32.1 C
Bhubaneswar
Friday, April 26, 2024
Homeଅପରାଧକଳାହାଣ୍ଡି-କନ୍ଧମାଳ ସୀମାରେ ମାଓବାଦୀ-ପୋଲିସ ମୁହାଁ ମୁହିଁ, ଜଣେ କ୍ୟାଡର ମହିଳା ମାଓବାଦୀ ନିହତ

କଳାହାଣ୍ଡି-କନ୍ଧମାଳ ସୀମାରେ ମାଓବାଦୀ-ପୋଲିସ ମୁହାଁ ମୁହିଁ, ଜଣେ କ୍ୟାଡର ମହିଳା ମାଓବାଦୀ ନିହତ

କଳାହାଣ୍ଡି : ଦୁଇ ଦିନ ତଳେ ମାଓବାଦୀ ଗତିବିଧି ନେଇ ପୋଲିସ ଡିଜି କଳାହାଣ୍ଡି ଗସ୍ତ କରି ଏକ ସମୀକ୍ଷା ବୈଠକ ସାରିଥିବା ବେଳେ, କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ କଳାହାଣ୍ଡି-କନ୍ଧମାଳ ସୀମା ଟେଲେମା ସଂରକ୍ଷିତ ଜଙ୍ଗଲରେ ମାଓବାଦୀ ଗତିବିଧି ସମ୍ପର୍କରେ କୌଣସି ସୂତ୍ରରୁ ପୋଲିସ ବିଭାଗକୁ ସୂଚନା ମିଳିଥିଲା ।

ଏସ.ଓ.ଜି. ର ଚାରି ୟୁନିଟ ଗତ ୨୨ ତାରିଖରୁ ଏହି ଅଞ୍ଚଳରେ କମ୍ବିଂ ଅପରେସନ ଆରମ୍ଭ କରିଥିଲେ । କମ୍ବିଂ ସମୟରେ ପୋଲିସ ବିଭାଗ ଦ୍ବାରା ମାଓବାଦୀ ଙ୍କୁ ଠାବ କରାଯିବା ପରେ, ଆତ୍ମ ସମର୍ପଣ କରିବା ନିମନ୍ତେ ଅନୁରୋଧ କରାଯାଇଥିଲେ ମଧ୍ୟ ମାଓବାଦୀଙ୍କ ପକ୍ଷରୁ ଏସ.ଓ.ଜି. ଉପରକୁ ପ୍ରଚୁର ମାତ୍ରାରେ ଗୁଳି ଚାଳନା କରାଯାଇଥିଲା, ଏହି ଗୁଳି ବିନିମୟରେ ଜନୈକା ମହିଳା କ୍ୟାଡର ମାଓବାଦୀ ନିହତ ହୋଇଥିଲେ । ଯାହାଙ୍କ ପରିଚୟ ମାନା ମାଝୀ ଓରଫ ନମିତା ବୋଲି ଜଣା ପଡ଼ିଛି । ସେ କେ.କେ.ବି.ଏନ. ସଙ୍ଗଠନର ଏରିଆ କମିଟି ସଦସ୍ୟ ଭାବେ ସକ୍ରିୟ ଭୂମିକା ସମ୍ପାଦନା କରୁଥିଲେ ।

କମ୍ବିଂ ସମୟରେ ମାଓବାଦୀ ଛତ୍ରଭଙ୍ଗ ଦେଇ, ଘଞ୍ଚ ଜଙ୍ଗଲ ମଧ୍ୟକୁ ପଳାୟନ କରିଥିଲେ । ତେବେ ଏହି କମ୍ବିଂ ଅପରେସନ ରେ କିଛି ମାଓବାଦୀ ଗଭୀର ଆଘାତ ପାଇଥିବା ପୋଲିସ କତ୍ତୃପକ୍ଷ ସୂଚନା ପ୍ରଦାନ କରିଛନ୍ତି । କମ୍ବିଂ ଅପରେସନ ରେ ଏସ.ଓ.ଜି. ବାହିନୀ ୧୪ ଗୋଟି ଜିବନ୍ତ ଗୁଳି, ୨ଟି ଗୁଳିର ଖୋକା, ୨ଟି ଟିଫିନ ବୋମା, ବ୍ୟାଟେରୀ, କିଛି ରୋଷେଇ ପାଇଁ ବ୍ୟବହୃତ ବାସନ କୁସନ, ପାଣି ଜାର, ଛତା, ଔଷଧ, ସୋଲାର ପ୍ଲେଟ, ମାଓବାଦୀ ପତ୍ରିକା, ମାଓବାଦୀ ପୋଷାକ ଓ ତିନି ହଳ ଚପଲ ଜବତ କରିଛନ୍ତି ।

ଆଜି ଭବାନୀପାଟଣା ରିଜର୍ଭ ବାଟାଲିୟନ, ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦକ୍ଷିଣ-ପଶ୍ଚିମ ଆଞ୍ଚଳିକ ଡି.ଆଇ.ଜି. ଶ୍ରୀଯୁକ୍ତ ରାଜେଶ ଉତ୍ତମରାଓ ପଣ୍ଡିତ ଓ କଳାହାଣ୍ଡି ଜିଲ୍ଲା ପୋଲିସ ଆରକ୍ଷୀ ଅଧିକାରୀ ଶ୍ରୀ ଡାକ୍ତର ଶର୍ବଣା ବିବେକ ଏମ ସବିଶେଷ ବିବରଣୀ ପ୍ରଦାନ କରିଥିଲେ, ଏହି ସାମ୍ବାଦିକ ସମ୍ମିଳନୀରେ କେସିଙ୍ଗା ଉପଖଣ୍ଡ ପୋଲିସ ଅଧିକାରୀ ଏସ. ସୁଶ୍ରୀ ମଧ୍ୟ ଉପସ୍ଥିତ ଥିଲେ ।

କଳାହାଣ୍ଡିରୁ ସୁନୀଲ କୁମାର ମୁଣ୍ଡଙ୍କ ରିପୋର୍ଟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking