30.1 C
Bhubaneswar
Monday, May 20, 2024
Homeଓଡିଶାତାଳଗଣ୍ଡା ଅଞ୍ଚଳରେ ବାଘ ଆତଙ୍କ

ତାଳଗଣ୍ଡା ଅଞ୍ଚଳରେ ବାଘ ଆତଙ୍କ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଚଂଳ କନ୍ଦରା ସଂରକ୍ଷିତ ଜଙ୍ଗଲ ପାଦଦେଶରେ ଥିବା ତାଳଗଣ୍ଡା ଜଙ୍ଗଲ ପରିବେଷ୍ଟିତ ଗ୍ରାମରେ ବାଘ ଆକ୍ରମଣରେ ଗୋଟାଏ ଛେଳିର ମୃତ୍ୟୁ ହୋଇଥିବା ବେଳେ ଜନୈକ ବ୍ୟକ୍ତିଙ୍କର ଆଉ ଦୁଇଟି ଛେଳି ଦୁଇ ଦିନ ଧରି ନିଖୋଜ ଥିବା ନେଇ ହିନ୍ଦୋଳ ବନାଚଂଳ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିବାର ଜଣାପଡିଛି । ସୁଚନାରୁ ପ୍ରକାଶ ଯୋଗ୍ୟ ହିନ୍ଦୋଳ ଏନଏସି ୧୦ ନଂ ୱାର୍ଡ ଅନ୍ତର୍ଗତ ତାଳଗଣ୍ଡା ଗ୍ରାମର ବିମ୍ବା ଭୋଇ ଗତ ଗୁରୁବାର ଦିନ ନିଜ ଛେଳିପଲ ନେଇ ଜଙ୍ଗଲକୁ ଚରାଇବାକୁ ଯାଇଥିଲେ । ତେବେ ଅପରାହ୍ନରେ ସେ ଘରକୁ ଫେରିବା ବେଳେ ନିଜର ତିନୋଟି ଛେଳିକୁ ପାଇ ନଥିଲେ ।

ତାପର ଦିନ ସକାଳୁ ଏହି ତିନି ଛେଳିକୁ ଖୋଜା ଖୋଜି କଲା ପରେ ଗୋଟାଏ ଛେଳିର ମୃତ ଦେହ ଜଙ୍ଗଲ ମଧ୍ୟରେ ପଡିଥିବାର ଠାବ କରି ପାଇଥିଲେ। ଅନ୍ୟ ଦୁଇଟିକୁ ପାଇ ନଥିଲେ । ଏନେଇ ବିମ୍ବା ଗତକାଲି ସ୍ଥାନୀୟ ବନ ବିଭାଗ ଅଧିକାରୀଙ୍କ ଲିଖିତ ଜଣାଇଲା ପରେ ହାତୀସ୍କାର୍ଡର କେତେକ କର୍ମଚାରୀ ଘଟଣା ସ୍ଥଳରେ ପହଂଚି ଯାଂଚ ଆରମ୍ଭ କରି ଜାଣିପାରିଥିଲେ ଛେଳିଟିର ମୃତ୍ୟୁ ବାଘ ଆକ୍ରମଣ ଦ୍ୱାରା ହେଇଛି । ଆଗରୁ ୩/୪ ମାସ ତଳେ ଏଠାରେ କଲରାପତରିଆ ବାଘ ଏକ ଗାଈକୁ ମାରି ଜଙ୍ଗଲ ଭିତରକୁ କିଛି ବାଟ ଘୋସାରି ନେଇଥିବା ଖବର ସ୍ଥାନୀୟ ଅଚଂଳରେ ବନ ବିଭାଗଙ୍କ ଦ୍ୱାରା ସୁଚନା ହସ୍ତଗତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking