30.1 C
Bhubaneswar
Friday, April 26, 2024
Homeଦେଶ ବିଦେଶହ୍ୱାଟସଆପ୍ ଚାଟକୁ ନେଇ ଆତଙ୍କ, ଅଟକିଲା ବିମାନ

ହ୍ୱାଟସଆପ୍ ଚାଟକୁ ନେଇ ଆତଙ୍କ, ଅଟକିଲା ବିମାନ

ନୂଆଦିଲ୍ଲୀ : ହ୍ୱାଟସଆପ୍ ମେସେଜକୁ ନେଇ ଆତଙ୍କ । ଅଟକିଲା ବିମାନ । ଏପରି ଘଟଣା ଘଟିଛି ମାଙ୍ଗାଲୋର ବିମାନ ବନ୍ଦରରେ । ଜଣେ ପୁରୁଷ ଓ ମହିଳାଙ୍କ ମେସେଜ୍ ଚାଟ୍ ବିମାନକୁ ଅଟକାଇବାକୁ ବାଧ୍ୟ କରିଛି । ଉଭୟ ବ୍ୟକ୍ତି ଓ ମହିଳାଙ୍କୁ ଅଟକ ରଖାଯାଇଛି । ସୂଚନା ଅନୁସାରେ, ବ୍ୟକ୍ତିଜଣଙ୍କ ମାଙ୍ଗାଲୋରରୁ ମୁମ୍ବାଇ ଯାଉଥିବା ବେଳେ ମହିଳା ବେଙ୍ଗାଲୁରୁ ଯାଇଥାନ୍ତେ । ଉଭୟ ବିମାନରେ ବସିଥିବା ବେଳେ ବ୍ୟକ୍ତିଙ୍କୁ ମହିଳା ଜଣଙ୍କ ଆପଣ ଆତ୍ମଘାତୀ ଆକ୍ରମଣକାରୀ କି ବୋଲି ପଚାରିଥିଲେ । ଏହାସହ ବିମାନ ବନ୍ଦର ସୁରକ୍ଷାକୁ ନେଇ କଥା ହୋଇଥିଲେ । ପାଖରେ ଥିବା କିଛି ସହଯାତ୍ରୀ ଏନେଇ ପ୍ରଥମେ ପାଇଲଟ୍ ଓ ଏୟାରହୋଷ୍ଟେସ ପରେ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ । ଏହାପରେ ତୁରନ୍ତ ବିମାନବନ୍ଦରର କର୍ମଚାରୀ ଯାତ୍ରୀଙ୍କୁ ଓହ୍ଲାଇ ତନାଘନା ଆରମ୍ଭ କରିଥିଲେ ।ଏହାସହ ବିମାନଟିକୁ ଯାଞ୍ଚ୍ କରାଯାଇଥିଲା । ଏହି ଘଟଣା ସହ ଉଭୟ ବ୍ୟକ୍ତି ଓ ମହିଳାଙ୍କୁ ଅଟକ ରଖାଯାଇଥିଲା । ତେବେ ସେମାନେ ମଜାରେ ଏପରି ଚାଟ୍ କରୁଥିବା ପ୍ରକାଶ କରିଥିଲେ । ଶେଷରେ ୬ ଘଣ୍ଟାର ବିଳମ୍ବରେ ବିମାନଟି ମାଙ୍ଗାଲୋର ଛାଡିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking