28.1 C
Bhubaneswar
Saturday, April 27, 2024
HomeUncategorizedପଦ୍ମଶ୍ରୀ କମଳା ପୂଜାରୀ ଏବେ ଅସୁସ୍ଥ

ପଦ୍ମଶ୍ରୀ କମଳା ପୂଜାରୀ ଏବେ ଅସୁସ୍ଥ

ଜୟପୁର : ଜୈବିକ ପ୍ରକ୍ରିୟାରେ ଚାଷ କରି ଦିନେ ଲୋକଲୋଚନକୁ ଆସିଥିବା ପଦ୍ମଶ୍ରୀ କମଳା ପୂଜାରୀ ଏବେ ହସ୍ପିଟାଲରେ । ଗୁରୁତର ଭାବରେ ତାଙ୍କୁ କୋରାପୁଟ ଜିଲ୍ଲା ଜୟପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଗତ କାଲି ରାତି ପ୍ରାୟ ୧୨ଟା ବେଳେ ଉଚ୍ଚ ରକ୍ତଚାପ ପାଇଁ ସେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ତୁରନ୍ତ ଜୟପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ତାଙ୍କୁ ଏକ ସ୍ୱତନ୍ତ୍ର କ୍ୟାବିନରେ ରଖି ଚିକିତ୍ସା କରାଯାଉଛି ।
ଲୁପ୍ତପ୍ରାୟ ଧାନ ବିହନକୁ ସଂରକ୍ଷିତ କରି ରଖିବା ତଥା ଜୈବିକ ପ୍ରଣାଳୀରେ ଚାଷ କରିବା ପାଇଁ କେନ୍ଦ୍ର ସରକାର କମଳାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରିଥିଲେ । କୋରାପୁଟ ଜିଲ୍ଲାର ଆଦିବାସୀ ମହିଳା କମଳା ପୂଜାରୀ । ଜଣେ ଆଦିବାସୀ ଏବଂ ଅଶିକ୍ଷିତ ହେବା ପରେ ମଧ୍ୟ ସେ ୧୦୦ରୁ ଅଧିକ କିସମର ଧାନକୁ ସଂରକ୍ଷିତ କରି ରଖିଛନ୍ତି । ରାସାୟନିକ ସାରଠାୁ ଦୂରରେ ରହି ସେ ଲୋକଙ୍କୁ ଜୈବିକ ପ୍ରକ୍ରିୟାରେ ଚାଷ କରିବାକୁ ବୁଝାଇଛନ୍ତି । ଏଥିପାଇଁ ତାଙ୍କୁ ଦକ୍ଷିଣ ଆଫ୍ରିକାର ‘ଇକ୍ବେଟିଭ୍ ଇନିସିଏଟିଭ୍ ସମ୍ମାନ’  ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking