35.1 C
Bhubaneswar
Monday, June 17, 2024
Homeଓଡିଶାରାଜନୈତିକ ହିଂସାକୁ ନେଇ ଥାନା ଘେରାଉ କଲେ ପିପିଲିର ବିଜେପି କର୍ମୀ

ରାଜନୈତିକ ହିଂସାକୁ ନେଇ ଥାନା ଘେରାଉ କଲେ ପିପିଲିର ବିଜେପି କର୍ମୀ

ପିପିଲି: ରାଜନୈତିକ ହିଂସାକୁ ନେଇ ପିପିଲିରେ ତୀବ୍ର ଉତେଜନା ପ୍ରକାଶ ପାଇଛି । ବିଜେଡି କର୍ମୀଙ୍କ ଆକ୍ରମଣରେ ବିଜେପିର ମଙ୍ଗଳପୁର ପଞ୍ଚାୟତ ସମିତି ସଭ୍ୟଙ୍କ ସମେତ ଅନ୍ୟ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ବିଜେପି ର ବିଧାୟକ ପ୍ରାର୍ଥୀ ତଥା ଜିଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ ପିପିଲି ଥାନାରେ ଉପସ୍ଥିତ ଥିବା ବେଳେ ବିଜେପି କର୍ମୀମାନେ ପିପିଲି ଥାନାକୁ ଘେରାଉ କରିଥିଲେ। ଭୋଟ ପୂର୍ବରୁ ପିପିଲି ସହଜପୁର ପଞ୍ଚାୟତରେ ଗୁରୁବାର ରାତିରେ ଏହି ରାଜନୈତିକ ହିଂସା ଘଟିଛି ।

ସୂଚନା ଅନୁସାରେ ବିଜେପି ସମିତି ସଭ୍ୟ ଗଦାଧର ଙ୍କ ସମେତ ଅନ୍ୟ କେତେକ କର୍ମୀ ବାଇକ ଯୋଗେ ସହଜପୁର ପଞ୍ଚାୟତର ସୁବୁଦ୍ଧିପଡା ଦେଇ ଯାଉଥିବା ବେଳେ ସେଠାରେ ଉପସ୍ଥିତ ବିଜେଡିର ସ୍ଥାନୀୟ ନେତା ଓ ତାଙ୍କର ସମର୍ଥକ ମାନେ ଏମାନଙ୍କୁ ଗୋଡାଇ ଗୋଡାଇ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଥିରେ ଗଦାଧର ଙ୍କ ଗୋଡ ଭାଙ୍ଗିଥିବା ବେଳେ ସଞ୍ଜୟ ପଣ୍ଡାଙ୍କ ହାତ ଓ ମୁଣ୍ଡରେ ଗୁରୁତର ଆଘାତ ଲାଗିଛି। ଅନ୍ୟ ଜଣେ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତେଜନା ପ୍ରକାଶ ପାଇଛି । ଏହା ପୂର୍ବରୁ ବିଜେଡି ଦଳର ଉକ୍ତ ବ୍ୟକ୍ତି ମାନେ ସେଠାରେ ଗାଳିଗୁଲଜ କରିବା ସହ ଜଣଙ୍କ ଘର ଉପରକୁ ଟେକା ମାଡ କରିଥିବା ବେଳେ ଏ ସମ୍ପର୍କରେ ପୁଲିସ କୁ ଖବର ଦିଆଯାଇଥିଲା । ତେବେ ଦୀର୍ଘ ସମୟ ପର୍ୟ୍ୟନ୍ତ ପୁଲିସ ସେଠାରେ ପହଂଚି ନଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି । ଆଶ୍ରିତଙ୍କ ହସ୍ତକ୍ଷେପ ପରେ ରାତି ୨ ଟା ୪୫ ରେ ଥାନା ଘେରାଉ ହଟିଥିଲା । ତେବେ ଅଭିଯୁକ୍ତଙ୍କୁ ଗିରଫ୍ କରିବାରେ ପୁଲିସ କୋହଳ ମନୋବୃତ୍ତି ପୋଷଣ କଲେ ଜୋରଦାର୍ ଆନ୍ଦୋଳନ କରାଯିବ ବୋଲି ଆଶ୍ରିତ ଚେତାବନୀ ଦେଇଛନ୍ତି । ରାତି ସାଢେ ଦୁଇଟାରେ ଏନେଇ ପୁଲିସ ରେ ଅଭିଯୋଗ ଅଭିଯୋଗ ହେବା ପରେ ମାମଲା ରୁଜୁ କରାଯାଇଛି ଓ ଖୁବ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ୍ କରାଯିବ ବୋଲି ପିପିଲି ଏସଡିପିଓ ବିରଞ୍ଚି ନାରାୟଣ ପତି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking