29.1 C
Bhubaneswar
Sunday, April 28, 2024
Homeଓଡିଶାରାଜ୍ୟରେ ପିଭିସ ଟୀକାକରଣ ଆରମ୍ଭ

ରାଜ୍ୟରେ ପିଭିସ ଟୀକାକରଣ ଆରମ୍ଭ

ଝାରସୁଗୁଡା :  ରାଜ୍ୟରେ ପିଭିସି(୧୦) ଟୀକାକରଣ ଆରମ୍ଭ କରାଯାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ସୂଚନା ଦେଇଛନ୍ତି । ଏହି ଟୀକା ନିୟମିତ ଟୀକାକରଣ କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତ ସରକାରୀ ଚିକିତ୍ସାଳୟ, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର , ସବ୍ ସେଂଟରରେ ବିନା ମୂଲ୍ୟରେ ଯୋଗାଇ ଦିଆଯିବବୋଲି ଶ୍ରୀ ଦାସ କହିଛନ୍ତି । ନିମକୋକାଲ ରୋଗକୁ ପ୍ରତିହତ କରିବା ପାଇଁ ୫ବର୍ଷରୁ କମ ବୟସର ଶିଶୁମାନଙ୍କୁ ଏହି ଟୀକା ପ୍ରଦାନ କରାଯିବ । କମ ରୋଗ ପ୍ରତିରୋଧକ ଶକ୍ତି ଥିବା ଶିଶୁ, ଅପପୁଷ୍ଟିର ଶିକାର ହୋଇଥିବା ଶିଶୁ ତଥା ୫ ର୍ଷରୁ କମ ବୟସ ହୋଇଥିବା ଶିଶୁଙ୍କୁ ନିମକୋକାଲ ରୋଗ ହେବାର ଆଶଙ୍କା ରହିଥାଏ । ତେଣୁ ରାଜ୍ୟର ଶିଶୁମାନଙ୍କୁ ଏହି ରୋଗରୁ ରକ୍ଷା କରିବା ପାଇଁ ସମସ୍ତ ଯୋଗ୍ୟ ଶିଶୁମାନଙ୍କୁ ଏହି ପଭିସି(୧୦) ସାର୍ବଜନୀନ ଟୀକାକରଣ କାର୍ଯ୍ୟକ୍ରମକୁ ଆଜିଠାରୁ ଆରମ୍ଭ କରାଯାଇଛି ।

ନିମକୋକାଲ ଏକ ଜୀବାଣୁ ଦ୍ୱାରା ଜାତ ରୋଗ, ଯାହା ଶରୀରରେ ବିଭିନ୍ନ ଅଂଶରେ ପ୍ରବେଶ କରି ରୋଗ ସୃଷ୍ଟି କରିପାରେ ବିଶେଷତଃ ଏହି ରୋଗ ଯୋଗୁଁ ଫୁସଫୁସରେ ପାଣି ଜମିବା, ଫୁଲିବା ଭଳି ସସମାସ୍ୟା ସୃଷ୍ଟି ହୋଇଥାଏ । ସେହିପରି ଶରୀରରୁ ଅମ୍ଳଜାନ ମାତ୍ର କମି ଶ୍ୱାସକ୍ରିୟାରେ କଷ୍ଟ ହୋଇଥାଏ । ଫଳରେ ଶିଶୁମାନଙ୍କୁ କାଶ, ଛାତି ତଳ ଭାଗକୁ ଟାଣି ହେବା ବାତ ମାରିବା ଚେତା ଶୂନ୍ୟ ହେବା ଇତ୍ୟାଦି ଲକ୍ଷଣ ଦେଖାଦେବାସହ ଶିଶୁମାନଙ୍କର ମୃତ୍ୟୁ ମଧ୍ୟ ହୋଇଥାଏ । ଏହି ରୋଗରେ ଶିଶୁଟି ଜନ୍ମ ହେବାର ପ୍ରଥମ ୨୪ ମାସ ପର୍ଯ୍ୟନ୍ତ ସଂକ୍ରମଣ ହେବାରରେ ଆଶଙ୍କା ରହିଥାଏ ଏବଂ ଏହା ସାଧାରଣତଃ ଅନ୍ୟ ଜଣଙ୍କ ଠାରୁ କାଶିିବା ଓ ଛିଙ୍କିବା ଦ୍ୱାରା ବ୍ୟାପିଥାଏ । ତେଣୁ ଏହି ରୋଗକୁ ପ୍ରତିହତ କରିବା ପାଇଁ ଆଜିଠାରୁ ପିଭିସି(୧୦) ଟୀକାକରଣ ଆରମ୍ଭ କରାଯାଇଛି । ଯାହାଫଳରେ ପାଞ୍ଚବର୍ଷରୁ କମ ବୟସର ଶିଶୁମାନଙ୍କ ମୃତ୍ୟୁ ହାର ବହୁ ପରିମାଣରେ ହ୍ରାସହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି । ଏହି ସାର୍ବଜନୀନ ପିଭିସି ଟୀକାକରଣ ନିମନ୍ତେ ୮୮ହଜାର ୪ଶହ ଡୋଜ ରାଜ୍ୟରେ ଉପଲବ୍ଧ ରହିଥିବାବେଳ ଆଜି ଠାରୁ ରାଜ୍ୟର ସମସ୍ତ ଜିଲ୍ଲାରେ ଟୀକାକରଣ ଆରମ୍ଭ କରାଯାଇଛି । ଏହି ଟୀକାକରଣର ଶୁଭାରମ୍ଭ ଅବସରରେ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର, ଜାତୀୟ ସ୍ୱାସ୍ଥ୍ୟ ମିଶନ ପରିଚାଳନା ନିର୍ଦ୍ଦେଶିକା ଶାଳିଜି ପଣ୍ଡିତ, ଭାରତ ସରକାଙ୍କର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପରାମର୍ଶଦାତା ଡ଼ା ପ୍ରଦୀପ ହାଲଦର, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡ଼ା ବିଜୟ କୁମାର ପାଣିଗ୍ରାହୀ ଓ ୟୁଜିସେଫର ଓଡ଼ିଆ ମୁଖ୍ୟ ମୋନିକା ଓ ନେଲସନ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking