29.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶଠାକ୍‌ରେଙ୍କ ବିରୋଧରେ ହାଇକୋର୍ଟରେ ପିଟିସନ

ଠାକ୍‌ରେଙ୍କ ବିରୋଧରେ ହାଇକୋର୍ଟରେ ପିଟିସନ

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ସମେତ ଗୃହମନ୍ତ୍ରୀ ଦିଲୀପ ୱାଲସେ ପାଟିଲ, ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ବିରୋଧରେ ବମ୍ବେ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର କରାଯାଇଛି । ଏମାନେ ହାଇକୋର୍ଟ ବିଚାରପତିଙ୍କ ସମେତ ନ୍ୟାୟପାଳିକା ବିରୋଧରେ ପ୍ରତିକୂଳ ମନ୍ତବ୍ୟ ଦେଇଥିବାରୁ ସେମାନଙ୍କ ବିରୋଧରେ ଅଦାଲତ ଅବମାନନା ନୋଟିସ ଜାରି କରିବା ନିମନ୍ତେ ଇଣ୍ଡିଆନ ବାର୍ ଆସୋସିଏସନ ପକ୍ଷରୁ ଦାଏର କରାଯାଇଥିବା ପିଟିସନରେ ଉଲ୍ଲେଖ କରାଯାଇଛି । ଏଭଳି ମନ୍ତବ୍ୟ ଫଳରେ ନ୍ୟାୟପାଳିକା ପ୍ରତି ରହିଥିବା ଲୋକଙ୍କ ଭରସା ଓ ସମ୍ମାନ ହ୍ରାସ ପାଇବ ବୋଲି କୁହାଯାଇଛି । ପିଟିସନରେ ‘ସାମନା’ ପତ୍ରିକାର ସମ୍ପାଦିକା ରଶ୍ମୀ ଠାକ୍‌ରେ (ଉଦ୍ଧବଙ୍କ ପତ୍ନୀ) ଏବଂ ‘ସାମ୍‌ନା’ର ପ୍ରକାଶକ ମୁଦ୍ରାକର ବିବେକ କଦମଙ୍କୁ ମଧ୍ୟ ପକ୍ଷଭୁକ୍ତ କରାଯାଇଛି । ହାଇକୋର୍ଟଙ୍କ ପକ୍ଷରୁ ପ୍ରଦତ୍ତ କେତେକ ରାୟ ଶାସକ ଦଳ ବିପକ୍ଷରେ ଯାଇଥିବାରୁ ‘ସାମ୍‌ନା’ରେ ନ୍ୟାୟପାଳିକାକୁ ସମାଲୋଚନା କରାଯାଇ ସମ୍ବାଦ ପ୍ରକାଶିତ ହୋଇଛି । ଚଳିତମାସ ୨୬ରେ ମାମଲାର ଶୁଣାଣି କରାଯିବ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking