39.4 C
Bhubaneswar
Thursday, April 18, 2024
Homeସ୍ୱାସ୍ଥ୍ୟବରକୋଳି ଖାଇଲେ କଣ ହୁଏ

ବରକୋଳି ଖାଇଲେ କଣ ହୁଏ

ଭୁବନେଶ୍ୱର: ସାଧାରଣତଃ ଖରାଦିନେ ବରକୋଳି ଗଛରେ ବରକୋଳି ହୋଇଥାଏ । ସମସ୍ତେ ଏହାକୁ ଖାଇବାକୁ ପସନ୍ଦ କରିଥାନ୍ତି । ବିଶେଷ କରି ଛୋଟ ଛୋଟ ପିଲା ଏହାକୁ ଖାଆନ୍ତି । ଖଟା କାରଣରୁ ବୟସ୍କ ଲୋକମାନେ ଖାଇପାରନ୍ତି ନାହିଁ । ମାତ୍ର ଏହାର ଚାହିଦା ରହିଥାଏ । ପାଚିଲେ ଏହି କୋଳି ବେଶି ସୁଆଦ ଲାଗେ । ଆଉ ଆଚାର କଲେ ଏହାର ସ୍ୱାଦ କହିଲେ ନସରେ । ଦକ୍ଷିଣ ଏସିଆର ଲେବାନନ, ଇରାନ, ପାକିସ୍ଥାନ, ଭାରତ, ବଙ୍ଗଳାଦେଶ, କୋରିଆର ଦ୍ୱୀପ ସମୂହ, ଦକ୍ଷିଣ ଓ ପଶ୍ଚିମ ଚୀନ ଓ ଦକ୍ଷିଣ ଇଉରୋପରେ ଏହା ବହୁଳ ଭାବରେ ଦେଖିବାକୁ ମିଳିଥାଏ ।ତେବେ ବରକୋଳି ଖାଇବା ବି ସ୍ୱାସ୍ଥ୍ୟ ପାଇଁ ଭଲ । ଏହା ଖାଇଲେ କଣ ଫାଇଦା ମିଳେ ଆସନ୍ତୁ ଜାଣିବା । ଏହା ଏକ ଛୋଟ ବୁଦାଜାତୀୟ ଗଛ । ଏହାର ଉଚ୍ଚତା ୫ରୁ ୧୦ ମିଟର ହୋଇଥାଏ । ଶାଖାସବୁରେ କଣ୍ଟାଥାଏ । ଏହାର ପତ୍ର ଉଜ୍ଜଳ ସବୁଜ, ହୋଇଥାଏ । ଏହାର ନାମକରଣ ବଟାନିକାଲ ଇଣ୍ଟରନ୍ୟାସନାଲ କୋଡ଼ ଅଫ ବଟାନିକାଲ ନମେନକ୍ଳେଚର ଅନୁସାରେ ନାନାଦି ବନାନକୁ ନେଇ ହୋଇଅଛି । କାର୍ଲ୍ସ ଲିନେସ  ୧୭୫୩ରେ ଏହାକୁ ପ୍ରଥମେ ତାହାଙ୍କର ସ୍ପିସିସ ପ୍ଲାଣ୍ଟରମ  ବହିରେରାମ୍ନସ ଜିଜିଫସ ନାମ ଦେଇଥିଲେ । ତାହାପରେ ୧୭୬୮ରେ ଫିଲିପ ମିଲର  ଏହା ରାମ୍ନସ ’’ ଠାରୁ ଅଲଗା ବୋଲି ପ୍ରମାଣ କରିଥିଲେ ଯାହା ଫଳରେ ଏହା ଏକ ନୂଆ ଜାତି ଜିଜିଫସ ଯୁଜୁବି ରେ ପରିଣତ ହୋଇଥିଲା  । ଏହାର ପତ୍ରର ରସକୁ ମେଦ ରୋଗର ଚିକିତ୍ସା ପାଇଁ ମୂଷାମାନଙ୍କ ଉପରେ ସଫଳ ପରୀକ୍ଷା କରାଯାଇଛି । କଞ୍ଚା ବରକୋଳିର ରଙ୍ଗସବୁଜ ଓ ସ୍ୱାଦ ଖଟା ହୋଇଥାଏ । ଏହାକୁ କଞ୍ଚା ବା ପାଚିଲା ପରେ ତରକାରୀରେ ପକାଇ ଖିଆଯାଇଥାଏ । ଓଡ଼ିଶାରେ ଏହା ଖଟାଆଚାର ଆଦିରେ ବ୍ୟବହାର କରାଯାଇଥାଏ । ଚୀନରେ କଞ୍ଚା କୋଳିକୁ ଜଳଖିଆ ଭାବରେ ବା ଚାହା ସହିତ ଖିଆଯାଇଥାଏ । ସେଠାରେ ଏହା ଲାଲ  ବା କଳା ରଙ୍ଗର ହୋଇଥାଏ । କଳାରଙ୍ଗର ବରକୋଳିର ବାସନା ବଢ଼ାଇବା ନିମନ୍ତେ ଏହାକୁ ବାମ୍ଫରେ ରଖାଯାଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking