26.1 C
Bhubaneswar
Friday, March 29, 2024
Homeଓଡିଶାବାରମ୍ବାର ମୌସୁମୀରେ ପରିବର୍ତନ ଯୋଗୁଁ ଚାଷୀ ହତାସ

ବାରମ୍ବାର ମୌସୁମୀରେ ପରିବର୍ତନ ଯୋଗୁଁ ଚାଷୀ ହତାସ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାରେ ଅନିୟମିତ ବର୍ଷା ଯୋଗୁଁ ଧାନ ଚାଷରେ ପ୍ରଭାବ ପଡିଛି । ଜୁଲାଇ ମାସରେ ସାମାନ୍ୟ କମ୍ ବର୍ଷା ହୋଇଥିବା ବେଳେ ଅଗଷ୍ଟ ମାସରେ ବର୍ଷା ସଂପୁର୍ଣ୍ଣ ବନ୍ଦ ହୋଇଯାଇଛି । ମୈାସୁମୀର ଅନିୟମିତତା ଏବଂ ଜଳ ସେଚନର ଅଭାବ ଯୋଗୁଁ ଚାଷ କାର୍ଯ୍ୟ ସଂପୁର୍ଣ୍ଣ ଭାବେ ପ୍ରଭାବିତ ହୋଇଛି । ଏଣୁ ଧାନ ଜମି ଫାଟି ଆଁ କରିବା ବେଳେ ଧାନ ଜମିରେ ଗୋରୁ ବୁଲିଲେଣୀ । ଢେଙ୍କାନାଳ ଜିଲ୍ଲାରେ ୬ ହଜାର ୧୮୫ ହେକ୍ଟର ଉଚ୍ଚ ଜମିରେ ଚାଷ କରାଯାଇଥିବା ବେଳେ ୪୮ ହଜାର ୮୫୩ ହେକ୍ଟର ମଧ୍ୟମ ଜମି, ୪୦ ହଜାର ୩୩୬ ହେକ୍ଟର ନିମ୍ନ ଜମିରେ ଧାନ ଚାଷ କରାଯାଇଥାଏ । ଜିଲ୍ଲାରେ ଲୋକମାନେ କୃଷି ଉପରେ ନିର୍ଭର କରୁଥିବା ଯୋଗୁଁ ଅନିୟମିତ ମୈାସୁମୀ ପ୍ରବାହ ଯୋଗୁଁ ଏହା ସଂପୁର୍ଣ୍ଣ କ୍ଷତିଗ୍ରସ୍ତ ହେବାରେ ଲାଗିଛି । ଚାଷ ଉପରେ ୫୭ ହଜାର ୯୭୨ କ୍ଷୁଦ୍ରଚାଷୀ, ୮୦ ହଜାର ୪୮୭ ମଧ୍ୟମ ଚାଷୀ ଏବଂ ୨୨ ହଜାର ୫୪୧ ବଡଚାଷୀ ହୋଇଥିବାର ଜଣାପଡିଛି ।

ସେହିପରି ମୋଟ ୧ ଲକ୍ଷ ୬୩ ହଜାର ୬୩୬ କୃଷି ଶ୍ରମିକ କୃଷି କାର୍ଯ୍ୟ ଉପରେ ନିର୍ଭରଶିଳ ହୋଇଥିବା ବେଳେ ୭୧ ହଜାର ୨୩୦ ପ୍ରକୃତ ଚାଷୀ ଅଟନ୍ତି । ଖରିଫ ରୁତୁରେ ୯୦ ହଜାର ୯୨୦ ହେକ୍ଟର ଜମିରେ ଅଧିକ ଅମଳକ୍ଷମ ଧାନ ଚାଷ କରାଯାଇଥିବା ବେଳେ ୪ ହଜାର ୨୦ ହେକ୍ଟର ଜମିରେ ଦେଶି ଧାନ ଚାଷ କରାଯାଇଥାଏ । ଅଗଷ୍ଟ ମାସରେ ବର୍ତମାନ ସୁଧା ସଦର ବ୍ଲକ୍‌ରେ ୪୯.୨୦ ମିଲିମିଟର, ଓଡାପଡା ବ୍ଲକ୍‌ରେ ୨୦ ମିମି, ଗଁଦିଆ ବ୍ଲକ୍‌ରେ ୪୫ ମିମି, ହିନ୍ଦୋଳ ବ୍ଲକ୍‌ରେ ୫୧ ମିମି, କାମାକ୍ଷାନଗର ବ୍ଲକ୍‌ରେ ୯.୨୦ ମିମି, ଭୁବନ ବ୍ଲକ୍‌ରେ ୮୬ ମିମି, ପର୍ଜଙ୍ଗ ବ୍ଲକ୍‌ରେ ୪୯ ମିମି, କଙ୍କଡାହାଡ ବ୍ଲକ୍‌ରେ ୨୯.୮୦ ମିମି ବର୍ଷା ରେକର୍ଡ ରହିଅଛି । ଜୁଲାଇ ମାସରେ ହାରାହାରି ୨୭୫ ମିମି ବର୍ଷା ହୋଇଥିବା ବେଳେ ଅଗଷ୍ଟ ମାସରେ ୪୨.୪୦ ମିମି ବର୍ଷା ହୋଇଥିବାର ରେକର୍ଡ କରାଯାଇଛି ।

ଏଭଳି ପରିସ୍ଥିତିରେ ଧାନା ଚାଷ କରିବା ଅସମ୍ଭବ ପରିସ୍ଥିତି ହୋଇଥିବାର ଜଣାପଡିଛି । ଏହି ପରିପ୍ରେକ୍ଷିରେ ଚଳିତ ବର୍ଷ ଓଡାପଡା ଏବଂ କାମାକ୍ଷାନଗର ବ୍ଲକ୍‌ରେ ସର୍ବନିମ୍ନ ବର୍ଷା ରେକର୍ଡ କରାଯାଇଥିବା ବେଳେ ସଦର ବ୍ଲକ୍‌ରେ ସର୍ବାଧିକ ବର୍ଷା ହୋଇଥିବାର ଜଣାପଡିଛି । ଏହି ସବୁ ବ୍ଲକ୍‌ରେ ଜଳସେଚନ ସୁବିଧା ନଥିବାରୁ ବର୍ଷା ଉପରେ ନିର୍ଭର କରି ଚାଷୀ ମାନେ ହତାସ ହୋଇଥିବା ବେଳେ ଆଗାମୀ କିଛି ସପ୍ତାହ ମଧ୍ୟରେ ବର୍ଷା ନହେଲେ ଜିଲ୍ଲାରେ ମରୁୂଡି ହବାର ସମ୍ଭାବନା ଅଛି ବୋଲି ଚାଷୀ ମତପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking