27.8 C
Bhubaneswar
Wednesday, April 17, 2024
Homeଓଡିଶାରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ସର୍ବାଧିକ ୧୭୮

ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ସର୍ବାଧିକ ୧୭୮

ଭୁବନେଶ୍ୱର : ରାଜ୍ୟ ପାଇଁ ଆଉ ଏକ ଆଶ୍ୱସ୍ତିକର ଖବର । ରାଜ୍ୟରେ ଆଜି ଗୋଟିଏ ଦିନରେ ସୁସ୍ଥ ହେଲେ ସର୍ବାଧିକ ୧୭୮ ଜଣ । ୧୭୮ ଜଣଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୯ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଗଜପିତରୁ ୨୩ , ନୂଆପଡ଼ାରୁ ୨୨ , ଭଦ୍ରକରୁ ୧୭ , ନୟାଗଡ଼ରୁ ୧୫ , ଗଞ୍ଜାମରୁ ୧୪ ଜଣ, କେନ୍ଦ୍ରପଡ଼ାରୁ ୧୦ ଜଣ , ଢେଙ୍କନାଳ ଓ କନ୍ଧମାଳରୁ ୯ ଜଣ ଲେଖାଏଁ , ସୁନ୍ଦରଗଡ଼ରୁ ୬ ଜଣ , ବାଲେଶ୍ୱରରୁ ୪ ଜଣ, କଟକ, ବଲାଙ୍ଗୀର , ମାଲକାନଗିରି ରୁ ୨ ଜଣ ଲେଖାଏଁ ଏବଂ ଜଗତସିଂପୁର , ଝାରସୁଗୁଡ଼ା , ନବରଙ୍ଗପୁର ଓ ପୁରୀରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ତେବେ ଆଜି ସୁସ୍ଥ ହୋଇଥିବା ୧୭୮ ଜଣକୁ ମିଶାଇ ୧୮୯୪ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ଦିଆଯାଇଛି ।
ଅନ୍ୟପଟେ ଆଜି ସକାଳେ ୭୫ଜଣ କରୋନା ପଜିଟଭ ରାଜ୍ୟରେ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୭୨ଜଣ କ୍ୱାରେଣ୍ଟାଇନ କେନ୍ଦ୍ରରେ ଥିଲେ ଓ ଅନ୍ୟ ୩ଜଣ ଲୋକାଲ କେସ ବୋଲି ଜଣାପଡ଼ିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking