36.7 C
Bhubaneswar
Tuesday, April 16, 2024
Homeଅପରାଧବିଲ୍ ନଦେବାରୁ ବୃଦ୍ଧଙ୍କୁ ବାନ୍ଧିଲେ ଡ଼ାକ୍ତରଖାନା କର୍ମଚାରୀ

ବିଲ୍ ନଦେବାରୁ ବୃଦ୍ଧଙ୍କୁ ବାନ୍ଧିଲେ ଡ଼ାକ୍ତରଖାନା କର୍ମଚାରୀ

ଭୋପାଳ: ଚିକିତ୍ସା ଖର୍ଚ୍ଚ ନଦେଇ ପାରିବାରୁ ବୃଦ୍ଧ ବନ୍ଧାହେଲା ଡ଼ାକ୍ତରଖାନାରେ । ଏପରି ଏକ ଅମାନବୀୟ ଘଟଣା ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି । ବୃଦ୍ଧଙ୍କୁ ଡ଼ାକ୍ତରଖାନା ଶଯ୍ୟାରେ ବାନ୍ଧି ରଖିବା ଘଟଣା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି । ଡ଼ାକ୍ତରଖାନା ଶଯ୍ୟାରେ ବୃଦ୍ଧଙ୍କର ଏହି ବନ୍ଧା ହୋଇଥିବା ଫଟୋ ଏବେ ଭାଇରାଲ ହୋଇଛି ।
ତାଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ , ଆମେ ୧୧ ହଜାର ଟଙ୍କା ଦେବାରେ ବିଫଳ ହେବାରୁ ଡ଼ାକ୍ତରଖାନା ପ୍ରଶାସନ ତାଙ୍କ ଗୋଡ଼ ଓ ହାତକୁ ବାନ୍ଧି ରଖିଥିଲା । ବୃଦ୍ଧଙ୍କ ଝିଅଙ୍କ ମତାନୁଯାୟୀ , ଭର୍ତ୍ତି ହେବା ପରେ ଆମେ ୫୦୦୦ ଟଙ୍କା ବିଲ୍ ଜମା କରିଥିଲୁ । କିନ୍ତୁ ଚିକିତ୍ସା ହେବାର କିଛି ଦିନ ପରେ ଆମ ପାଖରେ ପଇସା ନ ରହିବାରୁ ଆମେ ବିଲ ପୈଠ କରିପାରି ନଥିଲୁ ।
ତେବେ ଏହି ଫଟୋକୁ ହସ୍ପିଟାଲ କର୍ତ୍ତୃପକ୍ଷ ଭିନ୍ନ ମତ ରଖିଛନ୍ତି । ବୃଦ୍ଧଙ୍କ ଶାରୀରିକ ସମସ୍ୟା ଥିଲା । ସେ ନିଜେ ନିଜକୁ ଆଘାତ ପହଁଚାଇବାର ଆଶଙ୍କା ରହିଥିବାରୁ ଆମେ ତାଙ୍କ ହାତ ଓ ଗୋଡ଼ ବାନ୍ଧି ରଖିଥିଲୁ । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏ ବିଷୟରେ ତଦନ୍ତ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଦୋଷୀ ସାବ୍ୟସ୍ତ ହେଲେ ଶାଜାପୁର ସ୍ଥିତ ଡ଼ାକ୍ତରଖାନା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ପ୍ରତିଶୃତି ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking