40.1 C
Bhubaneswar
Monday, June 17, 2024
Homeଓଡିଶାଗୁଣ୍ଡା, ଜମି ଜବରଦଖଲକାରୀ ଓ ଠକଙ୍କୁ ସ୍ୱାଗତ କରି ଟିକେଟ ଦେବା ଓଡ଼ିଶା ବିଜେପିର ଅସଲ...

ଗୁଣ୍ଡା, ଜମି ଜବରଦଖଲକାରୀ ଓ ଠକଙ୍କୁ ସ୍ୱାଗତ କରି ଟିକେଟ ଦେବା ଓଡ଼ିଶା ବିଜେପିର ଅସଲ ଚେହେରା: ବିଜେଡି

 ପ୍ରଶାନ୍ତ ଜଗଦେବ ଓ ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଛି ବିଜେପି ଟିକେଟ
 ଜମି ଜବରଦଖଲକାରୀ ବୈଜୟନ୍ତ ପଣ୍ଡାଙ୍କୁ କୋଳେଇ ନେଇଛି ବିଜେପି
 ବିଜେପିର କେନ୍ଦ୍ରୀୟ ନେତାମାନେ ଏଭଳି ଠକଙ୍କ ସଂକ୍ରାନ୍ତରେ ଅଜ୍ଞ
ଭୁବନେଶ୍ୱର, : ଗୁଣ୍ଡା, ଜମି ଜବରଦଖଲକାରୀ, ଠକ ଓ କଳାଧନ କାରବାର କରୁଥିବା ଲୋକଙ୍କୁ ଓଡ଼ିଶା ବିଜେପି ନିୟମିତ ଭାବେ ଦଳରେ ସ୍ୱାଗତ କରୁଛି । କେବଳ ସେମାନଙ୍କୁ ସ୍ୱାଗତ କରିନାହାନ୍ତି ବରଂ ଟିକେଟ ମଧ୍ୟ ଦେଇଛନ୍ତି ବୋଲି କହିଛନ୍ତି ବିଜେଡି ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ଡ. ସସ୍ମିତ ପାତ୍ର ।
ଡକ୍ଟର ପାତ୍ର ଏକ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି ଯେ ଅପରାଧିକ କାର୍ଯ୍ୟକଳାପ ପାଇଁ ବିଜେଡିରୁ ବହିଷ୍କୃତ ହୋଇଥିବା ଏମିତି ଜଣେ ଗୁଣ୍ଡା ହେଉଛନ୍ତି ଶ୍ରୀ ପ୍ରଶାନ୍ତ ଜଗଦେବ । ଗତକାଲି ସେ ଇଭିଏମ୍ ଭାଙ୍ଗି ପ୍ରିଜାଇଡିଂ ଅଫିସର ଓ ପୋଲିଂ କର୍ମଚାରୀଙ୍କୁ ମାଡ଼ ମାରିବା ସହ ଭୁବନେଶ୍ୱର ଲୋକସଭାର ବେଗୁନିଆ ବିଧାନସଭା ନିର୍ବାଚନ ମଣ୍ଡଳୀ ବୋଲଗଡ଼ର ଏକ ପୋଲିଂ ବୁଥ୍‌ରୁ ଖସି ପଳାଇବାକୁ ଉଦ୍ୟମ କରିଥିଲେ ।
ଓଡ଼ିଶା ବିଜେପିର ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କ ସହାୟତାରେ ସେ ସେଠାରୁ ଫେରାର ହୋଇଯାଇଥିଲେ, ଯିଏ କି ତାଙ୍କୁ କାର୍‌ରେ ଫେରାର ହେବାକୁ ସାହାଯ୍ୟ କରିଥିଲେ ଏବଂ ପୁଲିସ୍ ତାଙ୍କୁ ଅଟକ ରଖିନଥିବାରୁ ଶ୍ରୀ ଜଗଦ୍ଦେବଙ୍କୁ ବେଗୁନିଆରୁ ତାଙ୍କ ସହ ପଳାଇଯିବାକୁ ସୁନିଶ୍ଚିତ କରିଥିଲେ । ଆମେ ଦେଖୁଛୁ ଯେ ନିର୍ବାଚନ ଋତୁରେ ଅନେକ କେନ୍ଦ୍ରୀୟ ନେତା ନିର୍ବାଚନ ପର୍ଯ୍ୟଟକ ଭାବରେ ଓଡିଶା ଆସୁଛନ୍ତି ଏବଂ ଓଡ଼ିଶା ବିଜେପି ନେତାମାନେ ସେମାନଙ୍କୁ ଦେଇଥିବା ଲେଖାକୁ ଶୁଆ ଭଳି ଦୋହରାଉଛନ୍ତି । ଓଡ଼ିଶା ବିଜେପି ଏବଂ ଅପରାଧୀଙ୍କୁ ସ୍ୱାଗତ କରି ଟିକେଟ ଦେବାର ନୀତି ବିଷୟରେ ସେମାନେ ବୋଧହୁଏ ଅଜ୍ଞ ।
ଏହି କେନ୍ଦ୍ରୀୟ ନେତାମାନେ ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହୁଛନ୍ତି । ଏହା ଶୁଣି ସମଗ୍ର ଓଡ଼ିଶାବାସୀ ହସୁଛନ୍ତି । କାରଣ ଦୁଇ କେନ୍ଦ୍ରୀୟ ନେତା କେନ୍ଦ୍ରାପଡ଼ାରେ ପ୍ରଚାର କରି ଜମି ଜବରଦଖଲକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଚାହୁଁଛନ୍ତି ବୋଲି କହିବା ସହ ଶ୍ରୀ ବୈଜୟନ୍ତ ପଣ୍ଡାଙ୍କ ପାଇଁ ଭୋଟ୍ ମାଗିଥିଲେ । ଆଜି ଜମି ଜବରଦଖଲକାରୀଙ୍କ ମଧ୍ୟରେ ସବୁଠାରୁ ଆଗରେ ଅଛନ୍ତି ଶ୍ରୀ ବୈଜୟନ୍ତ ପଣ୍ଡା । ତାଙ୍କ କମ୍ପାନୀ ଅନୁସୂଚିତ ଜାତିର ଲୋକଙ୍କ ଠାରୁ ବେଆଇନ ଭାବେ ଜମି ଜବରଦଖଲ କରିଛି । ଏଥିପାଇଁ ତାଙ୍କ ବିରୋଧରେ ଏକ ମାମଲା ମଧ୍ୟ ରହିଛି । ସେହିଭଳି ତାଙ୍କ ମାଲିକାନାରେ ଥିବା ଟିଭି ଚ୍ୟାନେଲ ସରକାରୀ ଜମିକୁ ଜବରଦଖଲ କରିଛି । ଶ୍ରୀ ବୈଜୟନ୍ତ ପଣ୍ଡାଙ୍କୁ ଦଳରୁ ହଟାଇଦେଇଥିଲା ବିଜେଡି । କିନ୍ତୁ ବିଜେପି ତାଙ୍କୁ ନିଜ ଦଳରେ ସାମିଲ କରିଛି । ସେମାନେ ନିଜ ଦଳର ନେତାଙ୍କୁ ଅବହେଳା କରିଥିଲେ ଏବଂ ଓଡ଼ିଶା ବିଜେପି ଏହି ଜମି ଜବରଦଖଲକାରୀଙ୍କୁ ଟିକେଟ୍ ଦେଇଥିଲେ ।
ଖାଲି ସେତିକି ନୁହେଁ ଶ୍ରୀ ବୈଜୟନ୍ତ ପଣ୍ଡା ମଧ୍ୟ ବାହାମାସ ଦୁର୍ନୀତିରେ ସମ୍ପୃକ୍ତ ଥିବା ଜଣାପଡ଼ିଥିଲା ଯେତେବେଳେ ବାହାମାସରେ ପଞ୍ଜୀକୃତ ହୋଇଥିବା ଫିନଲେ, ମେସିନା ଓ ପିକିକା ନାମକ ତିନୋଟି ସେଲ୍ କମ୍ପାନି ତାଙ୍କ ମାଲିକାନାରେ ଥିବା ଟିଭି କମ୍ପାନିରେ ଟଙ୍କା କାରବାର କରିଥିଲେ ଏବଂ ଏହି ପାଣ୍ଠିର ତଦନ୍ତ ଏକ ମଲ୍ଟି ଏଜେନ୍ସି ଗ୍ରୁପ୍ ଜରିଆରେ କରାଯାଇଥିଲା ।
ଶ୍ରୀ ପ୍ରଶାନ୍ତ ଜଗଦେବ ମଦ୍ୟପ ଅବସ୍ଥାରେ ବିଜେପି କର୍ମୀଙ୍କୁ ନିଜ କାର୍ ଚଢାଇବା ସହିତ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁର ବିଜେପି ଟାଉନ ସଭାପତିଙ୍କୁ ମାଡ଼ ମାରିଥିଲେ । ବିଜେଡି ତାଙ୍କୁ ଦଳରୁ ବହିଷ୍କାର କରିଥିଲେ ମଧ୍ୟ ବିଜେପି ତାଙ୍କୁ ଫୁଲମାଳ ଦେଇ ସ୍ୱାଗତ କରିଥିଲା । ତାଙ୍କୁ ନିଜର ପୋଷ୍ଟର ବୟ କରିଥିଲା । ଦୀର୍ଘ ବର୍ଷ ଧରି ପରିଶ୍ରମ କରିଥିବା ଦଳର କର୍ମୀଙ୍କୁ ଟିକେଟ୍ ଦିଆଯାଇନଥିଲା ।
ସେହିଭଳି ଚାକିରି ଦେବାର ପ୍ରତିଶ୍ରୁତି ଦେଇ ନିଜ ନିର୍ବାଚନମଣ୍ଡଳୀର ଗରିବ ଲୋକଙ୍କୁ ଠକିଥିଲେ ଶ୍ରୀ ପ୍ରଦୀପ ପାଣିଗ୍ରାହୀ । ଜନବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବିଜେଡି ବହିଷ୍କାର କରିଥିଲା । ଯେଉଁ ବ୍ୟକ୍ତିଙ୍କ ବିରୋଧରେ ବିଜେପି ଆନ୍ଦୋଳନ କରୁଥିଲା, ତାଙ୍କୁ ସେମାନେ ଫୁଲମାଳ ପକାଇ ନିଜର ଆଗଧାଡ଼ିର ନେତା କରିଥିଲେ । ଦୀର୍ଘ ବର୍ଷ ଧରି କାମ କରିଥିବା ଦଳର ନେତାଙ୍କୁ ଅଣଦେଖା କରି ସେମାନେ ଜଣେ ଠକଙ୍କୁ ଟିକେଟ୍ ଦେଇଥିଲେ ।
ଏହା ହେଉଛି ବିଜେପିର ଅସଲ ଚେହେରା । ଏହା ଏମିତି ଏକ ଦଳ ଯିଏ ଗୁଣ୍ଡା, ଜମି ଦଖଲକାରୀ, ଠକ ଏବଂ କଳାଧନ କାରବାରୀଙ୍କୁ ଖୋଲା ହୃଦୟରେ କୋଳେଇ ନେବା ସହିତ ଦଳୀୟ ଟିକେଟ ଦେଇଥାଏ ବୋଲି ଡ. ପାତ୍ର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking