31.1 C
Bhubaneswar
Tuesday, May 7, 2024
Homeକରୋନାଗୁଜୁରାଟ ଉପମୁଖ୍ୟମନ୍ତ୍ରୀ କରୋନା ପଜିଟିଭ

ଗୁଜୁରାଟ ଉପମୁଖ୍ୟମନ୍ତ୍ରୀ କରୋନା ପଜିଟିଭ

ନୂଆଦିଲ୍ଲୀ: ଗୁଜୁରାଟ ଉପମୁଖ୍ୟମନ୍ତ୍ରୀ ନିତିନ ପଟେଲ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନିତିନ ପଟେଲ ନିଜେ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି । ଉପମୁଖ୍ୟମନ୍ତ୍ରୀ ନିତିନ ପଟେଲ କହିଛନ୍ତି, ‘ମୁଁ ଲକ୍ଷଣ ଦେଖିବା ପରେ ଆରଟି ପିସିଆର ଟେଷ୍ଟ କରିଥିଲି । ଡାକ୍ତରଙ୍କ ପରାମର୍ଶକ୍ରମେ ମୋତେ ମେହେତା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି, ଯିଏ ମୋ ସଂପର୍କରେ ଆସିଛନ୍ତି, ସେମାନେ ନିଜ କୋଭିଡ ପରୀକ୍ଷା କରାଇ ନିଅନ୍ତୁ’ ।
ସୂଚନାଯୋଗ୍ୟ, ଆଜି ଦ୍ୱିପ୍ରହରରେ ନିତିନ ପଟେଲ, ଗୃହମନ୍ତ୍ରୀ ଅମିତ ଶାହ ଓ ସିଏମ ବିଜୟ ରୂପାଣୀଙ୍କ ସହିତ ଅକ୍ସିଜେନ ପ୍ଲାଣ୍ଟ ଉଦଘାଟନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

ସୂଚନାଯୋଗ୍ୟ , ଦେଶରେ କରୋନା ନିଜର କାୟା ବିସ୍ତାର କରିବାରେ ଲାଗିଛି। ଦୈନିକ ସଂକ୍ରମଣ ଲକ୍ଷାଧିକ ଟପୁଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଦେଶରେ ଦିନକରେ ୩ ଲକ୍ଷ ୪୬ହଜାର ୭୮୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ମୋଟ ପଜିଟିଭ ସଂଖ୍ୟା ୧,୬୬,୧୦,୪୮୧କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ୨,୬୨୪ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୧,୮୯,୫୪୪ରେ ପହଞ୍ଚିଛି । ୨୪ ଘଣ୍ଟାରେ ୨,୧୯,୮୩୮ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୋଟ ୧,୩୮,୬୭,୯୯୭ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୨୫,୫୨,୯୪୦ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking