30.1 C
Bhubaneswar
Monday, May 6, 2024
Homeଖେଳଅନ୍ତର୍ଜାତୀୟ କ୍ରିକେଟ୍‌ରୁ ପୋଲାର୍ଡଙ୍କ ସନ୍ନ୍ୟାସ ଘୋଷଣା

ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ପୋଲାର୍ଡଙ୍କ ସନ୍ନ୍ୟାସ ଘୋଷଣା

ମୁମ୍ବାଇ: ୱେଷ୍ଟ୍‌ଇଣ୍ଡିଜ୍ ଦିନିକିଆ ଓ ଟି-୨୦ ଦଳର କ୍ୟାପ୍‌ଟେନ୍ କାଇରନ୍ ପୋଲାର୍ଡ ବୁଧବାର ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ଘୋଷଣା କରିଛନ୍ତି । ଚଳିତ ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଥିବା ୩୪ ବର୍ଷୀ ତ୍ରିନିଦାଦ୍ ଖେଳାଳି ପୋଲାର୍ଡ ନିଜ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟ୍‌ରେ ଏକ ଭିଡିଓ ମାଧ୍ୟମରେ ଏହି ଘୋଷଣା କରି ୧୫ ବର୍ଷର କ୍ୟାରିୟର୍‌ରେ ଅନ୍ତ ଘଟାଇଛନ୍ତି । ୨୦୦୭ରେ ସାଉଥ୍ ଆଫ୍ରିକା ବିପକ୍ଷରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ପୋଲାର୍ଡ ୱେଷ୍ଟ୍‌ଇଣ୍ଡିଜ୍ ପକ୍ଷରୁ ୧୨୩ ଦିନିକିଆ ଏବଂ ୧୦୧ ଟି-୨୦ ମ୍ୟାଚ୍ ଖେଳିଛନ୍ତି । ଦିନିକିଆରେ ଏହି କ୍ୟାରିବିଆନ୍ ଅଲ୍‌ରାଉଣ୍ଡର୍ ତିନିଟି ଶତକ ସହ ୫୫ଟି ୱିକେଟ୍ ହାସଲ କରିଛନ୍ତି ।

ସେହିପରି ଟି-୨୦ରେ ଅପରାଜିତ ୭୫ ତାଙ୍କର ସର୍ବୋଚ୍ଚ ସ୍କୋର୍ ହୋଇଥିବା ବେଳେ ୨୫ ରନ୍‌ରେ ୪ ୱିକେଟ୍ ତାଙ୍କର ସର୍ବଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ ରହିଛି । ଉଭୟ ଦିନିକିଆ ଓ ଟି-୨୦ ଫର୍ମାଟ୍‌ରେ ୱେଷ୍ଟ୍‌ଇଣ୍ଡିଜ୍ ଟିମ୍‌ର ନେତୃତ୍ୱ ନେଇଥିବା ବେଳେ ୨୦୧୨ ଆଇସିସି ଟି-୨୦ ବିଶ୍ୱକପ୍ ବିଜେତା ଟିମ୍‌ର ସଦସ୍ୟ ଥିଲେ । ୨୦୧୯ ସେପ୍ଟେମ୍ବରରେ ସେ ଜେସନ୍ ହୋଲ୍ଡରଙ୍କଠାରୁ ଦିନିକିଆ ନେତୃତ୍ୱ ନେଇଥିଲେ। ଏହା ପୂର୍ବରୁ ୨୦୧୩ରେ ସେ କିଛି ସମୟ ପାଇଁ ଟିମ୍‌ର କ୍ୟାପ୍‌ଟେନ୍ ମଧ୍ୟ ଥିଲେ ।

ସେ ଚଳିତ ବର୍ଷ ଫେବୃଆରୀ ୨୦ ତାରିଖରେ ଭାରତ ବିପକ୍ଷରେ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ । ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ୍ କରିଥିବା ଭିଡିଓରେ ସେ କହିଛନ୍ତି ‘ବହୁ ବିବେଚନା କରିବା ପରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ପାଇଁ ନିଷ୍ପତ୍ତି ନେଇଛି । ମୁଁ ଯେତେବେଳେ ୧୦ ବର୍ଷର ବାଳକ ଥିଲି ୱେଷ୍ଟ୍‌ଇଣ୍ଡିଜ୍ ପକ୍ଷରୁ ଖେଳିବା ପାଇଁ ସ୍ୱପ୍ନ ଦେଖିଥିଲି ଏବଂ ୱେଷ୍ଟ୍‌ଇଣ୍ଡିଜ୍ ପକ୍ଷରୁ ଦିନିକିଆ ଏବଂ ଟି-୨୦ରେ ୧୫ ବର୍ଷ ଧରି ପ୍ରତିନିଧିତ୍ୱ କରି ନିଜକୁ ଗୌରବାନ୍ୱିତ ମନେ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking