32.1 C
Bhubaneswar
Thursday, March 28, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା….

ମେଷ : କର୍ମକ୍ଷେତ୍ରରେ ଉଚ୍ଚ ସମ୍ମାନରେ ସମ୍ମାନୀତ ହେବେ । ଦୂର ଯାତ୍ରା କରିବାର ଯୋଗ ଅଛି । ଜଗି ରଖି ଚଳିବା ଭଲ । ଅର୍ଥ ସଞ୍ଚୟ କରିପାରନ୍ତି । ସମସ୍ତଙ୍କର ଆଦରଣୀୟ ହେବେ । ମହିଳାମାନେ ଉପକୃତ ହେବେ । ପିଲାମାନେ ପଢ଼ାପଢ଼ିରେ ମନ ଦେବେ ।

ବୃଷ : ଅତ୍ୟଧିକ ପରିଶ୍ରମ କରି ଲାଭାବାନ ହେବେ । ଆପଣଙ୍କର ସ୍ୱାସ୍ଥ୍ୟର ଉନ୍ନତି ପରିଲିକ୍ଷିତ ହେବ । ବ୍ୟବସାୟ ତଥା କର୍ମକ୍ଷେତ୍ରରେ ମଧ୍ୟମ ଫଳ ମିଳିବ । ଆର୍ଥିକ ପରିସ୍ଥିତି ସ୍ୱଚ୍ଛଳ ରହିବ ।

ମିଥୁନ : କର୍ମକ୍ଷେତ୍ରରେ ପ୍ରତିକୂଳ ଦେଖାଦେବ । ପାରିବାରିକ କ୍ଷେତ୍ରରେ ଅଶାନ୍ତି ଦେଖାଦେବ । ବ୍ୟବସାୟରେ ଉନ୍ନତି ହେବ । ମନ ପରିବର୍ତ୍ତନ କରିପାରନ୍ତି । ମହିଳାମାନେ କର୍ମକ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି ।

କର୍କଟ : ଶରୀର ସୁସ୍ଥ ଓ ମନ ପ୍ରସନ୍ନ ରହିବ । ବେପାର ବୃତିରେ ଖୁସି ହେବେ । କେହି ଆପଣଙ୍କ ଠାରୁ କିଛି ପାଇବା ଆଶାରେ ଆସିବେ। ହେଲେ ସେ କହିବା ପୂର୍ବରୁ ମନ କଥା ଖୁବ୍ ଶୀଘ୍ର ଜାଣିନେବେ ।

ସିଂହ : ପାରିବାରିକ କ୍ଷେତ୍ରରେ ଗଣ୍ଡଗୋଳ ତଥା ଅଶାନ୍ତି ଲାଗି ରହିପାରେ । ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଦେଖାଦେବ । ଭ୍ରମଣ ଯୋଗ ଅଛି । କୃଷି କ୍ଷେତ୍ରରେ ଯଥେଷ୍ଟ ଲାଭବାନ୍ ହେବେ । ଚୋର ଦ୍ୱାରା ଆଶିଂକ କ୍ଷତି ଘଟିପାରେ । ପିଲାମାନେ ଖେଳରେ ମନ ଦେବେ ।

କନ୍ୟା : ବ୍ୟବସାୟରେ ପ୍ରସାର ଲାଭ କରିବେ । ପଡ଼ୋଶୀଙ୍କ ସହିତ ସମ୍ପର୍କ ମଧୁର ହେବ । ପ୍ରତିଟି କ୍ଷେତ୍ରରେ ଭୟ ଦେଖାଦେବ । ବିଦ୍ୟାର୍ଥୀମାନେ ପରିକ୍ଷାରେ ଖୁବ୍ ଭଲ କରିବେ । ପ୍ରେମ ସମ୍ପର୍କରେ ମଧୁରତା ବଢ଼ିବ ।

ତୁଳା : ଅଫିସ୍‌ରେ ଅଧିକ ଦାୟିତ୍ୱ ତୁଲାଇବେ । ସହକର୍ମୀଙ୍କ ସହିତ ଭଲ ବ୍ୟବହାର କଲେ ତାଙ୍କର ସହଯୋଗ ପାଇବେ । ସ୍ତ୍ରୀଙ୍କ ସହିତ ସହରକୁ ଗୃହ ଉପକରଣ କିଣିବାକୁ ଯାଇପାରନ୍ତି । ବନ୍ଧୁମାନଙ୍କ ସହିତ ରାତ୍ରି ଭୋଜିରେ ମଉଜମସ୍ତି କରିପାରନ୍ତି ।

ବିଛା : ଶରୀର ସୁସ୍ଥ ଓ ମନରେ ଉତ୍ସାହ ରହିବ । ଆୟ ବୃଦ୍ଧିର ସୁଯୋଗ ପାଇବେ । ରାଜନୀତି କ୍ଷେତ୍ରରେ ସମ୍ମାନ ମିଳିବ । ପାରିବାରିକ ଜୀବନ ସୁଖମୟ ହେବ । ଜୀବନସାଥିଙ୍କୁ କୌଣସି ବସ୍ତୁ ଉପହାର ଦେଇପାରନ୍ତି ।

ଧନୁ : ଚାକିରୀରେ କିଛି ପରିବର୍ତନ ହୋଇପାରେ । କର୍ତୃପକ୍ଷଙ୍କ ଠାରୁ କଡ଼ାକଥା ଶୁଣିବେ । ଆପଣଙ୍କର ମାନସିକ ଅଶାନ୍ତି ବଢ଼ିବ । ବାହାର କାମରେ ଗଲାବେଳେ ସାବଧାନତା ସହ ଗାଡ଼ି ଚଳାନ୍ତୁ ।

ମକର : ପିତାମାତାଙ୍କ ଆର୍ଶୀବାଦ ନେଇ କାମରେ ଯାଆନ୍ତୁ । ଆପଣଙ୍କ ମନସ୍କାମନା ପୂରଣ ହେବ । ବିରୋଧୀ ଆପଣଙ୍କର ଆଖିରେ ଆଖି ମିଶାଇ କଥା କହିପାରିବେ ନାହଁ । ସେୟାର ବଜାରରୁ ଲାଭ କମ୍ ପାଇବେ ।

କୁମ୍ଭ : ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ । ଶୁଭ ଖବର ପାଇ ଖୁସି ହେବେ । ମସ୍ତିସ୍କରେ ନୂଆ କଥା ଘୁରି ବୁଲିବ । ପାରିବାରିକ ଜୀବନ ସୁଖମୟ ହେବ । ଘରକୁ ଅତିଥି ଆସିବେ । ନେତା ମନ୍ତ୍ରୀଙ୍କ ମାଧ୍ୟମରେ ଲାଭ ପାଇବେ ।

ମୀନ : ପୂଜା ପାଠରେ ମନକୁ ଶାନ୍ତି ମିଳିବ । ଚିନ୍ତାଶୀଳ ବ୍ୟକ୍ତିଙ୍କ ସହିତ ସମ୍ପର୍କ ବଢ଼ିବ । ବ୍ୟବସାୟରେ ସୁଧାର ଆଣିବାରେ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking