33.1 C
Bhubaneswar
Friday, April 26, 2024
Homeଓଡିଶାଶିମିଳିପାଳ ନିଆଁ : ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା

ଶିମିଳିପାଳ ନିଆଁ : ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା

ଭୁବନେଶ୍ୱର: ଶିମିଳିପାଳ ନିଆଁର ଭୟାବୟତାକୁ ନେଇ ଉଦବେଗ୍ ପ୍ରକାଶ କରିଲେ ବିରୋଧୀ ଦଳ ନେତା
ପ୍ରଦିପ୍ତ ନାଏକ । ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଚିନ୍ତା ପ୍ରକଟ କରିଛନ୍ତି ପ୍ରଦିପ୍ତ ନାଏକ । କହିଛନ୍ତି
ଶିମିଳିପାଳ ହେଉଛି ଦେଶର ସବୁଠାରୁ ବଡ ଜୈବ ମଣ୍ଡଳ । ଏହାର ସୁରକ୍ଷା ଆମର ଦାୟୀତ୍ୱ ।
ରାଜ୍ୟ ସରକାର ଶିମିଳିପାଳ ନିଆଁ ଲିଭାଇବା ଦିଗରେ ଯେଉଁ ଭଳି ଭାବରେ ପଦକ୍ଷେପ
ନେଉଛନ୍ତି ଏହା ଅତ୍ୟନ୍ତ ଧୀମା ଓ ପ୍ରଭାବିହିନ । ଦିନକୁ ଦିନ ନିଆଁ ବ୍ୟାପିବାରେ ଲାଗିଛି, ବନ
ବିଭାଗ ଶୋଇଛି । ମୟୁରଭଂଜ, କୋରାପୁଟ, ଗଂଜାମ, ବାଲେଶ୍ୱର, କନ୍ଧମାଳ, ଅନୁଗୁଳ,
ଢେଙ୍କାନାଳ ସମସ୍ତ ଜିଲ୍ଲାରେ ଜଙ୍ଗଲ ଜଳୁଛି ।
ଭାରତୀୟ ଜଙ୍ଗଲ ସର୍ଭେର ତଥ୍ୟାନୁସାରେ ଦେଶରେ ସର୍ବାଧୀକ ଜଙ୍ଗଲ ନିଆଁ ଓଡିଶାରେ ଲାଗୁଛି
ା ଏହା ଅତ୍ୟନ୍ତ ଚିନ୍ତାଜନକ କଥା । ରାଜ୍ୟରେ ଲାଗୁଥିବା ଜଙ୍ଗଲ ନିଆଁ ପାଇଁ ଡିଏଫଓ ମାନଙ୍କର
ଅବହେଳା ହିଁ ଦାୟି ଏକଥା ରାଜ୍ୟ ସରକାର ମାନିଛନ୍ତି । ଏହା ଏପରେ ତଦନ୍ତ ହେଉ ।
ରାଜ୍ୟ ସରକାର ତୁରନ୍ତ ଜାତୀୟ ସ୍ତରରେ ଥିବା ବିଭିନ୍ନ ବିଶେଷଜ୍ଞ ମାନଙ୍କର ପରାମର୍ଶ ନିଅନ୍ତୁ ।
ସେହିପରି ଯେଉଁ ଯେଉଁ ଜଙ୍ଗଲରେ ନିଆଁ ଲାଗିଛି ସେହି ଅଂଚଳର ସ୍ଥାନୀୟ ଜନପ୍ରତିନିଧିମାନଙ୍କୁ
ମଧ୍ୟ ଏହି ଦିଗରେ ସାମିଲ କରାଯାଉ । ସ୍ଥାନୀୟ ସାଧାରଣଲୋକମାନଙ୍କ ସହଭାଗିତାରେ ହିଁ
ଜଙ୍ଗଲ ସୁରକ୍ଷା ହୋଇପାରିବ, ଏକଥା ସରକାର ନଭୁଲନ୍ତୁ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking