30.1 C
Bhubaneswar
Friday, April 26, 2024
Homeଓଡିଶାନିୟନ୍ତ୍ରଣ ବାହାରେ ତୈଳ ଦର

ନିୟନ୍ତ୍ରଣ ବାହାରେ ତୈଳ ଦର

ଭୁବନେଶ୍ବର : ଦିନକୁ ଦିନ ଲଗାମହୀନ ହେଉଛି ତେଲ ଦର । ଚଳିତମାସ ୭ରୁ ଦୈନିକ ତୈଳ ଦର ସଂଶୋଧନ ବ୍ୟବସ୍ଥା ପୁଣି ଥରେ ଆରମ୍ଭ ହେବା ପରେ ଦରବୃଦ୍ଧିରେ ଲାଗୁନି ଲଗାମ୍‌। ପେଟ୍ରୋଲ ଲିଟର ପିଛା ୩୩ପଇସା ଓ ଡିଜେଲ ୫୮ପଇସାକୁ ବୃଦ୍ଧି । ଏମିତି କ୍ରମାଗତ ଭାବେ ୧୫ ଦିନ ଧରି ଦେଶରେ ବଢ଼ିବାରେ ଲାଗିଛି ପେ​ଟ୍ରୋଲ ଏବଂ ଡିଜେଲ ଦର। ଲାଗୁଛି ​‌ଯେମିତି ତୈଳ ଦର ନିୟନ୍ତ୍ରଣ କରିବା କେନ୍ଦ୍ର ସରକାରଙ୍କ କ୍ଷମତା ବାହାରେ। ଏହି ୧୫ ଦିନ ମଧ୍ୟରେ ନୂଆଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ପାଖାପାଖି ୮ ଟଙ୍କା ଏବଂ ଡିଜେଲ ୯ ଟଙ୍କା ବୃଦ୍ଧି ଘଟିଲାଣି । ଏହା ଫଳରେ ଡିଜେଲ ଦର ନୂଆ ରେକର୍ଡ ସ୍ତରରେ ପହଞ୍ଚିଥିବାବେଳେ ପେଟ୍ରୋଲ ମୂଲ୍ୟ ଏବେ ଦୁଇ ବର୍ଷର ରେକର୍ଡ ସ୍ତର ଛୁଇଁଛି। ଶନିବାର ଭଳି ରବିବାର ନୂଆଦିଲ୍ଲୀଠାରେ ପେଟ୍ରୋଲ ଲିଟର ପିଛା ୩୫ ପଇସା ବୃଦ୍ଧି ଘଟି ୭୯ ଟଙ୍କା ୨୩ ପଇସା ହୋଇଛି । ସେହିଭଳି ଡିଜେଲ ମୂଲ୍ୟରେ ଲିଟର ପିଛା ୬୦ ପଇସା ବୃଦ୍ଧି ହୋଇ ତାହା ୭୮ ଟଙ୍କା ୨୭ ପଇସା ଛୁଇଁଛି । ୧୫ ଦିନ ମଧ୍ୟରେ ଦେଶରେ ପେଟ୍ରୋଲ ମୂଲ୍ୟରେ ଲିଟର ପିଛା ୭ ଟଙ୍କା ୯୭ ପଇସା ଏବଂ ଡିଜେଲ ୮ ଟଙ୍କା ୮୮ ପଇସା ବୃଦ୍ଧି ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking