29.1 C
Bhubaneswar
Sunday, May 19, 2024
Homeଓଡିଶାକୃଷକର ହକ୍ ପାଇଁ ରାଜ୍ୟବ୍ୟାପି କିଷାନ୍ ଅଧିକାର ଯାତ୍ରା ଉଦ୍‌ଘାଟନ

କୃଷକର ହକ୍ ପାଇଁ ରାଜ୍ୟବ୍ୟାପି କିଷାନ୍ ଅଧିକାର ଯାତ୍ରା ଉଦ୍‌ଘାଟନ

୨୩ ମାର୍ଚ୍ଚ କୃଷକ ଅଧିକାର ସମାବେଶ ପାଇଁ ଆହ୍ୱାନ

ଭୁବନେଶ୍ୱର : ମହାତ୍ମାଗାନ୍ଧୀଙ୍କ ଐତିହାସିକ ଦାଣ୍ଡି ଯାତ୍ରାକୁ ସ୍ମରଣ କରି କୃଷକର ହକ୍ ପାଇଁ ୧୨ ମାର୍ଚ୍ଚଠାରୁ ୨୩ ମାର୍ଚ୍ଚ ପର୍ଯ୍ୟନ୍ତ
ଏକ ୧୨ ଦିନିଆ ରାଜ୍ୟବ୍ୟାପି କିଷାନ୍ ଅଧିକାର ଯାତ୍ରା ଉଦ୍‌ଘାଟନ ହୋଇଯାଇଛି । ଆଜି ଗାନ୍ଧୀ ପାର୍କସ୍ଥିତ ମହାତ୍ମାଗାନ୍ଧୀଙ୍କ
ପ୍ରତିମୂର୍ତ୍ତିରେ ପୁଷ୍ପ ପ୍ରଦାନ କରି ଏହି ଯାତ୍ରା ଆରମ୍ଭ କରାଯାଇଛି । ଏକ ସୁସଜ୍ଜିତ ବସ୍‌ରେ ଓଡିଶାର ୧୪ଟି କୃଷକ
ସଂଗଠନର ନେତୃବୃନ୍ଦ ଏହି ଯାତ୍ରାର ନେତୃତ୍ୱ ନେଇଛନ୍ତି । ଅଲ୍ ଇଣ୍ଡିଆ କିଷାନ୍ ସଂଘର୍ଷ କୋର୍ଡିନେସନ୍ କମିଟି – ଓଡିଶା
ତରଫରୁ ଆହୁତ କିଷାନ୍ ଅଧିକାର ଯାତ୍ରାର ଦାବି ସମ୍ପର୍କରେ କୁହାଯାଇଛି ଯେ ମୋଦି ସରକାର କୃଷକମାନଙ୍କ ପ୍ରତି
ଐତିହାସିକ ଭାବେ ଅନ୍ୟାୟ କରିଛନ୍ତି । କର୍ପୋରେଟ୍ ମାନଙ୍କ ସ୍ୱାର୍ଥରେ ଦେଶର କୃଷି ଓ କୃଷକକୁ ସର୍ବନାଶ ମୁଖକୁ
ଠେଲିଦେଇ ୩ଟି କଳା ଆଇନ ପ୍ରଣୟନ କରିଛନ୍ତି । ଏହି ୩ କଳା ଆଇନ ପ୍ରତ୍ୟାହାର ଦାବି କରି ରାଜ୍ୟବ୍ୟାପି ସଚେତନତା
ସୃଷ୍ଟି କରିବା ଏହି ଯାତ୍ରାର ଉଦ୍ଦେଶ୍ୟ ବୋଲି କୁହାଯାଇଛି । ସମସ୍ତ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନର
ଗ୍ୟାରେଌକ୍ଷଗ୍ଧ;ି ପାଇଁ ଆଇନଗତ ବ୍ୟବସ୍ଥା କରିବାକୁ ଦାବି କରାଯାଇଛି । ଆଜିଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା
ଭୁବନେଶ୍ୱରରୁ ବାହାରି ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର,
ବରଗଡ, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, କେଉଁଝର, ଭଦ୍ରକ, କେନ୍ଦ୍ରାପଡା, ଜଗତ୍‌ସିଂହପୁର ଏବଂ ପୁରୀ ପ୍ରଭୃତି
୨୦ଟି ଜିଲ୍ଲା ଅତିକ୍ରମ କରି ୨୩ ମାର୍ଚ୍ଚ ଭଗତ୍‌ସିଂଙ୍କ ବଳିଦାନ ଦିବସରେ ରାଜ୍ୟ ସ୍ତରୀୟ କୃଷକ ଅଧିକାର ସମାବେଶ
ଭୁବନେଶ୍ୱରରେ ଅନୁଷ୍ଠିତ କରାଯିବ ବୋଲି ଆୟୋଜକମାନେ କହିଛନ୍ତି । ୧୦୬ ଦିନ ଅତିକ୍ରମ କରିଥିବା ଦିଲ୍ଲୀ ଚାଲ
କୃଷକ ଆନ୍ଦୋଳନରେ ୨୫୦ ରୁ ଉର୍ଦ୍ଧ୍ୱ କୃଷକ ଯୋଦ୍ଧା ମାନଙ୍କର ବଳିଦାନ ବ୍ୟର୍ଥ ଯିବ ନାହିଁ ବୋଲି କୃଷକ ନେତାମାନେ
ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ସଂଯୁକ୍ତ କିଷାନ୍ ମୋର୍ଚ୍ଚାର ଅଂଶୀଦାର କୃଷକ ସଂଗଠନମାନଙ୍କର ମିଳିତ ମଞ୍ଚ ଅଲ୍ ଇଣ୍ଡିଆ କିଷାନ୍ ସଂଘର୍ଷ
କୋର୍ଡିନେସନ୍ କମିଟି ତରଫରୁ ସର୍ବ ଶ୍ରୀ ସୁରେଶ ପାଣିଗ୍ରାହୀ, ଯମେଶ୍ୱର ସାମନ୍ତରାୟ, କ୍ଷୀରୋଦ କୁମାର ସିଂହଦେଓ,
ଶଶୀଭୂଷଣ ସ୍ୱାଇଁ, ଲିଙ୍ଗରାଜ, ପ୍ରଫୁଲ୍ଲ ସାମନ୍ତରା, ଦେବ ପ୍ରସାଦ ରାୟ, ଅଶୋକ ପ୍ରଧାନ, କିଷାନ୍ ପଟ୍ଟନାୟକ, ଜ୍ୟୋତି
ରଞ୍ଜନ ମହାପାତ୍ର, ଜିତେନ୍ଦ୍ରୀୟ ବେହୁରା, ଭାଲଚନ୍ଦ୍ର ଷଢଙ୍ଗୀ, ପ୍ରତାପ ପ୍ରଧାନ, ଶ୍ରୀକାନ୍ତ ମହାନ୍ତି, ବାସୁଦେବ ଦାସ, ରଘୁନାଥ
ଦାସ, ନିରଞ୍ଜନ ମହାନ୍ତି, ନରେନ୍ଦ୍ର ମହାନ୍ତି, ଅମୀୟ ପଟ୍ଟନାୟକ, ସୁଧୀର ପଟ୍ଟନାୟକ, ସୁଦର୍ଶନ ପ୍ରଧାନ, ଶଙ୍କର ସାହୁ,
ରାକେଶ ପାତ୍ର, ସର୍ବେଶ୍ୱର ଭାରତୀ , ସାଲ ମାର୍ଣ୍ଡି, ଜୟନ୍ତ ଦାସ, ପ୍ରଦୀପ ସାହୁ, ବଳଭଦ୍ର ମଲ୍ଲିକ, ରାମଚନ୍ଦ୍ର ମୁଦୁଲି, ଅରୁଣ
ଜେନା, ନୃସିଂହ ବେହେରା ଏବଂ ବିଜୟ ସ୍ୱାଇଁ ପ୍ରମୁଖ ନେତୃବୃନ୍ଦ ଏହି ଯାତ୍ରାର ନେତୃତ୍ୱ ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking