38.1 C
Bhubaneswar
Friday, April 26, 2024
Homeଓଡିଶାହାତୀପଲଙ୍କ ଉପଦ୍ରବ : ଭାଙ୍ଗିଲେ ଘର ଖାଇଗଲେ ଧାନଚାଉଳ

ହାତୀପଲଙ୍କ ଉପଦ୍ରବ : ଭାଙ୍ଗିଲେ ଘର ଖାଇଗଲେ ଧାନଚାଉଳ

ତେଲକୋଇ : କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ ଅଧିନ ଦୋବଲାପାଳ ଗାଁରେ ତିନି ଟିକିଆ ହାତୀପଲ ଙ୍କ ଉପଦ୍ରବ ।ତିନି ଜଣଙ୍କ ଘରକୁ ଭାଙ୍ଗି ଧାନ ଚାଉଳ ଖାଇଗଲେ । ଗାଁ ପାଖ ହନୁମନ୍ତିଆ ପାହାଡ ରେ ହାତୀପଲ ଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି ।ଗତକାଲି ବିଳମ୍ବିତ ରାତିରେ ଗାଁରେ ପଶି ନାୟକ ସାହିର ଚାର ନାୟକ,ଶିବ ନାୟକ, ବୁଧୁ ମୁଣ୍ଡାଙ୍କ ଘର ଭାଙ୍ଗି ଧାନଚାଉଳ ଖାଇ ଦେଇଛନ୍ତି ।ହାତୀ ଘର ଭାଙ୍ଗୁଥିଲେ ମଧ୍ୟ ଚାରୁ ଭୟରେ ଘରୁ ବାହାରି ନଥିଲେ ।

ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଚାରୁ ନାୟକ ଙ୍କୁ ଘରୁ ବାହାର କରିଥିଲେ ।ସେପଟେ ଶିବ ନାୟକ ଓ ବୁଧୁ ମୁଣ୍ଡାଙ୍କ ଘର ମଧ୍ୟ ଭାଙ୍ଗି ୨୦ ବସ୍ତା ଧାନ ଚାଉଳ ଖାଇ ଦେଇଛନ୍ତି ।ଲୋକେ କ୍ଷତି ପୁରଣ କଥା କହିଲେ ତୁମେ କାହିଁକି ଘରେ ଶୋଉଛ ବୋଲି ଓଲଟା ପ୍ରଶ୍ନ କରୁଛନ୍ତି ବନବିଭାଗ କର୍ମଚାରୀ ବୋଲି ଲୋକେ ଅଭିଯୋଗ କରିଛନ୍ତି । ବନବିଭାଗ କର୍ମଚାରୀଙ୍କ ଏଭଳି ଆଚରଣ ଲୋକଙ୍କୁ ଅଡ଼ୁଆରେ ପକାଇଛି । ବନବିଭାଗ ଯଦି ଏଭଳି ମନ୍ତବ୍ୟ ଦେବ କହିବେ କାହାକୁ ଶୁଣିବ କିଏ । ତେବେ ବିଭିନ୍ନ ସମୟରେ ହାତୀ ଘର ଭାଙ୍ଗିବା ସହ ଧନଜୀବନ ନଷ୍ଟ କରୁଥିଲେ ମଧ୍ଯ ହାତୀ ଦାଉରୁ ଲୋକଙ୍କ ଧନଜୀବନ ରକ୍ଷା କରିବାରେ ତେଲକୋଇ ବନବିଭାଗ ବିଫଳ ହୋଇଥିବା ଅଭିଯୋଗ ହେଉଛି।ବାଇଟ୧-ଚାରୁ ନାୟକ, ଅସହାୟ ମହିଳା, ଦୋବଲାପାଳ ଗାଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking