35.1 C
Bhubaneswar
Wednesday, May 8, 2024
Homeଓଡିଶାପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ପ୍ରଧ୍ୟାପିକା ଡ଼. ଦମୟନ୍ତି ବେଶ୍ରା

ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ପ୍ରଧ୍ୟାପିକା ଡ଼. ଦମୟନ୍ତି ବେଶ୍ରା

ମୟୂରଭଞ୍ଜ: ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇ ମୟୂରଭଞ୍ଜ ଜିଲ୍ଲା ସମେତ ଓଡ଼ିଶା ପାଇଁ ଗର୍ଵ ଓ ଗୌରବ ଆଣିଲେ ପ୍ରଧ୍ୟାପିକା ଡ଼. ଦମୟନ୍ତି ବେଶ୍ରା । ଦୀର୍ଘଦିନର ନିରବଚ୍ଛିନ୍ନ ସାହିତ୍ୟ ସାଧନା ଆଜି ଆଣିଦେଇଛି ପ୍ରତିଷ୍ଠା । ଓଡିଆଭାଷା ସହିତ ସାନ୍ତାଳୀଭାଷା ସାହିତ୍ୟରେ ଗବେଷଣା ଓ ଶିକ୍ଷା ଲାଗି ପଦ୍ମଶ୍ରୀ ପୁରସ୍କାର ପାଇ ମୟୁରଭଞ୍ଜ ତଥା ଓଡିଶା କୁ ଗୌରବ ଆଣିଛନ୍ତି ଡ. ଦମୟନ୍ତୀ ବେଶ୍ରା । ବର୍ତ୍ତମାନ ବାରିପଦାର ଏମ.ପି.ସି ସ୍ୱୟଂସାଶିତ କଲେଜରେ ଓଡିଆ ବିଭାଗରେ ପ୍ରାଧ୍ୟାପକ ଭାବେ କାର୍ଯ୍ୟରତ ଡ.ଦମୟନ୍ତୀ ୨୦୦୯ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି । ତେବେ ଓଡିଆ ଓ ସାନ୍ତାଳୀ ସାହିତ୍ୟରେ ଗବେଷଣା କରିବାରେ ସେ ପ୍ରଥମ ମହିଳା ପଦ୍ମଶ୍ରୀ ପୁରସ୍କାର ବିଜେତା । ସଂସଦରେ ସାନ୍ତାଳୀ ଭାଷାକୁ ମାନ୍ୟତା ମିଳିବାରେ ତାଙ୍କ ପରିଶ୍ରମ ଓ ଦାନ ଅତୁଳନୀୟ । ତାଙ୍କର ଏହି ଅନନ୍ୟ ସଫଳତା ଲାଗି ବାରିପଦା ସହିତ ଜିଲ୍ଲା ଓ ରାଜ୍ୟର ସବୁ ମହଲରୁ ତାଙ୍କଲାଗି ଶୁଭେଚ୍ଛାର ସୁଅ ଛୁଟିଛି । ତାଙ୍କର ଏହି ଅତୁଳନୀୟ ସାହିତ୍ୟ କୃତୀ ପାଇବାରେ ଯେଉଁ ମାନଙ୍କ ସାହାଯ୍ୟ ସହଯୋଗ ରହିଛି ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ଡ. ଦମୟନ୍ତୀ । ସାହିତ୍ୟର ଏହି ଲମ୍ବା ଯାତ୍ରାରେ ତାଙ୍କ ସ୍ୱାମୀ ଡ. ଗଙ୍ଗାଧର ହାଁସଦା ଙ୍କ ଭୁମିକା ମଧ୍ୟ ମହତ୍ତ୍ୱପୂର୍ଣ୍ଣ । ସେ ମଧ୍ୟ ୨୦୧୨ ମସିହାରେ ସାନ୍ତାଳୀ ଭାଷା ସାହିତ୍ୟ ଲାଗି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇ ସାରିଛନ୍ତି ।
https://onakhabar.com/2020/01/27/rss-school/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking