30.1 C
Bhubaneswar
Wednesday, May 1, 2024
Homeଅପରାଧପଦ୍ମକେଶରିପୁର ସୂଧ ଟଙ୍କାକୁ ନେଇ ଆକ୍ରମଣ ଘଟଣା, ୨ ଗିରଫ

ପଦ୍ମକେଶରିପୁର ସୂଧ ଟଙ୍କାକୁ ନେଇ ଆକ୍ରମଣ ଘଟଣା, ୨ ଗିରଫ

ଭୁବନେଶ୍ୱର: ସୁଧ ଟଙ୍କା ଆଦାୟ କରିବାକୁ ନେଇ ଘରେ ପଶି ଶ୍ୱଶୁର ଓ ବୋହୂଙ୍କ ଆକ୍ରମଣ କରିବା ଅଭିଯୋଗରେ ଏହାର ମୁଖ୍ୟ ଅଭିଯୁକ୍ତ ସମେତ ୨ ଜଣଙ୍କୁ ଗିରଫ କରିଛି ମଞ୍ଚେଶ୍ୱର ଥାନା ପୁଲିସ । ଗିରଫ ହେଲେ ପଦ୍ମକେଶରୀପୁର ଗ୍ରାମର ବାବୁଲା ଦାସ(୩୪) ଏବଂ ତାପଶ ଦାସ(୨୪) । ସୂଚନା ଯୋଗ୍ୟ ଯେ, ଅଭିଯୋଗକାରିଣୀ ନିରୁପମା ସାହୁ ଗତ ୧୧ ତାରିଖ ଦିନ ମଞ୍ଚେଶ୍ୱର ଥାନାରେ ୧୦ ତାରିଖ ଦିନ ତାଙ୍କୁ ତାଙ୍କ ଶ୍ୱଶୁରଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ତଦନ୍ତ କରି ଉଭୟଙ୍କୁ ଗତକ କାଲି ବରିମୁଣ୍ଡା-ଗଣ୍ଡାରପୁର ରୋଡ୍ ସ୍ଥିତ ଲକ୍ଷେଶ୍ୱର ମନ୍ଦିର ନିକଟରୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଗାଁ ଲୋକଙ୍କଠାରୁ ମିଳିଥିବା ସୂଚନାନୁସାରେ ଘଟଣା ଥିଲା କିଛି ଏମିତି, ବୁଧବାର ଦିନ ରାତି ପ୍ରାୟ ସାଢେ ୯ଟା ବେଳେ ପଦ୍ମକେଶରିପୁରର ବାବୁଲି ଦାସ, ତାପସ ଦାସ, ସୁବ୍ରତ ଦାସ ଓ ମିଟୁ ଦାସ ଉକ୍ତ ଗ୍ରାମର ତଳସାହିକୁ ଯାଇ ସୁଧ ଟଙ୍କା ଆଦାୟ କରିଥିଲେ । କିଛି ଘରୁ ସୁଧ ବାବଦରେ ଅର୍ଥ ଆଦାୟ କରିବା ପରେ ସେମାନେ ସୁମନ୍ତ ଦାସଙ୍କ ଘରକୁ ଯାଇଥିଲେ । ସୁମନ୍ତଙ୍କ ଦାଣ୍ଡରେ ଠିଆହୋଇ ଡାକିଥିଲେ । ସେତେବେଳେ ସୁମନ୍ତ ଘରେ ନଥିବାରୁ ତାଙ୍କ ବାପା ସନାତନ ଓ ସ୍ତ୍ରୀ ନରୁପମା ବାହାରକୁ ଆସିଥିଲେ । ସେମାନେ ଆସିବା ପରେ ଟଙ୍କା ମାଗିବାରୁ ଟଙ୍କା ଦେଇପାରିବେ ନାହିଁ ବୋଲି କହିଥିଲେ । ହେଲେ ସୁଧ ବେପାରୀ ଏବେ ହିଁ ସୁଧ ଟଙ୍କା ନେବେ ବୋଲି ଅଡ଼ି ବସିଥିଲେ । ତେଣୁ ନିରୁପମା ସାହୁକାରର ସୁଧ ହିସାବ କରିବାକୁ କହିଥିଲେ ।

୮ ବର୍ଷ ହେଲା ସୁଧ ଦେଉଛି ହେଲେ କେମିତି ସୁଜୁନି ବୋଲି ସେ କହିଥିଲେ । ଏହା ଶୁଣି ସେମାନେ ରାଗିଯାଇ ନିରୁପମାଙ୍କୁ ଖରାପ ଭାଷା କହିିଥିଲେ । ଏହାକୁ ବିରୋଧ କରିଥିଲେ ତାଙ୍କ ଶ୍ୱଶୁର ସନାତନ । ଧୀରେଧୀରେ ବଚସା ବଢ଼ିଥିଲା । ଏହାପରେ ସେଠାକୁ ଯାଇଥିବା ୪ ଦଲାଲ ସନାତନ ଓ ନିରୁପମାଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ । ଶ୍ୱଶୁର ଓ ବୋହୂ ଚିତ୍କାର କରି ଘର ଭିତରକୁ ପଶିଗଲେ ମଧ୍ୟ ସେମାନେ ଗୋଡ଼ାଇ ଗୋଡ଼ାଇ ଘର ଭିତରେ ପଶି ସେମାନଙ୍କୁ ଚୋଟ ପରେ ଚୋଟ ପକାଇଚାଲିଥିଲେ । ସେମାନଙ୍କ ଚିତ୍କାର ଶୁଣି ପଡ଼ୋଶୀମାନେ ୪ ଦଲାଲଙ୍କୁ ଘେରିଯାଇଥିଲେ । ଯାହା ଫଳରେ ସେମାନେ ବୋମାମାଡ଼ କରିଥିଲେ । ୫/୭ ଟି ବୋମା ବିସ୍ଫୋରଣ ହେବା ପରେ ଭୟରେ ଗ୍ରାମବାସୀମାନେ ପଛଘୁଞ୍ଚା ଦେଇଥିଲେ । ସେମାନେ ଫେରାର୍ ହୋଇଯିବା ପରେ ପଡ଼ୋଶୀମାନେ ଶ୍ୱଶୁର ଓ ବୋହୂଙ୍କୁ ଉଦ୍ଧାର ଡାକ୍ତରଖାନା ନିଇଥିଲା । ତପାରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ସ୍ଥିତିକୁ ଆୟତ କରିଥିଲା । ଏହି ଘଟଣା ପରେ କାଳେ ଗ୍ରାମରେ ଗୋଷ୍ଠୀ ସଂଘର୍ଷ ହୋଇପାରେ ସେଥି ନିମନ୍ତେ କମିସନରେଟ୍ ପୁଲିସ ପକ୍ଷରୁ ଉକ୍ତ ଗାଁରେ ୨ ପ୍ଲାଟୁନ ପୁଲିସ ଛାଉଣି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking