32.1 C
Bhubaneswar
Sunday, May 19, 2024
Homeଅପରାଧଦିବ୍ୟାଙ୍ଗ ନାବାଳିକାକୁ ବଳାତ୍କାର ମାମଲା : ଅଭିଯୁକ୍ତକୁ ୫ ବର୍ଷ ଜେଲ୍‌

ଦିବ୍ୟାଙ୍ଗ ନାବାଳିକାକୁ ବଳାତ୍କାର ମାମଲା : ଅଭିଯୁକ୍ତକୁ ୫ ବର୍ଷ ଜେଲ୍‌

ଫୁଲବାଣୀ : ଗତ ୨୧୦୬ରେ ଫୁଲବାଣୀ ଟାଉନ ଥାନା ଅଞ୍ଚଳରେ ଘଟିଥିବା ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ଆଜି ଫୁଲବାଣୀ ସ୍ୱତନ୍ତ୍ର ପୋକ୍‌ସୋ କୋର୍ଟ ଅଭିଯୁକ୍ତକୁ ୫ ବର୍ଷ ଜେଲ ଦଣ୍ଡ ଆଦେଶ ଶୁଣାଇଛନ୍ତି । ଏଥିସହ ଦୋଷୀକୁ ୧୦ ହଜାର ଟଙ୍କା ଜରିମାନା କରାଯାଇଛି । ଜରିମାନା ଅନାଦେୟ ହେଲେ ଅଭିଯୁକ୍ତକୁ ଆଉ ୩ ମାସ ଅଧିକ ଜେଲ୍ ଭୋଗିବାକୁ ପଡିବ ବୋଲି ଅଦାଲତ ତାଙ୍କ ରାୟରେ କହିଛନ୍ତି । ଅଭିଯୁକ୍ତ ଜଣକ ହେଲେ ଫୁଲବାଣୀ ଟାଉନ ଥାନା ଅଞ୍ଚଳର ଗଗନ ନାୟକ(୩୪) ।

ସୂଚନା ଅନୁଯାୟୀ, ଗତ ୨୦୧୬ ନଭେମ୍ବର ୧୯ ତାରିଖରେ ଫୁଲବାଣୀ ଟାଉନ ଥାନା ଅଞ୍ଚଳର ଜନୈକା ଦିବ୍ୟାଙ୍ଗ ନାବାଳିକା ଘରେ ଏକୁଟିଆ ଥିବା ସମୟରେ ଅଭିଯୁକ୍ତ ଗଗନ ଘରେ ପଶି ବଳାତ୍କାର କରିଥିଲେ । ପୂର୍ବରୁ ମଧ୍ୟ ଆଉଥରେ ଅଭିଯୁକ୍ତ ଘରେ ପଶି ଦୁଷ୍କର୍ମ କରିବାକୁ ଉଦ୍ୟମ କରୁଥିବା ବେଳେ ଧରାପଡିଥିଲେ । ଘଟଣା ଜଣାପଡିବା ପରେ ପୀଡ଼ିତାଙ୍କ ମା’ ଟାଉନ ଥାନାରେ ଏତାଲା ଦେଇଥିଲେ। ଏତାଲା ଆଧାରରେ ଟାଉନ ପୁଲିସ ମାମଲା  ରୁଜୁ କରିବା ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଆଜି ଏହି ମାମଲାର ଶୁଣାଣି କରି ସ୍ୱତନ୍ତ୍ର ପୋକ୍‌ସୋ କୋର୍ଟ ବିଚାରପତି ଭାଷ୍କର ଚନ୍ଦ୍ର ସାହୁ ୧୦ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଅଭିଯୁକ୍ତ ଗଗନକୁ ଦୋଷୀ ସାବ୍ୟସ୍ତ କରିବା ସହ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି । ମାମଲାଟିକୁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ବନମାଳୀ ବେହେରା ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking