29.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗଇଡି ସ୍କାନରରେ ପ୍ରଦୀପ ପାଣିଗ୍ରାହୀ

ଇଡି ସ୍କାନରରେ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର: ପାଠକ ବାପ, ପୁଅଙ୍କ ସଂପର୍କରେ ଇଡିର ତଦନ୍ତ ପ୍ରସଙ୍ଗରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବି ତଦନ୍ତ ପରିସରକୁ ଆଣିବ ଇଡି । ବିଧାୟକ ପ୍ରଦୀପଙ୍କୁ ତଦନ୍ତ ପରିସରଭୁକ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏନେଇ କ୍ରାଇମବ୍ରାଂଚକୁ ଏତଲା କପି ମାଗିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଯୁଗ୍ମ ନିର୍ଦ୍ଦେଶକ ମାଧବ ମିଶ୍ର ସୂଚନା ପ୍ରଦାନ କରିଛନ୍ତି । ଗତକାଲି ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମବ୍ରାଂଚ ଗିରଫ କରିଥିଲା ।

ଗତକାଲି କ୍ରାଇମବ୍ରାଂଚ ତାଙ୍କୁ ଗରିଫ କରିଥିଲା । ଦଫା ୪୧୯, ୪୨୦, ୪୬୭, ୪୬୮,୪୬୯, ୪୭୧, ୧୨୦ ‘ବି’ ରେ ମାମଲା ରୁଜୁ କରାଯାଇଛି । ଆକାଶ ପାଠକଙ୍କ ନାଁରେ ଟଙ୍କା ଆଦାୟ କରୁଥିଲେ ପ୍ରଦୀପ ପାଣିଗ୍ରାହୀ । ସାଇବର ଥାନାର ଏକ ମାମଲାରେ ପଚରାଉଚରା ଚାଲିଥିବା ସୂଚନା ମିଳିଥିଲା। ବେଆଇନ ଅର୍ଥ କାରବାର ଓ ଚାକିରୀ ଜାଲିଆତି ନେଇ ପ୍ରଦୀପଙ୍କୁ ଜେରା ଚାଲିଥିଲା। ଏନେଇ ଟ୍ୱିଟ ଜରିଆରେ ସୂଚନା ଦେଇଥିଲେ ଓଡିଶା କ୍ରାଇମବ୍ରାଞ୍ଚ। ତେବେ ଚାକିରୀ ଜାଲିଆତି ନେଇ ମଧ୍ୟ ପ୍ରଦୀପଙ୍କୁ ଜେରା କରିପାରେ କ୍ରାଇମବ୍ରାଞ୍ଚ। କିଛି ସମୟ ପୂର୍ବରୁ ପ୍ରଦୀପଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ ତାଙ୍କୁ କ୍ରାଇମବ୍ରାଞ୍ଚ ଉଠାଇନେଇଥିବା କଥା ଗଣମାଧ୍ୟମ ସାମ୍ନାରେ ପ୍ରକାଶ କରିଥିଲେ ।

ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରୁ କିଛି ଲୋକ ଉଠାଇନେଇଥିଲେ । କ୍ରାଇମବ୍ରାଂଚ ପରିଚୟ ଦେଇ କିଛି ଲୋକ ପ୍ରଦୀପଙ୍କୁ ଉଠାଇ ନେଇଥିଲେ । ଏନେଇ ତାଙ୍କ ପତ୍ନୀ ସୁଜାତା ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ । ୪ଟି ଗାଡିରେ କିଛି ଲୋକ ଆସି କ୍ରାଇମବ୍ରାଂଚ ପରିଚୟ ଦେଇ ଉଠାଇନେଇଥିବା ସେ କହିଥିଲେ । ନକ୍ସଲଙ୍କୁ ଉଠାଇ ନେଲା ଭଳି ପୂରା ବ୍ରିଗେଡ ଆଣି ଆସି ଉଠାଇ ନେଲେ । କ୍ରାଇମବ୍ରାଂଚ ଇଓଡବ୍ଲୁ କହି ଉଠାଇ ନେଇଥିବା ସୁଜାତା କହିଛନ୍ତି । ତେବେ କ୍ରାଇମବ୍ରାଂଚ ଇଓଡବ୍ଲୁ ଅଫିସରେ ପ୍ରଦୀପ ନଥିବା ତାଙ୍କ ସ୍ତ୍ରୀ ସୁଜାତା କହିଛନ୍ତି । ଇଓଡବ୍ଲୁ କହି ଆଣିଲେ କିନ୍ତୁ ପ୍ରଦୀପ ସେଠାରେ ନାହାନ୍ତି ।

ଅନ୍ୟପଟେ ପ୍ରଦୀପଙ୍କୁ ଉଠାଇ ନିଆଯିବା ନେଇ ପତ୍ନୀ ସୁଜାତା ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି, ଜଣେ ନକ୍ସଲଙ୍କୁ ଉଠାଇ ନେଲା ଭଳି ବ୍ରିଗେଡ ଲଗାଇ ଉଠାଇନେଲେ । ମୋ ସ୍ୱାମୀ କଣ ନକ୍ସଲ କି ବୋଲି ପ୍ରଶ୍ନ କରିଛନ୍ତି ସୁଜାତା ପାଣିଗାହୀ । ଇଓଡବ୍ଲୁ ଅଫିସକୁ ଆସୁଥିବା କହି ଘରୁ ଉଠାଇ ଆଣିଲେ । କିନ୍ତୁ ଏ ଯାଏ ତାଙ୍କୁ ଇଓଡବ୍ଲୁ ଅଫିସକୁ ଆଣି ଆସିନାହାନ୍ତି । ମୋ ସ୍ୱାମୀଙ୍କ ସୁରକ୍ଷା ନେଇ ମୁଁ ସନ୍ଦିହାନ ହୋଇପଡିଛି । ଯଦି ମୋ ସ୍ୱାମୀଙ୍କର କିଛି ହୁଏ, ସେଥିପାଇଁ ମୁଖ୍ୟମନ୍ତ୍ରୀ ଦାୟୀ ରହିବେ । ମୋ ସ୍ୱାମୀଙ୍କର କିଛି ହେଲେ, ମୁଁ ସମସ୍ତଙ୍କୁ କାଠଗଡାକୁ ଟାଣିବି ବୋଲି କହିଛନ୍ତି ସୁଜାତା । ରାଜନୌତିକ ଷଡଯନ୍ତ୍ର ପାଇଁ ଆମକୁ ହାରାସ୍ କରାଯାଉଛି । ସରକାର ଷଡଯନ୍ତ୍ର କରୁଥିବା ଆଜି ପ୍ରମାଣିତ ହୋଇଗଲା । ଜଣେ ସିଟିଂ ବିଧାୟକଙ୍କୁ ଏମିତି ଉଠାଇ ଆଣିବା କେତେ ଯୁକ୍ତିଯୁକ୍ତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking