30.1 C
Bhubaneswar
Wednesday, May 1, 2024
Homeଓଡିଶାମୃତଦେହକୁ ଲୁଚାଇ ଫୋପାଡିବା ବେଳେ ଦେଖିଦେଲେ ଲୋକେ; ଶେଷରେ କ’ଣ ହେଲା ଜାଣନ୍ତୁ....

ମୃତଦେହକୁ ଲୁଚାଇ ଫୋପାଡିବା ବେଳେ ଦେଖିଦେଲେ ଲୋକେ; ଶେଷରେ କ’ଣ ହେଲା ଜାଣନ୍ତୁ….

ଭୁବନେଶ୍ୱର: ରାଜଧାନୀରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ । ମୃତଦେହ ଫୋପାଡିବା ପୂର୍ବରୁ ଦେଖିଦେଲେ ଲୋକେ । ଆଉ ହତ୍ୟା ଷଡ଼ଯନ୍ତ୍ର ରଚିଥିବା ୩ ଜଣ ଯୁବକ ଧରାପଡିଯିବା ପରେ ଏବେ ଥାନାରେ ଅଟକ ରହିଛନ୍ତି । ଧଉଳି ଥାନା ଲିଙ୍ଗିପୁର ନଦୀପଠାରେ ଘଟିଛି ଏଭଳି ଘଟଣା । ରବିବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କ ମୃତଦେହକୁ ଫୋପାଡିବାକୁ ଉଦ୍ୟମ ବେଳେ ଧରାପଡିଛି ୩ ଯୁବକଙ୍କ କାରନାମା । ଯାହାକୁ ନେଇ ହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ । ଏନେଇ ଏସିପି କୃଷ୍ଣଚନ୍ଦ୍ର ପଲେଇ କହିଛନ୍ତି ଯେ, ଏହି ଘଟଣାରେ ସାଇଣ୍ଟିଫିକ ତଦନ୍ତ ଚାଲିଛି । ୩ ଜଣଙ୍କୁ ଅଟକ ରଖାଯାଇଛି, ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା ରହିଛି । ସୂଚନା ଅନୁସାରେ, ରବିବାର ଦିନ ବର୍ଷା ପବନରେ ୩ ଜଣ ଯୁବକ ୨ଟି ବାଇକରେ ଜଣେ ମହିଳାକୁ ନେଇ ନଦୀପଠା ଆଡକୁ ଯାଉଥିଲେ । ଗୋଟିଏ ବାଇକରେ ମୃତଦେହ ଧରି ଦୁଇ ଜଣ ଯାଉଥିବାବେଳେ ପଛରେ ଆଉ ଜଣେ ସେମାନଙ୍କ ପିଛା କରି ଯାଉଥିଲା । ତେବେ ବାଙ୍କୁଆଳ ରାସ୍ତାରେ ଲିଙ୍ଗିପୁର ନଦୀପଠାରେ ଯୁବତୀଙ୍କ ଗୋଡ଼ ତଳେ ଘୁଷୁଡିଥିବା ଲୋକଙ୍କ ନଜରରେ ଆସିଥିଲା । ଏନେଇ ସନ୍ଦେହ ପ୍ରକାଶ ହେବା ପରେ ହୋହଲ୍ଲା କରିଥିଲେ ସ୍ଥାନୀୟ ଲୋକେ ।

ଯାହାକୁ ଦେଖିବା ପରେ ଭୟଭୀତ ହୋଇ ଅଭିଯୁକ୍ତମାନେ ମହିଳାଙ୍କ ମୃତଦେହ ସହ ଗାଡି ଛାଡ଼ି ଚମ୍ପଟ ମାରିଥିଲେ । ଏନେଇ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା । ତେବେ ମହିଳା ଜଣକ ଗଞ୍ଜାମର ଓ ସେ ଏଠାରେ ୩ ମାସ ହେବ ଜଣେ ପଶ୍ଚିମବଙ୍ଗର ମିସ୍ତ୍ରୀଙ୍କ ପାଖରେ ରହି ରୋଷେଇ କରି ଖାଇବା ଦେବା ସହ ଦିନ ମଜୁରିଆ ଭାବେ କାମ କରୁଥିବା ପୋଲିସ ଜାଣିବାକୁ ପାଇଛି । ତଦନ୍ତ ବେଳେ ୨ଟି ଗାଡି ନମ୍ବରରୁ ବଙ୍ଗୀୟ ମିସ୍ତ୍ରୀ ସେକ ରାଜା ଓ ଭାଗ୍ୟ ଡାକୁଆ ସହ ଆଉ ଜଣେ ସହଯୋଗୀକୁ ଠାବ କରି ସେମାନଙ୍କୁ ଥାନାରେ ଅଟକ ରଖିଛି ପୋଲିସ । ଏନେଇ ପୋଲିସକୁ ବୟାନ ଦେଇ ଅଭିଯୁକ୍ତମାନେ କହିଛନ୍ତି, “ମହିଳା ଜଣଙ୍କ ସେକ ରାଜାକୁ ବିବାହ କରିଥିଲେ । ଗଞ୍ଜାମରୁ ଘରୁ ପଳାଇ ଆସିବା ପରେ ଏଠାରେ ରାଜା ପାଖେ ରହି କାମ କରୁଥିଲେ । ଉଭୟ ଲିଙ୍ଗୀପୁରରେ ଏକ ଭଡା ଘରେ ରହିଆସୁଥିଲେ । ହେଲେ ସେକ ରାଜା ପଶ୍ଚିମବଙ୍ଗ ଯିବା ନେଇ ଉଭୟଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା । ଯାହାକୁ ମହିଳା ଜଣଙ୍କ ସହି ନପାରି ଜୀବନ ହାରିଥିଲେ । ପରେ ରାଜା ଭୟଭୀତ ହୋଇ ତା\’ର ଦୁଇ ସହଯୋଗୀ ଭାଗ୍ୟ ଡାକୁଆ ଓ ସାଙ୍ଗକୁ ଡାକି ମୃତଦେହକୁ ବାଇକରେ ନେଇ ନଦୀପଠାକୁ ଯାଉଥିଲେ । ପ୍ରମାଣ ନଷ୍ଟ କରିବାକୁ ଯୋଜନା କରିବା ବେଳେ ବାଟରେ ଲୋକଙ୍କ ହାବୁଡରେ ପଡି ଫସିଥିବା ନେଇ ସେମାନେ ପୋଲିସ ନିକଟରେ ବୟାନ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking