ଦୁଇ କାର ମୁହାଁ ମୁହିଁ, ଦୁଇ ଗୁରୁତର

କେନ୍ଦୁଝର: ଟାଉନ ଥାନା ଅନ୍ତର୍ଗତ ମଣ୍ଡୁଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଏକ ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଦୁଇ କାର ମୁହାଁମୁହିଁ ହେବା ଫଳରେ କାରରେ ଥିବା ଦୁଇ ଯାତ୍ରୀ ଗୁରୁତର ହୋଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।
ବାଲେନୋ କାରରେ ହାଟଡ଼ିହି ଅଞ୍ଚଳର ତିନିଜଣ ଯୋଡ଼ାରୁ ଆନନ୍ଦପୁର ଯାଉଥିବା ବେଳେ ଅନ୍ୟ ଏକ ଆଇ ଟ୍ୱେଣ୍ଟି କାରରେ ଭୁବନେଶ୍ୱରରୁ କେନ୍ଦୁଝର ଅଭିମୁଖେ ଆସୁଥିବା ବେଳେ ଏହି 9ଦୁର୍ଘଟଣା ଘଟିଥିଲା। ଘଟଣା ସ୍ଥଳରେ ପୋଲିସ ପହଞ୍ଚି କାର ଦୁଇଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here