30.1 C
Bhubaneswar
Tuesday, May 28, 2024
Homeଦେଶ ବିଦେଶଆସାମ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଇସିଙ୍କ ତଦନ୍ତ ନିର୍ଦ୍ଦେଶ

ଆସାମ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଇସିଙ୍କ ତଦନ୍ତ ନିର୍ଦ୍ଦେଶ

ଗୁଆହାଟୀ: ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବାରୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ବିରୋଧରେ ଆଗତ ଅଭିଯୋଗର ତଦନ୍ତ କରିବାକୁ ଆସାମ ନିର୍ବାଚନ କମିଶନ (ଇସି) ବୁଧବାର ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଗୁଆହାଟୀ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ ପାଇଁ ପ୍ରଚାର କରୁଥିବାବେଳେ ବିଶ୍ୱଶର୍ମା ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି ।

ଏହାର ତଦନ୍ତ କରି ତୁରନ୍ତ ରିପୋର୍ଟ ଦାଖଲ କରିବାକୁ କାମରୂପ ମେଟ୍ରୋପଲିଟାନ ଡେପୁଟୀ କମିଶନରଙ୍କୁ ଇସି ନିର୍ଦ୍ଦେଶ ଦେଇଛନ୍ତି । ପ୍ରଚାର ସମୟରେ ଭୋଟରଙ୍କୁ ପ୍ରଭାବିତ କରିବାକୁ ବିଶ୍ୱଶର୍ମା କୁଆଡେ ପ୍ରତି ୱାର୍ଡ ପିଛା ୧୦ କୋଟି ବ୍ୟୟବରାଦ ସହ ଭୂମିହୀନଙ୍କୁ ଗୃହ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହାର ପ୍ରତିବାଦରେ ‘ଆସାମ ଜାତୀୟ ପରିଷଦ’ ଦଳ ପକ୍ଷରୁ ଇସିଙ୍କ ନିକଟରେ ଲିଖିତ ଅଭିଯୋଗ କରାଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking