33.1 C
Bhubaneswar
Tuesday, April 30, 2024
Homeଅପରାଧପରିଶ୍ରା କରିବାକୁ ନେଇ ଆକ୍ରମଣ ଅଭିଯୋଗରେ ଜଣେ ଗିରଫ

ପରିଶ୍ରା କରିବାକୁ ନେଇ ଆକ୍ରମଣ ଅଭିଯୋଗରେ ଜଣେ ଗିରଫ

ଭୁବନେଶ୍ୱର: ପରିଶ୍ରା କରିବାକୁ ନେଇ ଆକ୍ରମଣ କରିବା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୁଲିସ । ଗିରଫ ଜଣଙ୍କ ହେଲେ କ୍ୟାପିଟାଲ ଥାନା ଅନ୍ତର୍ଗତ କେଦାରପଲ୍ଲି ବସ୍ତିର ଲିଙ୍କୁ ନାୟକ(୨୦) । ସୂଚନାଯୋଗ୍ୟ ଯେ, ଗତ ଫେବୃୟାରୀ ୨୨ ତାରିଖ ଅପରାହ୍ନ ପ୍ରାୟ ସାଢେ ୪ଟା ବେଳେ ଅଭିଯୋଗକାରୀ ଅଜୟ ସେଠୀ ତାଙ୍କ ଘର ସାମ୍ନାରେ ଥିବା ସମୟରେ ଲିଙ୍କୁ ଓ ତାଙ୍କର ଅନ୍ୟ କିଛି ସହଯୋଗୀ ଅଟୋ ଯୋଗେ ସେହି ରାସ୍ତା ଦେଇ ଯାଉଥିଲେ । ହେଲେ ଅଜୟଙ୍କ ଘର ସାମ୍ନାରେ ଅଟୋ ରଖି ପରିଶ୍ରା କରିବା ପାଇଁ ଚେଷ୍ଠା କରିଥିଲେ । ଏହା ଦେଖି ଅଭିଯୋଗକାରୀ ଅଜୟ ସେମାନଙ୍କୁ ବିରୋଧ କରିବାରୁ ସେମାନେ ତାଙ୍କୁ ଗାଳି ଗୁଲଜ କରିବା ସହ ଧମକ ଦେଇଥିଲେ । ଏହା ଶୁଣି ଅଭିଯୋଗକାରୀଙ୍କ ପୁଅ ଦିଲ୍ଲୀପ ବାହାରକୁ ଆସିବା ପରେ ଉକ୍ତ ଯୁବକମାନେ ମିଳିତ ଭାବେ ତାଙ୍କୁ ଲୁହା ରଡରେ ଆକ୍ରମଣ କରିଥିଲେ ।

ଏହା ଦେଖି ଜଣେ ମୁନା ଦାସ ନାମକ ବ୍ୟକ୍ତି ଆହତ ଦିଲ୍ଲୀପଙ୍କୁ ଉଦ୍ଧାର କରିବା ପାଇଁ ଆସିବା ବେଳେ ଅଭିଯୁକ୍ତମାନେ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । କିଛି ସ୍ଥାନୀୟ ପଡୋଶୀ ଘଟଣା ସ୍ଥଳକୁ ଆସିବାରୁ ଅଭିଯୁକ୍ତମାନେ ଘଟଣା ସ୍ଥଳ ଛାଡି ଚାଲି ଯାଇଥିଲେ । ଏନେଇ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏହାର ତଦନ୍ତ କରି ପୁଲିସ ଅଭିଯୁକ୍ତ ବାପି ନାୟକଙ୍କୁ ଗତ ମାସ ୬ ତାରିଖରେ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଆଜି ଲିଙ୍କୁକୁ କାବୁ କରି ଥାନାକୁ ଆଣିଥିଲେ । ପଚାରଉଚରା ବେଳେ ନିଜର ଅପରାଧ ସ୍ୱୀକାର କରିବାରୁ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking