ ସାରିଛି ।
ସୂଚନାଯୋଗ୍ୟଯେ, ଆମେରିକାରେ ଟୀକାକରଣ ପାଇଁ ୩ ଟି ଟୀକାକୁ ଅନୁମତି ମିଳିଛି । ଫାଇଜର, ମଡର୍ଣ୍ଣା ଓ ଜନସନ ଆଣ୍ଡ ଜନସନକୁ ଟୀକାକରଣ ପାଇଁ ଅନୁମତି ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking