40.1 C
Bhubaneswar
Tuesday, April 30, 2024
Homeଅପରାଧମୋବାଇଲ ଚୋରି ଅଭିଯୋଗରେ ୨ ଗିରଫ

ମୋବାଇଲ ଚୋରି ଅଭିଯୋଗରେ ୨ ଗିରଫ

ଭୁବନେଶ୍ୱର: ମୋବାଇଲ ଲୁଟି ନେବା ଅଭିଯୋଗରେ ନାବାଳକ ସମେତ ୨ ଜଣଙ୍କୁ ଗିରଫ କରିଛି ଖାରବେଳନଗର ଥାନା ପୁଲିସ । ଗିରଫ ହେଲେ ଜଟଣୀ ଥାନା ଅନ୍ତର୍ଗତ ରେଙ୍ଗେଲା ଗ୍ରାମର ସନ୍ତୋଷ କୁମାର ବେହେରା(୨୫) । ସୂଚନାଯୋଗ୍ୟ ଯେ, ଗତ ବର୍ଷ ଅକ୍ଟୋବର ମାସ ୨୭ ତାରିଖ ଭୋର ପ୍ରାୟ ସାଢେ ୩ ଟାରେ ଅଭିଯୋଗକାରିଣୀ ମାଷ୍ଟର କ୍ୟାଣ୍ଟିନ୍ ଛକରେ ଥିବା ବାଟା ଶୋରୁମ ସାମ୍ନାରେ ଘରକୁ ଯିବାପାଇଁ ଗାଡିକୁ ଅପେକ୍ଷା କରିଥିଲେ ।ସେହି ସମୟରେ ସନ୍ତୋଷ ଓ ତାଙ୍କର ଜଣେ ନାବାଳକ ସହଯୋଗୀ ଗୋଟିଏ ମୋଟରସାଇକେଲରେ ସେଠାକୁ ଆସିଥିଲେ ଓ ତାଙ୍କର ମୋବାଇଲ ଫୋନ ଲୁଟ କରି ଚାଲି ଯାଇଥିଲେ ।

ଏହି ମାମଲାର ତଦନ୍ତ କରି ଆଜି ପୁଲିସ ଅଭିଯୁକ୍ତଙ୍କ ସହିତ ନାବାଳକ ସହଯୋଗୀଙ୍କୁ ମାଷ୍ଟର କ୍ୟାଣ୍ଟିନ୍ ଛକରୁ କାବୁ କରିଥିଲେ ଏବଂ ସେମାନଙ୍କର ହେପାଜତରୁ ଲୁଟ ମୋବାଇଲ ଫୋନ ଓ ଅପରାଧରେ ବ୍ୟବହୃତ ମୋଟର ସାଇକେଲ ଜବତ କରି ଥାନାକୁ ଆଣିଥିଲେ । ପଚାରଉଚରା ବେଳେ ଅଭିଯୁକ୍ତ ନିଜର ଅପରାଧ ସ୍ୱୀକାର କରିଥିରୁ ତାଙ୍କୁ କୋର୍ଟ ଚାଲାଣ କରିବା ସହ ନାବାଳକୁ ବାଳସୁଧାର ଗୃହକୁ ପଠେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking