29.1 C
Bhubaneswar
Wednesday, May 1, 2024
Homeବ୍ରେକୀଙ୍ଗବଳି ଥିଓରୀ ଦୋହରାଇଲେ ସଂଧ୍ୟାବତୀ

ବଳି ଥିଓରୀ ଦୋହରାଇଲେ ସଂଧ୍ୟାବତୀ

ଭୁବନେଶ୍ୱର: ପରୀକୁ ବଳି ଦିଆଯାଇଥାଇପାରେ ବୋଲି ଦୋହରାଇଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ । ଗତକାଲି ନୟାଗଡ ପରେ ଆଜି ସମ୍ବଲପୁରରେ ଏହି କଥା ସେ ଦୋହରାଇଛନ୍ତି । ବଳି ସହ ଦୁଷ୍କର୍ମ ବି ହୋଇଥାଇପାରେ ବୋଲି ସଂଧ୍ୟାବତୀ କହିଛନ୍ତି । ସେ ସମୟରେ ଅଙ୍ଗତସ୍କରୀ ଟେକ୍ନିକାଲି ସମ୍ଭବ ନୁହେଁ । ସେତେବେଳେ ଲକ୍ ଡାଉନ ଥିଲା, ହସ୍ପିଟାଲ ସୁବିଧା ନି ନଥିଲା । ଯଦି ଜଣେ ନେଲା, ଦେହବଶେଷ କାହିଁକି ପୁଣି ପକାଇ ଦେଲା । ନୟାଗଡ, କନ୍ଧମାଳ ଅଂଚଳରେ ବଳି ଅନ୍ଧବିଶ୍ୱାସ ରହିଛି ବୋଲି ସେ କହିଛନ୍ତି । ଦୁଷ୍କର୍ମ ମଧ୍ୟ ହୋଇଥାଇପାରେ ବୋଲି ସେ କହିଛନ୍ତି । ଦୁଷ୍କର୍ମ କରି କେମିକାଲ ପକାଇ ବଡି ନଷ୍ଟ କରିଦେଇ ଥାଇପାରନ୍ତି । ମୁଁ ଯାହା ଷ୍ଟଡି କଲି ବଡି ଟ୍ରାନ୍ସପ୍ଲାଣ୍ଟ ସମ୍ଭାବନା କମ୍ । ଏନେଇ ଏସଆଇଟି ମୁଖ୍ୟଙ୍କ ସହ ଆଲୋଚନା କରିଥିବା କହିଛନ୍ତି । ତଦନ୍ତ ପ୍ରକ୍ରିୟା ମଧ୍ୟ ସେହି ଦିଗରେ ହେବା ଦରକାର । ତେବେ ସଂଧ୍ୟାବତୀଙ୍କ ମନ୍ତବ୍ୟକୁ ନାପସନ୍ଦ କରିଛନ୍ତି ପରୀର ବାପା । ତଦନ୍ତକୁ ଦିଗହରା ପାଇଁ ବଳି ଥିଓରୀ କହିଛନ୍ତି ପରୀର ବାପା ଅଶୋକ । ଏହାକୁ ଦିଗହରା କରିବା ପାଇଁ ସେ ଏପରି କହୁଛନ୍ତି ବୋଲି ଅଶୋକ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking