38.1 C
Bhubaneswar
Friday, April 26, 2024
Homeବଲିଉଡଏହି ଭୁଲ୍ ଯୋଗୁଁ କ୍ଷମା ମାଗିଛନ୍ତି ଅଭିନେତା ଅକ୍ଷୟ କୁମାର

ଏହି ଭୁଲ୍ ଯୋଗୁଁ କ୍ଷମା ମାଗିଛନ୍ତି ଅଭିନେତା ଅକ୍ଷୟ କୁମାର

ନୂଆଦିଲ୍ଲୀ: ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାରଙ୍କୁ ଭିମଲ ଇଲାଇଚି ବିଜ୍ଞାପନରେ ତ ଆପଣ ଦେଖିଥିବେ ନିଶ୍ଚିତ । ଏହି ବିଜ୍ଞାପନରେ ବାଦଶାହ ଶାହାରୁଖ ଖାନ୍ ଓ ଅଜୟନ ଦେବଗନଙ୍କ ସହ ଅକ୍ଷୟ ନଜର ଆସିଥିଲେ । ଶାହାରୁଖ ଓ ଅଜୟ ଦେବଗନଙ୍କର ତ କିଛି ଖରାପ ହେଲାନି, କିନ୍ତୁ ଅକ୍ଷୟ କୁମାର ଏହି ବିଜ୍ଞାପନ କରି ସୋସିଆଲ ମିଡିଆରେ ଟ୍ରୋଲର ଶିକାର ହୋଇଛନ୍ତି । ଲୋକଙ୍କ ସମାଲୋଚନାର ଶିକାର ହେବା ପରେ ଅକ୍ଷୟ କୁମାର ଏକ ବଡ଼ ଘୋଷଣା କରିଛନ୍ତି । ଅକ୍ଷୟ କୁମାର ନିଜ ପ୍ରଶଂସକଙ୍କୁ କ୍ଷମା ମାଗିବା ସହ ଏହି ବିଜ୍ଞାପନରୁ ନିଜକୁ ହଟାଇଛନ୍ତି । ସେ ଘୋଷଣା କରିଛନ୍ତି ଯେ, ସେ ଆଉ ତମାଖୁ ବ୍ରାଣ୍ଡ(ଭିମଲ)ର ବ୍ରାଣ୍ଡ ଆମ୍ବାସାଡର ରହିବେ ନାହିଁ । ସୋସିଆଲ ପୋଷ୍ଟ ଜରିଆରେ ଅକ୍ଷୟ କୁମାର ନିଜ ନିଷ୍ପତ୍ତି ବିଷୟରେ କହିଛନ୍ତି । ଏହା ସହ ଏଥିରୁ ମିଳିଥିବା ଫିସ୍ କୁ ସେ ଦାନ କରିବେ ବୋଲି କହିଛନ୍ତି । ସୁପରଷ୍ଟାର ଅକ୍ଷୟ ଇନଷ୍ଟା ପୋଷ୍ଟରେ ଲେଖିଛନ୍ତି ଯେ, ‘ମୋତେ କ୍ଷମା କର । ମୁଁ ମୋର ସମସ୍ତ ପ୍ରଶଂସକ ଓ ଶୁଭେଚ୍ଛୁମାନଙ୍କଠାରୁ କ୍ଷମା ମାଗିବାକୁ ଚାହୁଁଛି । ଗତ କିଛିଦିନରେ ଆସିଥିବା ଆପଣଙ୍କ ପ୍ରତିକ୍ରିୟା ମୋତେ ବହୁତ ପ୍ରଭାବିତ କରିଛି । ମୁଁ କେବେ ବି ତମାଖୁକୁ ସମର୍ଥନ କରିନି ଓ ଆଗକୁ କରିବି ନାହିଁ । ବିମଲ ଇଲାଇଛି ସହ ମୋର ଆସୋସିସନକୁ ନେଇ ସାମ୍ନାକୁ ଆସିଥିବା ଆପଣଙ୍କ ଭାବନାକୁ ମୁଁ ସମ୍ମାନ କରେ । ଏଥିପାଇଁ ମୁଁ ମୋ ନିଷ୍ପତ୍ତି ପ୍ରତ୍ୟାହାର କରୁଛି ।’

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking