32.1 C
Bhubaneswar
Sunday, May 26, 2024
Homeଓଡିଶାଭିମସାରରେ ଛାତ୍ରଙ୍କୁ ର‌୍ୟାଗିିଙ୍ଗ ଅଭିଯୋଗ

ଭିମସାରରେ ଛାତ୍ରଙ୍କୁ ର‌୍ୟାଗିିଙ୍ଗ ଅଭିଯୋଗ

ସମ୍ବଲପୁର : ଭିମସାରରେ ଛାତ୍ରଙ୍କୁ ର‌୍ୟାଗିିଙ୍ଗ ଅଭିଯୋଗ ହୋଇଛି । ବୁର୍ଲା ସ୍ଥିତ ବିର ସୁରେନ୍ଦ୍ର ସାଏ ହସ୍ପିଟାଲରେ କିଛି ଛାତ୍ରଙ୍କୁ ର‌୍ୟାଗିଙ୍ଗ କରାଯାୁଥିବା ନେଇ ଅଭିଯୋଗ ହୋଇଛି । ଜଣେ ଦିତ୍ୱୀୟ ବର୍ଷର ଡାକ୍ତରୀ ଛାତ୍ରଙ୍କୁ ସିନିୟର ଛାତ୍ର ର‌୍ୟାଗିଙ୍ଗ କରିଥିବା ଅଭିଯୋଗ ହୋଇଛି ।
ଏହି ଅଭିଯୋଗ ଆଧାରରେ ଆଣ୍ଟ ର‌୍ୟାଗିଙ୍ଗ ସେଲ ତରଫରୁ ତଦନ୍ତ ଅରମ୍ଭ କରାଯାଇଛି ।

ତେବେ ଏହା ନିର୍ଦ୍ଦିଷ୍ଟ ଭାବେ ର‌୍ୟାଗିଙ୍ଗ କେସ କିନୁହଁ ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ହସ୍ପିଟାଲ କର୍ତ୍ତୁପକ୍ଷ କହିିଛନ୍ତି । ସେ କହିଛନ୍ତି ଯେ, ରେଗୁଲାର ରୁଟିନ ମଧ୍ୟରେ ଯେଉଁ ଅଧିକାରୀ ମାନେ ହଷ୍ଟେଲ ଦାୟିତ୍ୱରେ ରହିଛନ୍ତି ସେମାନେ ନିୟମିତ ଛାତ୍ର ମାନଙ୍କ ପାଠପଢା ସଠିକ ଚାଲିଛି ନା ନାହିଁ ଓ ସେମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥାନ୍ତି । ତେବେ ଛାତ୍ରମାନେ ସେହି ସମୟରେ ମୌଖିକ ଭାବେ ର‌୍ୟାଗିଙ୍ଗ ଅଭିଯୋଗ ଆଣିଥିବାରୁୁ ହଷ୍ଟେଲ ଅଧିକାରୀ ଡିନଙ୍କୁ ଜଣାଇଥିଲେ ।

ଏହାପରେ ଡିନ ଏକ ଆଣ୍ଟ ର‌୍ୟାଗିଙ୍ଗ ସେଲ ଗଠନ କରି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଘଟଣାର ସତ୍ୟାସତ୍ୟ ଯାଞ୍ଚ କରିବା ପାଇଁ ପ୍ରକ୍ରିୟା ଜାରି ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking