24.1 C
Bhubaneswar
Thursday, May 9, 2024
Homeବ୍ରେକୀଙ୍ଗ୨ ଦିନ ପାଇଁ ହାଇକୋର୍ଟ ବନ୍ଦ

୨ ଦିନ ପାଇଁ ହାଇକୋର୍ଟ ବନ୍ଦ

କଟକ: ଆସନ୍ତା ଦୁଇ ଦିନ ପାଇଁ ଓଡ଼ିଶା ହାଇକୋର୍ଟକୁ ବନ୍ଦ ରଖାଯିବ । ସେପ୍ଟେମ୍ବର ୨୧ ଓ ୨୨ ତାରିଖ ବନ୍ଦ ରହିବ । ଏନେଇ ରେଜିଷ୍ଟ୍ରାର ଜେନେରାଲ ନିର୍ଦ୍ଦେଶ ଦେଇଛନ୍ତି । ତେବେ କେବଳ ହାଇକୋର୍ଟ ନୁହେଁ, ବରଂ ହାଇକୋର୍ଟ ସହ ଏହାର କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିବ । କିଛି ବିଭାଗରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି । ଆସନ୍ତା ଦୁଇ ଦିନରେ ହାଇକୋର୍ଟ ପରିସରକୁ ସାନିଟାଇଜ କରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି ।
ସୂଚନାଯୋଗ୍ୟ , ଆସନ୍ତା କାଲି ପାଇଁ ଥିବା କେସ୍ ଗୁଡ଼ିକର ଶୁଣାଣି ୨୩ ସେପ୍ଟେମ୍ବରରେ କରାଯିବ । ଏଥିସହ ୨୨, ୨୩, ୨୪,୨୫ ସେପ୍ଟେମ୍ବରରେ ରିଜର୍ଭ ଲିଷ୍ଟରେ ଥିବା ବେଲ୍ ଆପ୍ଲିକେସନଗୁଡ଼ିକୁ ୨୪,୨୫,୨୮, ଓ ୨୯ ତାରିଖରେ ଶୁଣାଣି କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking