26.1 C
Bhubaneswar
Wednesday, May 8, 2024
Homeଓଡିଶାପାରଳାଖେମୁଣ୍ଡି ଏସିଏଫ୍‌ଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା : ବଲାଙ୍ଗିରରେ ଗଜପତି ପୋଲିସ

ପାରଳାଖେମୁଣ୍ଡି ଏସିଏଫ୍‌ଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା : ବଲାଙ୍ଗିରରେ ଗଜପତି ପୋଲିସ

ଭୁବନେଶ୍ୱର :  ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରୁ ଖୁବଶୀଘ୍ର ହଟିପାରେ ପରଦା । ତଦନ୍ତ ପାଇଁ ବଲାଙ୍ଗିରରେ ଗଜପତି ପୋଲିସ ଟିମ୍ । ଗତକାଲି ବିଳମ୍ବିତ ରାତିରେ ଗଜପତି ପୋଲିସର ୫ ଜଣିଆ ଟିମ୍ ବଲାଙ୍ଗିରରେ ପହଞ୍ଚିଛି। ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ ପଢୁଥିବା ପ୍ରାଣୀଧନ ନିରୀକ୍ଷକ ତାଲିମ କେନ୍ଦ୍ରକୁ ଯାଇ ପଚାରଉଚରା କରିବ। ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଡିଏଫଓ, ରୋଷେୟା ଓ ଗୁରାଣ୍ଡି ଥାନା ଓଆଇସିଙ୍କୁ ପୋଲିସ କ୍ଲିନଚିଟ୍ ଦେଇଛି । ବର୍ତ୍ତମାନ ସୁଦ୍ଧା ତଦନ୍ତରେ ତାଙ୍କର ସଂପୃକ୍ତି ନେଇ ପ୍ରମାଣ ମିଳିନି । ୩ ଜଣଙ୍କୁ ଗଜପତି ପୋଲିସ କ୍ଲିନଚିଟ୍ ଦେଇଥିବା ବେଳେ ଏବେ ବି ପତ୍ନୀ ବିଦ୍ୟାଭାରତୀଙ୍କ ଭୂମିକା ବାବଦରେ କିଛି କହିନି ପୋଲିସ ।

ବିଦ୍ୟାଭାରତୀ ବଲାଙ୍ଗିର ପ୍ରାଣୀଧନ ନିରୀକ୍ଷକ ତାଲିମ କେନ୍ଦ୍ରରେ ତାଲିମ ନେଉଥିଲେ । ବାହାଘର ପରେ ବିଦ୍ୟାଭାରତୀ ଏପ୍ରିଲ ୩ ତାରିଖରେ ବଲାଙ୍ଗିର ଆସିଥିଲେ। ୧୧ ତାରିଖରେ ସେ କଲେଜରେ ବାହାଘର ଭୋଜି ଦେଇଥିଲେ। ତେବେ ଘଟଣାରେ ତାଙ୍କର କିଭଳି ରହିଛି ସଂପୃକ୍ତି ସେନେଇ ସସପେନ୍ସ ହଟିନି । ସେପଟେ ଗଜପତି ଏସପି କହିଛନ୍ତି, ଦରକାର ହେଲେ ପୁଣି ସମସ୍ତଙ୍କୁ ଜେରା ହେବ । ଦରକାର ପଡିଲେ ସାଇବର ଏକ୍ସପର୍ଟଙ୍କ ସହଯୋଗ ନିଆଯିବ । ପ୍ରତ୍ୟେକ ଦିଗରୁ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ମାମଲାର ତଦନ୍ତ ଚାଲିଛି । ଯୋଗାଡ଼ ଚାଲିଛି ଅଧିକ ତଥ୍ୟ ପ୍ରମାଣ । ୧୧ ଦିନ ପରେ ବି ମୃତ୍ୟୁ ରହସ୍ୟ ଉପରୁ ହଟିନି ପରଦା । ଖୁବଶୀଘ୍ର ପୋଲିସ ନିଷ୍କର୍ଷରେ ପହଞ୍ଚିବା ଆଶା କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking