40.1 C
Bhubaneswar
Monday, June 17, 2024
Homeଖେଳଆଜି ଆଇପିଏଲ୍ ଫାଇନାଲ୍‌; ଟାଇଟଲ୍ ପାଇଁ ଲଢ଼ିବେ କୋଲକାତା-ହାଇଦ୍ରାବାଦ୍‌

ଆଜି ଆଇପିଏଲ୍ ଫାଇନାଲ୍‌; ଟାଇଟଲ୍ ପାଇଁ ଲଢ଼ିବେ କୋଲକାତା-ହାଇଦ୍ରାବାଦ୍‌

ନୂଆଦିଲ୍ଲୀ: ଆଜି ଆଇପିଏଲ୍ ମହାସମରର ଅନ୍ତିମ ମ୍ୟାଚ୍ ଖେଳାଯିବ । ନିଜ ବଳିଷ୍ଠ ପ୍ରଦର୍ଶନ ପୂର୍ବକ ଫାଇନାଲ୍‌କୁ ଉପନୀତ ହୋଇଥିବା ଦୁଇ ଦଳ କୋଲକାତା ନାଇଟ୍ ରାଇଡସ୍‌ର୍ (କେକେଆର୍‌) ଏବଂ ସନ୍‌ରାଇଜର୍ସ ହାଇଦ୍ରାବାଦ୍ (ଏସ୍‌ଆର୍‌ଏଚ୍‌) ଆଇପିଏଲ୍‌ର ଚଳିତ ସଂସ୍କରଣର ଟାଇଟଲ୍ ଜିତିବା ପାଇଁ ମୁହାଁମୁହିଁ ହେବେ । ଚେନ୍ନାଇ ଠାରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ଉଭୟ ଦଳଙ୍କ ପକ୍ଷରୁ ସର୍ବୋତ୍କୃଷ୍ଟ ପ୍ରଦର୍ଶନ ଦେଖିବାକୁ ମିଳିବ ବୋଲି ଅନୁମାନ କରାଯାଉଥିବା ବେଳେ ପ୍ରଶଂସକଙ୍କ ଭିତରେ ମଧ୍ୟ ଏବେ ଏହାକୁ ନେଇ ନିୟମିତ ଚର୍ଚ୍ଚା ଜାରି ରହିଛି । ଭାରତୀୟ ସମୟ ସନ୍ଧ୍ୟା ୭.୩୦ରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ଉଭୟ ଦଳଙ୍କ ପକ୍ଷରୁ ସ୍ୱତନ୍ତ୍ର ରଣନୀତି ଆପଣାଯାଉଥିବା ଡ୍ରେସିଂରୁମ୍ ସୂତ୍ରରୁ ଜଣାପଡିଛି ।
କ୍ୱାଲିଫାୟର-୨ରେ ରାଜସ୍ଥାନ ଭଳି ଏକ ଶକ୍ତିଶାଳୀ ଦଳକୁ ୩୬ ରନ୍‌ରେ ପରାସ୍ତ କରିଥିବା ହାଇଦ୍ରାବାଦ୍ ଟିମ୍‌ର ଆତ୍ମବିଶ୍ୱାସ ସର୍ବୋଚ୍ଚସ୍ତରରେ ରହିଛି । ଅଧିନାୟକ ପ୍ୟାଟ୍ କମିନ୍ସ ମଧ୍ୟ ବର୍ତ୍ତମାନ ସମୟ ସୁଦ୍ଧା ଖେଳାଳୀଙ୍କ ପ୍ରଦର୍ଶନକୁ ନେଇ ଆଶ୍ୱସ୍ତ ଥିବା ବେଳେ ଫାଇନାଲ ମ୍ୟାଚ୍‌ରେ ନିଶ୍ଚିତ ବିଜୟ ପାଇଁ ଦୃଢ଼ ଦାବି କରିଛନ୍ତି । ସେହିପରି ଅନ୍ୟପକ୍ଷେ ଭାରତୀୟ କ୍ରିକେଟର ଅନ୍ୟତମ ବୁଦ୍ଧିମାନ୍ ଖେଳାଳୀ ତଥା ପୂର୍ବତନ କେକେଆର ପାଇଁ ଦୀର୍ଘ ସମୟ ଧରି ଅଧିନାୟକ ଭାବେ ଦାୟିତ୍ୱ ନିର୍ବାହ କରିସାରିଥିବା ଗୌତମ ଗମ୍ଭୀରଙ୍କ ମାର୍ଗଦର୍ଶନ ଯୋଗୁ ଚଳିତ ଆଇପିଏଲ୍ ସଂସ୍କରଣରେ ଫାଇନାଲ ପର୍ଯ୍ୟନ୍ତ ଆସିପାରିଥିବା କୋଲକାତା ମଧ୍ୟ ବେଶ୍ ଆତ୍ମବିଶ୍ୱାସୀ ହୋଇପାରିଛି ।
ଉଭୟ କେକେଆର ଏବଂ ଏସ୍‌ଆରଏଚ୍ ଟିମ୍‌ର ସମସ୍ତ ବିଭାଗ ବେଶ୍ ଶକ୍ତିଶାଳୀ ପ୍ରତୀତ ହେଉଛନ୍ତି । ଏସ୍‌ଆର୍‌ଏଚ୍‌ର ବୋଲିଂ ବାହିନୀର ନେତୃତ୍ୱ ନିଜେ କମିନ୍ସ ବହନ କରୁଥିବା ବେଳେ ଓପନିଂ ଯୋଡି ଅଭିଷେକ ଶର୍ମା ଏବଂ ଟ୍ରାବିସ୍ ହେଡ୍‌ଙ୍କ ବିସ୍ଫୋରକ ବ୍ୟାଟିଂ ଯେକୌଣସି ପ୍ରତିପକ୍ଷ ଦଳର ନିଦ ହଜାଇବା ପାଇଁ ଯଥେଷ୍ଟ । ପଛକୁ ବ୍ୟାଟିଂ କରିବାକୁ ଆସୁଥିବା ହାନରିକ୍ କ୍ଲାସେନ୍ ଏବଂ ରାହୁଲ ତ୍ରିପାଠୀ ନିଜ ଘାତକ ପ୍ରହାର ପ୍ରତିପକ୍ଷ ଟିମ୍‌କୁ ଧରାଶାୟୀ କରିବାରେ ପାରଙ୍ଗମ । ଅନ୍ୟପକ୍ଷେ କେକେଆର ମଧ୍ୟ ଉଭୟ ବ୍ୟାଟିଂ, ବୋଲିଂ ବିଭାଗ ବେଶ୍ ସନ୍ତୁଳିତ ରହିଥିବା ବେଳେ ଫିଲ୍‌ଡିଂ ବିଭାଗ ମଧ୍ୟରେ ସଶକ୍ତ ରହିଛି । ଅଧିନାୟକ ଆୟର ସାମାନ୍ୟ ଅନଭିଜ୍ଞ ପ୍ରତୀତ ହେଉଥିବା ମଧ୍ୟ ସୁନୀଲ ନାରିନ୍‌ଙ୍କ ନେତୃତ୍ୱରେ ଦଳ ବର୍ତ୍ତମାନ ସୁଦ୍ଧା ବେଶ୍ ଭଲ ଖେଳ ପ୍ରଦର୍ଶିତ କରିଆସିଛି । ଏସବୁ ମଧ୍ୟରେ ଚଳିତ ଆଇପିଏଲ୍ ସିଜିନ୍‌ରେ କେକେଆର ଏବଂ ଏସ୍‌ଆର୍‌ଏଚ୍ ଗୋଟିଏ ମ୍ୟାଚ୍‌ରେ ମୁହାଁମୁୂହିଁ ହୋଇଥିବା ବେଳେ ଏହି ମ୍ୟାଚ୍‌ରେ କେକେଆର ୪ ରନ୍‌ରେ ବିଜୟୀ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking