40.1 C
Bhubaneswar
Monday, June 17, 2024
Homeଦେଶ ବିଦେଶସୁରାଣା ଜୁଏଲର୍ସରେ ଆୟକର ବିଭାଗର ଚଢ଼ାଉ; ୨୬ କୋଟି ଟଙ୍କା ଜବତ

ସୁରାଣା ଜୁଏଲର୍ସରେ ଆୟକର ବିଭାଗର ଚଢ଼ାଉ; ୨୬ କୋଟି ଟଙ୍କା ଜବତ

ନାସିକ : ସୁନା ଦୋକାନ ମାଲିକଙ୍କ ଘରେ ଆୟକର ବିଭାଗର ଚଢ଼ାଉ। ମହାରାଷ୍ଟ୍ରର ନାସିକରେ ଥିବା ସୁରାଣା ଜୁଏଲର୍ସରେ ଇନକମ୍‌ ଟ୍ୟାକ୍ସ ଡିପାର୍ଟମେଣ୍ଟ ରେଡ୍‌ କରିଛି । ଚଢ଼ାଉ ବେଳେ ନଗଦ ୨୬ କୋଟି ଟଙ୍କା ଜବତ ହୋଇଛି। ସୂଚନା ମୁତାବକ, ଆୟକର ବିଭାଗ ନାସିକର କାନାଡା କର୍ଣ୍ଣର ସ୍ଥିତ ସୁରାଣା ଜୁଏଲର୍ସ ଉପରେ ଆଜି ସକାଳୁ ଚଢ଼ାଉ କରିଛି। ମାଲିକଙ୍କ ଦ୍ୱାରା ଅଘୋଷିତ ଲେଣଦେଣ ଓ ବେନାମି ସମ୍ପତ୍ତିକୁ ନେଇ ସୂଚନା ମିଳିବା ପରେ ଆଇଟି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସୁରାଣା ଜୁଏଲର୍ସ ମାଲିକଙ୍କ ଘର, ବିଭିନ୍ନ ଷ୍ଟୋର୍‌ ଓ ତାଙ୍କର ନିର୍ମାଣ କମ୍ପାନୀ ମହାଲକ୍ଷ୍ମୀ ବିଲ୍ଡର୍ସ ଉପରେ ଏକକାଳୀନ ଚଢ଼ାଉ ହୋଇଛି। ଚଢ଼ାଉ ବେଳେ ନଗଦ ୨୬ କୋଟି ଟଙ୍କା ଓ ୯୦ କୋଟିର ବେଆଇନ ସମ୍ପତ୍ତି ଦସ୍ତାବେଜକୁ ଆୟକର ବିଭାଗ ଜବତ କରିଛି। ଏହି ଚଢ଼ାଉ ପାଇଁ ଆୟକର ବିଭାଗ ଦ୍ୱାରା ବିଭିନ୍ନ ଟିମ୍‌ ଗଠନ କରାଯାଇଥିଲା। ରେଡ୍‌ ବେଳେ ଜୁଏଲର୍ସ ମାଳିକଙ୍କ ପରିବାର ସଦସ୍ୟ ଓ ସମ୍ପର୍କୀୟଙ୍କ ଘରଗୁଡିକର ମଧ୍ୟ ତଲାସି କରାଯାଇଥିଲା। ସୁରାଣା ଜୁଏଲର୍ସ ମାଲିକଙ୍କ ପାଖରେ ଏତେ ଟଙ୍କାର ସମ୍ପତ୍ତି କେଉଁଠୁ ଆସିଲା ସେ ନେଇ ଆୟକର ବିଭାଗ ଯାଞ୍ଚ ଜାରି ରଖିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking