40.1 C
Bhubaneswar
Monday, June 17, 2024
Homeଓଡିଶାମାଟ୍ରିକ ରେଜଲ୍ଟ: ୨୯ରୁ ରିଚେକିଂ, ଜୁନ୍ ୧୦ରୁ ସପ୍ଲିମେଣ୍ଟାରୀ ରେଜିଷ୍ଟ୍ରେସନ

ମାଟ୍ରିକ ରେଜଲ୍ଟ: ୨୯ରୁ ରିଚେକିଂ, ଜୁନ୍ ୧୦ରୁ ସପ୍ଲିମେଣ୍ଟାରୀ ରେଜିଷ୍ଟ୍ରେସନ

ଭୁବନେଶ୍ୱର: ପ୍ରକାଶ ପାଇଛି ୨୦୨୪ ବର୍ଷର ମାଟ୍ରିକ ରେଜଲ୍ଟ । ଏଥିରେ ମୋଟ ୫ ଲକ୍ଷ ୩୦ ହଜାର ୧୫୩ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୯୬.୦୭ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ତେବେ ନିଜ ମାର୍କକୁ ନେଇ ଦ୍ୱନ୍ଦ୍ୱରେ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ରିଚେକିଙ୍ଗ ସମୟ ମଧ୍ୟ ଘୋଷଣା କରିଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ । ମେ ୨୯ରୁ ଆରମ୍ଭ ହେବ ରିଚେକିଙ୍ଗ ପାଇଁ ଆବେଦନ । ଏହା ଜୁନ୍ ୧୨ ତାରିଖ ଯାଏଁ ଚାଲିବ । ଏହି ସମୟ ଭିତରେ ଛାତ୍ରଛାତ୍ରୀମାନେ ରିଚେକିଙ୍ଗ ପାଇଁ ଅନଲାଇନରେ ଆବେଦନ କରିପାରିବେ । ଏହାସହ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ମଧ୍ୟ ରେଜିଷ୍ଟ୍ରେସନ୍ ସମୟ ଘୋଷଣା ହୋଇଛି । ଜୁନ୍ ୧୦ ତାରିଖରୁ ଅନଲାଇନରେ ଛାତ୍ରଛାତ୍ରୀମାନେ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ରେଜିଷ୍ଟ୍ରେସନ୍ କରିପାରିବେ ବୋଲି ବୋର୍ଡ ସଭାପତିଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking