25.1 C
Bhubaneswar
Thursday, May 9, 2024
Homeଓଡିଶା୭୫ତମ ସ୍ୱାଧୀନତା ଦିବସରେ ଶହିଦ୍ ପୁଅର ପ୍ରତିମୃତିକୁ ସଜାଇଲେ ମା’-ବାପା

୭୫ତମ ସ୍ୱାଧୀନତା ଦିବସରେ ଶହିଦ୍ ପୁଅର ପ୍ରତିମୃତିକୁ ସଜାଇଲେ ମା’-ବାପା

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ ଅନ୍ତର୍ଗତ ବଡସୁଆଳ ଗ୍ରାମର ସନ୍ତୋଷ କୁମାର ସାହୁଙ୍କ ପୁଅ ଅଜିତ୍ କୁମାର ସାହୁ ସ୍ଥଳ ବିଭାଗ ସୈନ୍ୟବାହିନୀରେ ଯୋଗ ଦେଇଥିଲେ । ଗତ ୧୮ ଜୁନ୍ ୨୦୧୯ ରେ ହୋଇଥିବା ପୁଲୱାମା ଆତଙ୍କି ହାମଲାରେ ଦେଶ ପାଇଁ ନିଜ ଜୀବନକୁ ଦେଶ ପାଇଁ ଉତ୍ସର୍ଗ କରିଥିଲେ । ମିଳିଥିବା ସୁଚନା ମୁତାବକ, ଜାମ୍ମୁ କାଶ୍ମୀରର ଅନନ୍ତନଗର ସେକ୍ଟର ଫୁଲୱାମା ଠାରେ ଅତର୍କିତ ଭାବେ ଆତଙ୍କି ହାମଲା ହୋଇଥିଲା । ଏହି ଅପରେସନରେ ଭାରତୀୟ ସେନା ଆତଙ୍କବାଦୀଙ୍କୁ ଗୁଳିର ଜବାବ ଦେଉଥିବା ସମୟରେ ଭାରତୀୟ ସେନା ପକ୍ଷରୁ ଦେଶ ପାଇଁ ଜୀବନ ଦେଇଥିଲେ ଶହିଦ୍ ଅଜିତ୍ ସାହୁ ।

ପରିବାର ପକ୍ଷରୁ ପିତା ସନ୍ତୋଷ ସାହୁ ମା କୁମୁଦିନି ସାହୁ ଓ ବଡଭାଇ ଆଲୋକ ଖବର ପାଇ ମର୍ମାହତ ହୋଇଥିବା ବେଳେ ଶହିଦ୍ ବିର ପୁଅର ଦେଶ ପାଇଁ ଜୀବନ ବଳିଦାନ ଦେଇଥିବା ଘଟଣା ସମଗ୍ର ଜିଲ୍ଲା ଓ ଅଚଂଳ ବାସୀଙ୍କ ପାଖରେ ଗର୍ବ ଆଣିଦେଇଥିଲା । ଏହି ବିର ସୈନ୍ୟର ପ୍ରତିମୃତି ଘର ସାମ୍ନାରେ ସ୍ଥାପନ ହୋଇଥିଲା । ପ୍ରତ୍ୟେକ ଶହିଦ୍ ଦିବସ, ସ୍ୱାଧୀନତା ଦିବସ ଓ ସ୍ୱତନ୍ତ୍ରତା ଦିବସ ଗୁଡିକରେ ବିର ଶହିଦ୍ ଅଜିତଙ୍କୁ ପ୍ରଶାସନ ଓ ଜିଲ୍ଲାବାସୀ ଭୁଲି ଯାଇଥିବା ବେଳେ ପିତା ସନ୍ତୋଷ ଓ ମା କୁମୁଦିନୀ ଅଶୃଭରା ଆଖିରେ ପୁଅର ପ୍ରତିମୃତିଟିକୁ ପୋଛି ପକାଇ ଜାତୀୟ ପତାକା ସହ ବେଲୁନ୍ ଗୁଡିକ ସଜ୍ଜାସଜି କରି ତାଙ୍କ ସ୍ମୃତିକୁ ଅଚଂଳରେ ପୁନ୍ନର୍ଜୀବିତ କରିଥାନ୍ତି ।

ଏହା ବ୍ୟତିତ ଧୁପଦୀପ ମାଧ୍ୟମରେ ବୀର ପୁଅ ପ୍ରତିମୃତି ପାଖରେ ରଖି ବହୁ ସମୟଧରି ବସିରହିଥାନ୍ତି । ଏହି ଘଟଣାକୁ ଦେଖି ଜଣାପଡେ ସୁଯୋଗ୍ୟ ସନ୍ତାନ ଦେଶପାଇଁ ଜୀବନ ବଳିଦାନ ଦେବାଦ୍ୱାରା ଦେଶବାସୀ ବାହ୍ୟ ଶତୃଙ୍କ ଆକ୍ରମଣରୁ ବଚିଂତ ରହି ଶାନ୍ତିରେ ଚଳି ପାରୁଛନ୍ତି। କିନ୍ତୁ ଶହୀଦ ମାନଙ୍କ ପରିବାର ବର୍ଗଙ୍କ ପାଇଁ ସେମାନେ ସଦାସର୍ବଦା ଅଭିସ୍ମରଣୀୟ ହୋଇ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking