30.1 C
Bhubaneswar
Friday, April 26, 2024
Homeଓଡିଶା୫୦ କେଜି ଗଞ୍ଜେଇ ଏବଂ ହୋଣ୍ଡା କାର ଜବତ :  ୨ ଅଭିଯୁକ୍ତ ଗିରଫ 

୫୦ କେଜି ଗଞ୍ଜେଇ ଏବଂ ହୋଣ୍ଡା କାର ଜବତ :  ୨ ଅଭିଯୁକ୍ତ ଗିରଫ 

ନର୍ଲା : କେସିଙ୍ଗା ପୋଲିସକୁ ମିଲିଛି ବଡ ସଫଳତା l ହୋଣ୍ଡା କାର ଏବଂ ୫୦ କେଜି ଗଞ୍ଜେଇ ଜବତ ସହ ଦୁଇ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ । ତେବେ ଗତକାଲି କେସିଙ୍ଗା ପୁଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଜାତୀୟ ରାଜପଥ ୨୬ କୁର୍ଲୁପଡ଼ା ନିକଟରେ ଦିନ ୧୨ ଟା ୩୦ ମି.ସମୟ ରେ ଓଆର ୧୦ସି – ୯୪୩୫ ହୋଣ୍ଡା ସିଟି କାର ଦୃତ ବେଗ ରେ ଆସୁଥିବାରୁ ସଂଦେହ କରି କାର୍ ଟିକୁ ଅଟକାଇ ଥିଲା । ପରେ କାର ଟିକୁ ଯାଞ୍ଚ କରିବାରୁ ସେଥିରୁ ୨୯ ଟି ଗଞ୍ଜେଇ ଭର୍ତ୍ତି ପ୍ୟାକେଟ ଠାବ କରିଥିଲା । ତେବେ ଚଢାଉ ସମୟରେ କେସିଙ୍ଗା ଅତିରିକ୍ତ ତହସିଲଦାର ରୁଦ୍ର ପ୍ରସାଦ ନାଏକ ଉପସ୍ଥିତ ଥିବା ବେଳେ ଜବତ ଗଞ୍ଜେଇକୁ ଓଜନ କରିବାରୁ ପ୍ରାୟ ୫୦ କେଜି ବାହାରିଥିଲା ।

ସୂଚନା ଅନୁସାରେ ଭବାନୀପାଟଣା ଅଞ୍ଚଳରୁ ଏହି ଗଞ୍ଜେଇ କୁ ଆଣି ଉତ୍ତରପ୍ରଦେଶର ବାରେଲି ଜିଲ୍ଲା କୁ ଚାଲାଣ କରାଯାଉଥିବା ଅଟକ ଦୁଇ ଅଭିଯୁକ୍ତ କହିଛନ୍ତି l ଏନେଇ କେସିଙ୍ଗା ଆଇ.ଆଇ.ସି ସତ୍ୟ କୁମାର ନନ୍ଦଙ୍କ ନେତୃତ୍ବରେ ପୁଲିସ ଦଳ ଚଢ଼ାଉ କରିଥିବା ବେଳେ ବର୍ତ୍ତମାନ ୨୬ ନମ୍ବର ଜାତୀୟ ରାଜପଥ ଟି ଏବେ ଚୋରା ଗଞ୍ଜେଇ ଚାଲାଣକାରୀ ମାଫିଆମାନଙ୍କ ନିତି ଦିନିଆ ରାସ୍ତା ପାଲଟିଲାଣି । ଅନ୍ଯପଟେ କେସିଙ୍ଗା ଆଦର୍ଶ ଥାନାରେ ନୂତନ ଆଇ.ଆଇ.ସି ସତ୍ୟ କୁମାର ନନ୍ଦଙ୍କ ଯୋଗଦାନ ପରେ ବାରମ୍ବାର ଧରପଗଡ଼ କରାଯାଇ ଗଞ୍ଜେଇ ଚାଲାଣ କାରୀମାନଙ୍କୁ ଧରାଯାଉଥିବାରୁ ବିଭିନ୍ନ ମହଲରେ ଶ୍ରୀ ନନ୍ଦଙ୍କୁ ପ୍ରଶଂସା କରାଯାଇଛି । ଚଳିତ ମାସ ମଧ୍ୟରେ ଏହି କେଶକୁ ମିଶାଇ ପାଞ୍ଚ ଗୋଟି ଗଞ୍ଜଇ ଚାଲାଣକାରୀ ଧରା ପଡ଼ିଲେଣି । ତେବେ ଆଜି ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଆଇ.ଆଇ.ସି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking